ଶୋଇଥିବା ବେଳେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଘରୋଇ ନର୍ସିଂ ହୋମରେ ଉତ୍ତେଜନା

ଜଗତସିଂହପୁର ଜିଲ୍ଲା ସଦର ଥାନା ମୁଖ୍ୟ ଚିକିତ୍ସାଳୟ ନିକଟସ୍ତ ଏକ ଘରୋଇ ହସ୍ପିଟାଲରେ ଏକ ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କର ବିଳମ୍ବିତ ରାତ୍ରରେ ମୃତ୍ୟୁକୁ ନେଇ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା । ଏଭଳି ଘଟଣା ଜଗତସିଂହପୁର ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଘଟିଛି ।

ଜଗତସିଂହପୁର (କେନ୍ୟୁଜ): ଜଗତସିଂହପୁର ଜିଲ୍ଲା ସଦର ଥାନା ମୁଖ୍ୟ ଚିକିତ୍ସାଳୟ ନିକଟସ୍ତ ଏକ ଘରୋଇ ହସ୍ପିଟାଲରେ ଏକ ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କର ବିଳମ୍ବିତ ରାତ୍ରରେ ମୃତ୍ୟୁକୁ ନେଇ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା । ଏଭଳି ଘଟଣା ଜଗତସିଂହପୁର ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଘଟିଛି । ଯାହା ଫଳରେ ହସ୍ପିଟାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ହେଲେ ବାଲିକୁଦା ଥାନା ମାଛଗାଁ ପଞ୍ଚାୟତ ବରଗୁଡିପଡିଆ ଗ୍ରାମର ୩୪ ବର୍ଷୀୟ ଅରକ୍ଷିତ ବେହେରା ।

ଉକ୍ତ ଘରୋଇ ନର୍ସିଂ ହୋମ ପରିସରରେ ଗତ କାଲି ରାତିରେ ଶୋଇଥିବା ସମୟରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ପରେ ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଏହାକୁ ନେଇ ନର୍ସିଂହୋମ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା । ଜଗତସିଂହପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ହେଲେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ । ଅରକ୍ଷିତଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.