ଏମିତି ଜଣେ ଆଇପିଏସ୍‌ ଅଧିକାରୀ, ରିଟାୟାର୍ଡ ପୂର୍ବରୁ ଅଫିସରେ ଏମିତି ବିତାଇଲେ ରାତି

ଚାକିରୀ ଜୀବନର ଶେଷ ଦିନ ତଳେ ଶୋଇଲେ କେରଳର ସବୁଠାରୁ ବରିଷ୍ଠ ଆଇପିଏସ୍(ଭାରତୀୟ ପୋଲିସ ସେବା) ଅଫିସର ଜ୍ୟାକବ୍ ଥୋମାସ୍। ୧୯୮୫ ବ୍ୟାଚର ଆଇପିଏସ୍ ଅଫିସର ଥୋମାସ୍ ନିଜ କାର୍ଯ୍ୟାଳୟର ଚଟାଣରେ ଶୋଇବାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସେ ନିଜେ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଲେଖିଛନ୍ତି ଚାକିରିର ଶେଷ ଦିନର ଆରମ୍ଭ ଓ କାର୍ଯ୍ୟାଳୟରେ ଶୋଇଲି।

ips

ଜ୍ୟାକବଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଫେସବୁକ୍‌ରେ ଏହି ପୋଷ୍ଟକୁ ୯ ହଜାରରୁ ଉର୍ଦ୍ଧ୍ୱ ସେୟାର କରିସାରିଲେଣି। ଏପର୍ଯ୍ୟନ୍ତ ତାଙ୍କ ପୋଷ୍ଟକୁ ୮ ହଜାରରୁ ଉର୍ଦ୍ଧ୍ୱ କମେଣ୍ଟ ମଧ୍ୟ ମିଳିସାରିଲାଣି। ୧୯୮୫ରେ ଜ୍ୟାକବ ଆଇପିଏସ୍‌ ବ୍ୟାଚର ଜଏନ କରିଥିଲେ।

୩୫ ବର୍ଷର ଦୀର୍ଘ କ୍ୟାରିୟରରେ ଥୋମାସ୍ ଅଧିକାଂଶ ସମୟ ସାଇଡଲାଇନରେ ହିଁ ଥିଲେ। ନିଜ କ୍ୟାରିୟରର ଆରମ୍ଭରୁ ହିଁ ସେ କେବଳ ୪-୫ ବର୍ଷ ଖାକି ପୋଷାକ ପିନ୍ଧିଥିଲେ। ଏହାପରେ ଅଧିକାଂଶ ସମୟ ସେ ବିଭିନ୍ନ ସଂସ୍ଥା ଓ ସାର୍ବଜନିକ କ୍ଷେତ୍ରର କାର୍ଯ୍ୟରେ ପ୍ରତିନିଧିତ୍ୱ କରୁଥିଲେ। ଥୋମାସ୍ ରବିବାର ଧାତୁ(ମେଟାଲ) ଉଦ୍ୟୋଗର ପ୍ରବନ୍ଧ ନିର୍ଦେଶକ ଭାବରେ ଅବସର ଗ୍ରହଣ କରିଛନ୍ତି। ହାତରେ କୁରାଢୀ ଧରି ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହାକୁ ନେଇ ଅନୁମାନ କରାଯାଉଛି ଯେ, ଏବେ ସେ ନିଜ ଜୀବନରେ ନୂଆ କାମର ଆରମ୍ଭ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.