Below header

ବୃତ୍ତିରେ କୃଷକ ହେଲେ ବିନା ବେତନରେ କରୁଛନ୍ତି ଶିକ୍ଷକତା

ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି କୃଷକ । କଥାଟି ଅଲଗା ଲାଗୁଥିଲେ ବି ସତ। ଜଣେ ସଫଳ ବିଜ୍ଞାନ ଛାତ୍ର ହିସାବରେ ପାଠ ପଢ଼ା ଶେଷ ହେବା ପରେ ନିଜ ବାଡ଼ିରେ ଚାଷ କରି ବେଶ ସଫଳତା ପାଇଥିଲେ । ପରେ ପାଖ ସ୍କୁଲରେ ଶିକ୍ଷକ ଅଭାବ ଜାଣି ସେଠାରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି । 

ଯାଜପୁର ଟାଉନ(କେନ୍ୟୁଜ):  ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି କୃଷକ । କଥାଟି ଅଲଗା ଲାଗୁଥିଲେ ବି ସତ। ଜଣେ ସଫଳ ବିଜ୍ଞାନ ଛାତ୍ର ହିସାବରେ ପାଠ ପଢ଼ା ଶେଷ ହେବା ପରେ ନିଜ ବାଡ଼ିରେ ଚାଷ କରି ବେଶ ସଫଳତା ପାଇଥିଲେ । ପରେ ପାଖ ସ୍କୁଲରେ ଶିକ୍ଷକ ଅଭାବ ଜାଣି ସେଠାରେ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ।  ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତ ଇନ୍ଦାରୋଇ ଗ୍ରାମର କୁଳମଣି ନାୟକ । ଯିଏ ଏବେ  ସରକାରୀ ସ୍କୁଲରେ ମାଗଣା ଶିକ୍ଷାଦାନ କରି ଏକ ନିଆରା ପରିଚୟ ସୃଷ୍ଟି କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।
କୁଳମଣି ନାୟକ ପିଲାଟି ଦିନରୁ ମେଧାବୀ ଛାତ୍ର ଥିବାବେଳେ ବିଜ୍ଞାନରେ ଯୁକ୍ତତିନି ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ । କିନ୍ତୁ ଅଧିକ ପାଠ ପଢ଼ା ପାଇଁ ବାଧକ ସାଜିଥିଲା ଅର୍ଥ  ପରବର୍ତୀ ସମୟରେ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବାରୁ ପନିପରିବା ଚାଷକୁ ପେସା କରି ଜୀବିକା ଆରମ୍ଭ କରିଥିଲେ । ବାଡିରେ କୋବି, ଭେଣ୍ଡି, ବାଇଗଣ ଚାଷ କରୁଥିଲେ । କିନ୍ତୁ ପନିପରିବାରେ ଆଶାନୁରୂପ ଲାଭ ହୋଇନଥିଲା ।
ତେବେ ୟୁଟୁବରୁ ଥାଇଲାଣ୍ଡ ବରକୋଳି ଚାଷ ସଂପର୍କରେ ଦେଖିବା ସହ ଏହା ଏକ ଲାଭଦାୟକ ଫସଲ ବୋଲି ଜାଣିବାକୁ ପାଇଥିଲେ । ପରେ ୨ ବର୍ଷ ହେଲା ନିଜସ୍ୱ ଉଦ୍ୟମରେ ସେ ଦେଢ଼ଏକର ଜମିରେ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଉଦେଶ୍ୟରେ ୩/୪ ପ୍ରକାର ବରକୋଳି ଚାଷ ଆରମ୍ଭ କରିଛନ୍ତି । ଯେଉଁଥିରେ ଥାଇଲାଣ୍ଡ ବରକୋଳି, କାଶ୍ମୀର ଆପଲ ବେରୀ ପ୍ରଭୃତି ଚାଷ କରୁଛନ୍ତି । ଏହି ଚାଷରେ ସାର ଓ ରାସାୟନିକ ବ୍ୟବହାର ହେଉନଥିବାରୁ ଏହା ସଂପୂର୍ଣ୍ଣ ଜୈବ ବିବିଧତାପୂର୍ଣ୍ଣ ଚାଷ ବୋଲି କୁହାଯାଉଛି । ଏହି ଚାଷରେ ତାଙ୍କ କଲେଜ ପଢ଼ୁଆ ପୁଅ ବି ସହଯୋଗ କରୁଛନ୍ତି । ଅନ୍ୟ ପଟେ ଚାଷ ଛଡା କୁଳମଣି ଶିକ୍ଷାଦାନକୁ ନିଶା କରିଛନ୍ତି । ଫଳରେ ଘର ପାଖରେ ଥିବା ସାହସପୁରର ହନୁମାନଜୀଉ ହାଇସ୍କୁଲ ଓ ବନମାଳୀ ବ୍ରହ୍ମଚାରୀ ବାଳିକା ହାଇସ୍କୁଲରେ ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରୁଛନ୍ତି ।
farmer
ପ୍ରତିଦିନ ସକାଳ ୧୦ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ସ୍କୁଲରେ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ପିଲାଙ୍କୁ ଗଣିତ ଓ ବିଜ୍ଞାନ ବିଷୟ ପାଠ ପଢ଼ାଇ ଆତ୍ମସନ୍ତୋଷ ଲାଭ କରୁଥିବା କହିଛନ୍ତି । ଏହି ସ୍କୁଲ ଗୁଡିକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍କୁଲ ହୋଇନଥିବାରୁ ଶିକ୍ଷକ ଅଭାବ ରହିଛି । କିନ୍ତୁ କୁଳମଣି ସେହି ଦାୟିତ୍ୱକୁ ନିଜ କାନ୍ଧରେ ନେଇ ନିଜ ଗାଁର ଭବିଷ୍ୟତକୁ ମଣିଷ କରିବାକୁ ନିଜେ ବିନା ବେତନରେ ସ୍କୁଲ ଶିକ୍ଷା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି । ଏଥି ସହ ଆର୍ଥିକ ଅନଗ୍ରସର ମେଧାବୀ ପିଲାଙ୍କୁ ସେ ଘରୋଇ ଶିକ୍ଷା ଦେଉଥିବାବେଳେ ସମୟ ଓ ସହଯୋଗ ମିଳିଲେ ସେ ଏକ ମାଗଣା କୋଚିଂ ସେଣ୍ଟର ଖୋଲିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।
ଏପରି କାର୍ଯ୍ୟଶୈଳୀ ଯୋଗୁ ସେ ଜଣେ ସଫଳ ଚାଷୀ ସହ ଜଣେ ଆଦର୍ଶ ଶିକ୍ଷକର ପରିଚୟ ପାଇଛନ୍ତି । କୁଳମଣିଙ୍କ ଏପରି ଉଦ୍ୟମ ପୁରା ଅଞ୍ଚଳବାସୀଙ୍କୁ ଗର୍ବିତ କରିଥିବା ବେଳେ ତାଙ୍କର ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି। ଗୋଟିଏ ପଟେ ବିନା ବେତନର ଶିକ୍ଷକ ଅନ୍ୟପଟେ ଜଣେ ସଫଳ କୃଷକ ଙ୍କ ମହନୀୟ କାର୍ଯ୍ୟ। ଯାହାକୁ ସାରା ଅଞ୍ଚଳରେ ପ୍ରଶଂସା କରାଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.