ଦୀର୍ଘ ଦିନର ସ୍ୱପ୍ନ ହେଲା ପୂରଣ, ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ । ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସମ୍ବଲପୁର (କେନ୍ୟୁଜ): ବହୁ ପ୍ରତୀକ୍ଷାର ଅନ୍ତ । ସମଲେଇ ପ୍ରକଳ୍ପ ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ସମଲେଶ୍ବରୀ ମନ୍ଦିରରେ ପହଂଚିବା ପରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ ଫାଇଭ୍ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାପରେ ଭବ୍ୟ ସମଲେଇ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ । ପରେ ପ୍ରକଳ୍ପକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ଉତ୍ସବମୁଖରିତ ମା ସମଲେଶ୍ବରୀଙ୍କ ପୀଠ । ମନ୍ତ୍ର ଧ୍ବନିରେ କମ୍ପୁଛି ପରିବେଶ । ଯଜ୍ଞ ସ୍ଥଳରୁ ଭାସି ଆସୁଛି ମନ୍ତ୍ରଧ୍ବନି । ବେଦଜ୍ଞ ପଣ୍ଡିତମାନେ ହୋମଯଜ୍ଞ କରୁଛନ୍ତି। ୪୦ ଏକର ପରିମିତ ସ୍ଥାନରେ ରହିଛି ମାଆ ସମଲେଇଙ୍କ ଭବ୍ୟ ପ୍ରକଳ୍ପ ।

ମନ୍ଦିର ପରିସରରେ ମୁଖ୍ୟ ଆକର୍ଷଣ ପାଲଟିଛି ସେଣ୍ଟ୍ରାଲ ପ୍ଲାଜା  । ସେବାୟତଙ୍କ ସୁବିଧା ଲାଗି ଗୃହ ସହ ନୂଆ ଦୀପ ଘର ନିର୍ମାଣ ହୋଇଛି  । ମାଆମାନଙ୍କ ପାଇଁ ରହିଛି ବେବି ରୁମର ସୁବିଧା । ସ୍ବତନ୍ତ୍ର ୱାଚ୍ ଟାୱାର ନିର୍ମାଣ ସହ ପ୍ରଥମ ଓ ଦ୍ବିତୀୟ ମହଲାକୁ ଦର୍ଶକ ଯାଇପାରିବେ । ଯାତ୍ରୀ ସୁବିଧା କେନ୍ଦ୍ର ଓ ଟଏଲେଟ ସୁବିଧା ମଧ୍ୟ ରହିଛି । କୋଟି କୋଟିଚ ଲୋକଙ୍କ ଆସ୍ଥା ଓ ବିଶ୍ବାସର ପ୍ରାଣକେନ୍ଦ୍ର ମା ସମଲେଇ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ପ୍ରସିଦ୍ଧ ପୀଠ । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.