Below header

ଏ ହେଉଛି ଦୁନିଆର ସବୁଠାରୁ ଲମ୍ବା ଇଂଲିଶ ଶବ୍ଦ, ପଢ଼ିବାକୁ ଲାଗିଥାଏ ୪ ଘଣ୍ଟା

ସବୁ ଭାଷା ପରି ଇଂଲିଶ ମଧ୍ୟ ବହୁତ ସମୃଦ୍ଧ ଭାଷା। ଏଥିରେ ଏମିତି କେତେକ ଶବ୍ଦ ଅଛି, ଯାହାକୁ କହିବା ମୁସ୍କିଲ ହୋଇପଡ଼େ। କିନ୍ତୁ ନିଜ ଜ୍ଞାନ ବଢ଼ାଇବା ଏବଂ ଶବ୍ଦ ଭଣ୍ଡାରକୁ ମଜଭୁତ କରିବା ପାଇଁ ଆପଣଙ୍କୁ ଇଂଲିଶ ଭାଷାର କିଛି ବେସିକ ଜିନିଷକୁ ନିହାତି ଜାଣିବା ଦରକାର। ଏହାଦ୍ୱାରା ଆପଣ ନିଜ ଜ୍ଞାନର ଭଣ୍ଡାରକୁ ବଢ଼ାଇ ପାରିବେ। ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଲମ୍ବା ଇଂଲିଶ ଶବ୍ଦ ବିଷୟରେ କହିବୁ।

ଏହି ଶବ୍ଦ ୧୦୦ କି ୨୦୦ ଅକ୍ଷର ମଧ୍ୟରେ ସୀମିତ ନାହିଁ, ବରଂ ୧ ଲକ୍ଷ ୮୯ ହଜାର ୮୧୯ ଅକ୍ଷରକୁ ମିଶାଇ ବନା ଯାଇଛି। ଏହି ଖାସ ଶବ୍ଦକୁ ପଢିବାରେ ପାଖାପାଖି ସାଢ଼େ ୩ ଘଣ୍ଟା ସମୟ ଲାଗିପାରେ। କହି ରଖୁଛୁ, ଏହି ଶବ୍ଦ ହେଉଛି ମଣିଷ ଶରୀରରେ ମିଳୁଥିବା ଟିଟିନ ପ୍ରୋଟିନର କେମିକାଲ ନାମ।

ଆମ ଶରୀରରେ ୨୦ ଲକ୍ଷରୁ ଅଧିକ ପ୍ରୋଟିନ ରହିଛି, ଯେଉଁଗୁଡ଼ିକ ଏମିନୋ ଏସିଡରୁ ତିଆରି ହୋଇଥାଏ। ମଣିଷ ଶରୀରରେ ଏ ପର୍ଯ୍ୟନ୍ତର ସବୁଠାରୁ ଲମ୍ବା ପ୍ରୋଟିନ ଟିଟିନ ହିଁ ରହିଛି, ଯେଉଁଥିରେ ୨୬ ହଜାରରୁ ଅଧିକ ଏମିନୋ ଏସିଡ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.