Below header

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର, ରାମଲାଲାଙ୍କ ଦର୍ଶନ ପାଇଁ ଆଉ ଘଣ୍ଟାଏ ବଢିଲା ସମୟ

ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରତିଦିନ ଭକ୍ତ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରୁଥିଲେ । ହେଲେ ଏବେ ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରିବେ ।

ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ସମସ୍ତେ ଭଗବାନଙ୍କ ଝଲକ ଦେଖିବା ପାଇଁ ବ୍ୟସ୍ତ ହୋଇପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାମଲାଲାଙ୍କ ଦର୍ଶନ ସମୟ ୧ ଘଣ୍ଟା ବଢାଇ ଦିଆଯାଇଛି । ପ୍ରତିଦିନ ଭକ୍ତ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରୁଥିଲେ । ହେଲେ ଏବେ ଶ୍ରଦ୍ଧାଳୁ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାମଲାଲାଙ୍କୁ ଦର୍ଶନ କରିପାରିବେ ।

ରାମଲାଲାଙ୍କ ଦର୍ଶନ ପାଇଁ ନୂଆ ସମୟ :

ମଙ୍ଗଳ ଆରତି : ୪.୩୦ ସକାଳ
ଶୃଙ୍ଗାର ଆରତି : ୬.୩୦
ଭକ୍ତଙ୍କ ଦର୍ଶନ : ସକାଳ ୭
ଭୋଗ ଆରତି : ୧୨ଟା
ସନ୍ଧ୍ୟା ଆରତି : ୭.୩୦ ମିନିଟ
ରାତି ଭୋଗ : ୯ଟା
ଶୟନ ଆରତି : ରାତି ୧୦

ଅଯୋଧ୍ୟା ରାମ ମନ୍ଦିର ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ରାମଭକ୍ତଙ୍କ ପାଇଁ ବହୁତ ସହଜ ହୋଇଛି । ରାମଲାଲାଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ରାମମନ୍ଦିର ନିକଟକୁ ଗାଡି ନେଇପାରିବେ । ଗାଡି ରଖିବା ସ୍ଥାନରୁ ଇ-ବସ୍‌ କିମ୍ବା ଇ- ରିକ୍ସା ଜରିଆରେ ଭକ୍ତ ମନ୍ଦିର ପର୍ଯ୍ୟନ୍ତ ଯାଇପାରିବେ ।

ସୂଚନାଯୋଗ୍ୟ, ସାଧାରଣତନ୍ତ୍ର ଦିବସ ଅବସରରେ ରାମଲାଲାଙ୍କ ଦର୍ଶନ ପାଇଁ ପ୍ରାୟ ୩.୫ ଲକ୍ଷରୁ ଅଧିକ ଭକ୍ତ ଆସିଥିଲେ । ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ହେବା ପରେ ପ୍ରଥମ ଦିନରେ ୫ ଲକ୍ଷ ଭକ୍ତ ମନ୍ଦିରକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.