Below header

ଗଛ ଉପରେ ଚାଲୁଥିବା ଏହି ବାଇକ୍ ନିର୍ମାଣ କଲେ ମାଙ୍ଗାଲୁର ଜଣେ କୃଷକ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଭିଡିଓ

କର୍ଣ୍ଣାଟକର ମାଙ୍ଗାଲୁରରେ ଜଣେ କୃଷକ ଏଭଳି ଏକ ଗାଡି ତିଆରି କରିଛନ୍ତି, ଯାହା ଦ୍ବାରା ଗଛରେ ଚଢିବା ଖୁବ୍ ସହଜ ହୋଇପାରିଛି। ଏହି ଗାଡି କିଛି ସେକେଣ୍ଡ ମଧ୍ୟରେ ଗଛ ଉପରେ ଚଢେଇ ଦେଇଥାଏ। ସାଜିପାମୁଡା ଗାଁର ଗଣପତି ଭଟ୍ଟ ଏହି ଗାଡି ତିଆରି କରିଛନ୍ତି। ସେ ଏଭଳି ଏକ ଗାଡି ତିଆରି କରିଛନ୍ତି ଯାହା ସିଧା ଏବଂ ଚିକ୍କଣ ଗଛ ଉପରେ ସହଜରେ ଚାଲି ପାରିବ। ରିପୋର୍ଟ ଅନୁଯାୟୀ ଏହି ଗାଡିର ଓଜନ ୨୮ କିଲ ଏବଂ ଏହି ଗାଡି ୬୦ ରୁ ୮୦ କିଲ ଗଛ ଉପରେ ଚାଲିପାରିବ। ୧ ଲିଟର ପେଟ୍ରୋଲରେ ଗାଡିଟି ୮୦ ଟି ଗଛ ଉପରେ ଚାଲି ପାରିବ। ଏହି ଗାଡି ଗୁଆ ଗଛ ଉପରେ ଖୁବ୍ ଭଲଭାବେ ଚାଲି ପାରିବ। କାରଣ ଗୁଆ ଗଛ ସିଧା ଏବଂ ଚିକ୍କଣ ହୋଇଥିବାରୁ ସେଥିରେ ଚଢିବା କଷ୍ଟକର ହୋଇଥାଏ। କିନ୍ତୁ ବର୍ତ୍ତମାନ ଆପଣ ଏହି ଗାଡି ସାହାଯ୍ୟରେ  ଖୁବ୍ ସହଜରେ ଗୁଆ ଗଛ ଉପରେ ଚଢିପାରିବେ।

tree୨୮ କିଲ ର ଏହି ଗାଡିରେ ଦୁଇଟି ଷ୍ଟ୍ରୋକ ଇଞ୍ଜିନ ଲଗାଯାଇଛି। ଏଥିରେ ବସିବା ପାଇଁ ସେଫ୍ଟି ବେଲ୍ଟ ଲଗାଇବାକୁ ପଡିଥାଏ। ମାତ୍ର ଗୋଟିଳ ଥର ବଟନ ଚିପିବା ମାତ୍ରେ ୩୦ ସେକେଣ୍ଡ ମଧ୍ୟରେ ୮୦ କିଲ ଗଛ ଉପରେ ପହଞ୍ଚିପାରିବେ। ଗଣପତି ଏହି ଗାଡିରେ ଡିସ୍କ ବ୍ରେକ ଲଗାଇଛନ୍ତି। ଯାହା ବିଲକୁଲ ବାଇକ୍ ଭଳି ରଖିଥାଏ। ବର୍ତ୍ତମାନ ଏହି ଗାଡିର ଚାହିଦା ବଢିବାରେ ଲାଗିଛି। ଯେ କୌଣସି ବ୍ୟକ୍ତି ଏହି ଗାଡି ବିଷୟରେ ଜାଣିବା ମାତ୍ରେ କିଣିବା ପାଇଁ ତାଙ୍କ ପାଖରେ ଯାଇ ପହଞ୍ଚୁଛନ୍ତି। ଗଣପତି ଏହି ଗାଡିର ମୁଲ୍ୟ ୭୫ ହଜାର ଟଙ୍କା ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.