Below header

ଝାରସୁଗୁଡାରେ ଖୋଲିଲା ମଲ୍, ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଯାଇପାରିବେ ଲୋକେ

ଝାରସୁଗୁଡା: ଝାରସୁଗୁଡାରେ ଖୋଲିଲା ମଲ୍‌ । ଅନଲକ୍‌-୧ ପରେ ଜିଲ୍ଲାରେ ମଲ୍‌ ଖୋଲିବା ପାଇଁ ଅନୁମତି ପ୍ରଦାନ କରିଛି ପ୍ରଶାସନ । ଏହି ମଲ୍‌ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମଲ୍ କୁ ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ମଲ୍‌ ଭିତରେ ଥିବା କପଡା ଦୋକାନ ମାନଙ୍କରେ ଟ୍ରାଏଲ ରୁମ୍‌କୁ ସମ୍ପୁର୍ଣ୍ଣ ଭାବେ ନିଷେଧ କରାଯିବା ସହିତ ସେଠାରେ କାର୍ଯ୍ଯରତ ସମସ୍ତ କର୍ମଚାରୀଙ୍କୁ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.