Below header

ଅର୍ଜୁନ ପୁରସ୍କାର ପାଇଁ ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର

ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର। ପୁରସ୍କାର ପାଇଁ ସୁପାରିଶର ଶେଷ ତାରିଖ ଜୁନ୍‌ ୩ ଥିବା ବେଳେ ସରକାରଙ୍କ ତରଣରୁ ପୂର୍ବରୁ ହିଁ ସୁପାରିଶ କରାଯାଇଛି। ତେବେ ଏହା ପ୍ରଥମ ଥର ନୁହେଁ ଗତ ବର୍ଷ ମଧ୍ୟ ଦୂତୀଙ୍କୁ ଅର୍ଜୁନ ପୁରସ୍କାର ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ମାତ୍ର ସୁପାରିଶ ପତ୍ର ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ତାହାକୁ ଗ୍ରହଣ କରିନଥିଲା।

ଅନ୍ୟପଟେ ଭାରତୀୟ ଦୌଡ଼କୁଦ ମହାସଂଘ ନିଜ ଆଡ଼ୁ ଦେଇଥିବା ଶ୍ରେଷ୍ଠ ୫ ଖେଳାଳିଙ୍କ ମଧ୍ୟରେ ଦୂତୀଙ୍କୁ ଶେଷରେ ସ୍ଥାନିତ କରିଥିଲା। କିନ୍ତୁ ଅର୍ଜୁନ ପୁରସ୍କାର ନିୟମାନୁସାରେ କ୍ରୀଡ଼ା ସଂଘ ସର୍ବାଧିକ ୩ ଜଣଙ୍କ ନାଁ ସୁପାରିଶ କରିପାରିବେ। ଏଣୁ ଦୂତୀ ଅର୍ଜୁନ ପୁରସ୍କାର ପାଇବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଏଥରକ ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହିଁନଥିଲେ। ଏଣୁ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଦୂତୀଙ୍କ ନାଁ ସୁପାରିଶ କରିଛନ୍ତି। ଏଥିପାଇଁ ଦୂତୀ ସରକାରଙ୍କୁ ଧନ୍ୟବାଦ ଜଣାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.