ମରାଠା ଆନ୍ଦୋଳନ ପ୍ରତ୍ୟାହୃତ, ସିନ୍ଦେଙ୍କ ହାତରୁ ଜୁସ ପିଇ ଅନଶନ ଭଙ୍ଗ କଲେ ମନୋଜ ଜାରଙ୍ଗେ

ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ମନୋଜ ଜାରଙ୍ଗେ ପାଟିଲ ଅନଶନ ଭଙ୍ଗ କରିଛନ୍ତି । ମହାରାଷ୍ଟ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିଛନ୍ତି । ଏହାପରେ ମନୋଜ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଏକ ଗ୍ଲାସ ଜୁସ୍ ପିଇ ଭଙ୍ଗ କରିଥିଲେ ।

ଦୀର୍ଘଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ମରାଠା ଆନ୍ଦୋଳନ ଶେଷରେ ପ୍ରତ୍ୟାହୃତ ହୋଇଛି । ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନର ନେତୃତ୍ୱ ନେଇଥିବା ମନୋଜ ଜାରଙ୍ଗେ ପାଟିଲ ଅନଶନ ଭଙ୍ଗ କରିଛନ୍ତି । ମହାରାଷ୍ଟ୍ର ସରକାର ତାଙ୍କ ଦାବିକୁ ଗ୍ରହଣ କରିଛନ୍ତି । ଏହାପରେ ମନୋଜ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ଏକ ଗ୍ଲାସ ଜୁସ୍ ପିଇ ଭଙ୍ଗ କରିଥିଲେ । ମରାଠା ସଂରକ୍ଷଣ ମାମଲାରେ ମନୋଜ ଜାରଙ୍ଗେଙ୍କ ସମସ୍ତ ଦାବିକୁ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାୟୁତି ସରକାର ଗ୍ରହଣ କରିଛନ୍ତି ।

ମରାଠା ସଂରକ୍ଷଣ ଦାବିରେ ଜାନୁଆରୀ ୨୬ରୁ ମୁମ୍ବାଇର ଆଜାଦ ମୈଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ହେଲେ ତାଙ୍କୁ ମୁମ୍ବାଇ ପୋଲିସ ଆଜାଦ ମଇଦାନରେ ଅନଶନରେ ବସିବାକୁ ଅନୁମତି ଦେଇନଥିଲେ ମଧ୍ୟ ଜରାଙ୍ଗେ ତାଙ୍କ ହଜାର ହଜାର ସମର୍ଥକଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ । ଏବେ ସରକାର ତାଙ୍କ ଦାବିକୁ ମାନି ନେଇଛନ୍ତି ।

ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଶିକ୍ଷା ତଥା ଚାକିରି କ୍ଷେତ୍ରରେ ସଂରକ୍ଷଣ ପାଇଁ ମନୋଜ ଜରାଙ୍ଗେ ପାଟିଲ ଦାବି କରିଥିଲେ । ଦୀର୍ଘ ଦିନ ଧରି କରାଯାଉଥିବା ଦାବିକୁ ସରକାର ନ ଶୁଣିବାରୁ ଶେଷରେ ଜାନୁଆରୀ ୨୦ରେ ଅନଶନକୁ ଓହ୍ଲାଇଥିଲେ ହଜାର ହଜାର କର୍ମୀ । ଜରାଙ୍ଗେ ଦୀର୍ଘ ସାତ ଦିନ ଧରି ଅନ୍ନ-ଜଳ ମଧ୍ୟ ସ୍ପର୍ଶ କରିନଥିଲେ । ଶେଷରେ ସିନ୍ଦେ ସରକାର ତାଙ୍କ ଦାବିକୁ ପୂରଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.