କମାଲ କଲା ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଟିକ୍‌ଟକର ଷ୍ଟାର୍‌ ବନିଗଲେ ଏହି ବାଳକ, ଭିଡିଓ ଦେଖି ଲୋକେ କହିଲେ ଏଲିୟନ୍‌

ଟିକଟକ୍‌ ପୁଣି ଜଣେ ଷ୍ଟାର ଆମକୁ ଦେଇଛି। ମୈସାଚୁସେଟ୍ସ ୱେଷ୍ଟପୋର୍ଟର ଜଣେ ଛାତ୍ରଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବାର କାରଣ ସିଙ୍ଗିଙ୍ଗ୍‌ କିମ୍ବା ଆକ୍ଟିଙ୍ଗ୍‌ ନୁହେଁ, ବରଂ ତାଙ୍କ ୫ ଇଞ୍ଚର ବୁଢ଼ା ଆଙ୍ଗୁଠି, ଯାହାକୁ ଛାତ୍ର ଜଣକ ଟିକ୍‌ଟକ ଜରିଆରେ ଦୁନିଆକୁ ଦେଖାଇଛନ୍ତି। ଏହି ଛାତ୍ର ନାଁ ହେଉଛି ଜ୍ୟାକବ ପୀନା। ସେ ନିଜର ଲମ୍ବା ଆଙ୍ଗୁଠି ପାଇଁ ଚର୍ଚ୍ଚା ପରିସରକୁ ଆସିଯାଇଛନ୍ତି। ତେବେ ତାଙ୍କ ବାକି ଆଙ୍ଗୁଠିସବୁ ସାଧାରଣ ଲୋକଙ୍କ ପରି ରହିଛି।

ଲମ୍ବା ଆଙ୍ଗୁଠି ଯୋଗୁ ଟିକଟକ୍‌ରେ ଜ୍ୟାକବଙ୍କର ୧ ଲକ୍ଷରୁ ଅଧିକ ଫଲୋୟର୍ସ ରହିଛନ୍ତି। ତାଙ୍କ ଆଙ୍ଗୁଠି ଏ୫ ପେପର ଭଳି ଚଉଡ଼ା ହୋଇଥିବା ବେଳେ ଲମ୍ବା ବା ଉଚ୍ଚତା ରହିଛି କୋକ୍‌ କୋନ୍‌ ଭଳି। ଜ୍ୟାକବଙ୍କ ବୟସ ଏବେ ୨୦ ବର୍ଷ। ତେବେ ତାଙ୍କ ଆଙ୍ଗୁଠି ବଲ୍‌ପେନ୍‌ ଭଳି କାହିଁକି ଲମ୍ବା ହୋଇଛି, ତାହା ତାଙ୍କୁ ଜଣାନାହିଁ। ତାଙ୍କୁ ବି ଏହା ଅଜବ ଲାଗିଥାଏ ବୋଲି ଜ୍ୟାକବ କହିଛନ୍ତି।

ଏହାସହ ପଢନ୍ତୁ: ଷ୍ଟେଜ୍‌ରେ ପରଫରମାନ୍ସ କରୁଥିଲେ ପପ୍‌ ସିଙ୍ଗର, ହଠାତ୍‌ ଘଟିଲା ଏମିତି କିଛି, ଚାଲିଗଲା ଷ୍ଟାରଙ୍କ ଜୀବନ

ସେପଟେ ଏହି ବୁଢ଼ା ଆଙ୍ଗୁଠିକୁ ଦେଖିବା ମାତ୍ରେ ୟୁଜର ତାଙ୍କୁ ଏଲିୟନ ବୋଲି କହୁଛନ୍ତି। କିନ୍ତୁ ଜ୍ୟାକବ ହେଟରମାନଙ୍କୁ କୌଣସି ଗୁରୁତ୍ୱ ଦେଇନାହାନ୍ତି। ସକରାତ୍ମକ ଭାବେ ସେ ଟିକ୍‌ଟକ ଭିଡିଓ ବନାଇଛନ୍ତି। କିଛି ଲୋକ ତାଙ୍କ ଆଙ୍ଗୁଠିକୁ ଦେଖି ଚକିତ ହୋଇଯାଇଛନ୍ତି। ଜ୍ୟାକବ କହିଛନ୍ତି, ‘ଯେତେବେଳେ ଲୋକେ ମୋ ଆଙ୍ଗୁଠିକୁ ଦେଖନ୍ତି, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୁଅନ୍ତି। କେତେଜଣ ସେମାନଙ୍କ ଆଙ୍ଗୁଠିକୁ ମୋ ଆଙ୍ଗୁଠି ସହ ମାପନ୍ତି। ମୋତେ ବହୁତ ଭଲ ଲାଗିଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.