୧୧ ବର୍ଷ ତଳେ ହଜିଥିଲା ଝିଅ, ଶେଷରେ ପଡ଼ୋଶୀ ଘରୁ ମିଳିଲା ଠିକଣା, ଜାଣନ୍ତୁ ପୁରା ଘଟଣା

୧୧ ବର୍ଷରୁ ହଜିଯାଇଥିଲେ ମହିଳା । ଶେଷରେ ପଡ଼ୋଶୀ ଘରୁ ପାଖରୁ ଖବର ମିଳିଲା । ଏହି ମାମଲା କେରଳର ପଲକ୍କଡର ଅୟାଲୁର ଗାଁର । ଏଠାରେ ରହୁଥିବା ଏକ ମହିଳା ୧୧ ବର୍ଷ ପୂର୍ବରୁ ହଜିଯାଇଥିଲେ । ପରିବାର ଲୋକ ଝିଅକୁ ବହୁତ ଖୋଜିଥିଲେ । ଏହାପରେ ନିରାଶ ହୋଇ ପରିବାର ଲୋକ ଝିଅଟିକୁ ଖୋଜିବା ବନ୍ଦ କରିଦେଲେ ।

କିନ୍ତୁ ଏବେ ଏମିିତି ଖବର ସାମ୍ନାକୁ ଆସିଲା । ଯାହାକୁ ଶୁଣିଲା ପରେ ପରିବାର ସମତେ ଆଖାପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ମାତା ପିତାଙ୍କ ଘରୁ ମାତ୍ର ୫୦୦ ମିଟର ଦୂରରେ ଏହି ମହିଳା ଜଣକ ଖବର ମିଳିଛି । ସୂଚନା ଅନୁଯାୟୀ ଏହି ମହିଳା ଜଣକ ନିଜ ପ୍ରେମିକ ସହ ବିବାହ କରି ଅନେକ ଦିନରୁ ଏହି ସ୍ଥାନରେ ରହୁଛନ୍ତି । ଅଜବ କଥା ଏହା ଯେ, ପରିବାର ଲୋକଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା ।

ବର୍ଷ ୨୦୧୦ରୁ ଏହି ମହିଳା ଜଣକ ଫେରାର ଥିଲେ । ତାଙ୍କୁ ସେତେବେଳେ ୧୧ ବର୍ଷ ହୋଇଥିଲା । ତେବେ ଏତେ ବର୍ଷ ମଧ୍ୟରେ ସେମାନଙ୍କୁ କେହି ସନ୍ଦେହ କରିପାରୁନଥିଲେ । ଘର ଭିତରେ ସବୁ କାମ କରିବା ସହ ମହିଳା ଜଣକ ବାହାରକୁ ଆସି କାହା ସହ ମିଶୁ ନଥିଲେ । ଖବର ଅନୁଯାୟୀ, ମହିଳା ଜଣକ ନାମ ସଜିତା ହୋଇଥିବା ବେଳେ ପୁଅର ନାମ ରେହମାନ ।

୩୪ ବର୍ଷର‌ ରେହମାନ ସେହି ସମୟରେ ଘର ଛାଡି ଚାଲି ଆସିଥିଲେ । ଏହାପରେ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏବେ ୨ ଜଣଙ୍କ ଖବର ମିଳିବା ପରେ ମାମଲା କୋର୍ଟକୁ ଯାଇଥିଲା । ପରେ କୋର୍ଟ ତରଫରୁ ୨ଜଣଙ୍କୁ ଏକାଠି ରହିବାର ଅନୁମତି ମିଳିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.