Below header

ଉତ୍ତେଜିତ ଗୀତ ଉପରେ ଆଉ ନୃତ୍ୟ କରିପାରିବେ ନାହିଁ ଛୁଆ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଲଗାଇଲେ ରୋକ୍

ନୂଆଦିଲ୍ଲୀ: ଛୁଆମାନଙ୍କ ଡ୍ୟାନ୍ସ ସହିତ ଜଡିତ ବିଭିନ୍ନ ରିଆଲିଟି ସୋ କୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏକ ଆଡଭାଇଜରି ଜାରି କରିଛନ୍ତି । ମନ୍ତ୍ରାଳୟ କହିଛନ୍ତି କି,ଚ୍ୟାନେଲ ଗୁଡିକ ପକ୍ଷରୁ ଛୋଟ ଛୁଆଙ୍କ ଡ୍ୟାନ୍ସ ପ୍ରତିଯୋଗିତାରେ ସେମାନଙ୍କ ମାନସିକ ଏବଂ ଶାରୀରିକ ବିକାଶ ଉପରେ ଧ୍ୟାନ ଦେବା ଉଚିତ୍ ।

dance onମନ୍ତ୍ରାଳୟ କହିଛନ୍ତି କି,ଲଗାତାର ଦେଖାଯାଉଛି କି ରିଆଲିଟି ସୋ’ରେ ଛୁଆ ମାନେ ଯେଉଁ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ମୂଳ ରୂପେ ତାହା ବଡମାନଙ୍କ ଦ୍ବାରା ଅନ୍ୟମାନଙ୍କ ମନୋରଞ୍ଜନର ସାଧନ ପାଇଁ କରାଯାଉଛି । ଯାହା ସେମାନଙ୍କ ପାଇଁ ଅନୁକୂଳ ନୁହେଁ ।
ଏମିତିରେ ଏହି ଡ୍ୟାନ୍ସକୁ ଛୁଆ ମାନଙ୍କ ଦ୍ବାରା କରାଇବା ଦ୍ବାରା ସେମାନଙ୍କ ସାନସିକ ଏବଂ ସଂରଚନାତ୍ମକ ବିକାଶରେ ବିପରିତ ପ୍ରଭାବ ପଡିପାରେ । ଏଥିପାଇଁ ଚ୍ୟାନେଲ୍ ଗୁଡିକୁ ଏହି ପ୍ରକାରର ସୋ ଉପରେ ବିଶେଷ ନଜର ଦେବାକୁ କୁହାଯାଇଛି ।

dance1ମନ୍ତ୍ରାଳୟର ଆଡଭାଇଜରିରେ କୁହାଯାଇଛି କି, ମନ୍ତ୍ରାଳୟ ନିଜ ଉପଗ୍ରହ ଟିଭି ଚ୍ୟାଲେନ୍ କେବୁଲ ଟେଲିଭିଜନ୍ ନେଟୱେକ୍ ବିନିୟମ୍ ଅଧିନିୟମ ୧୯୯୫ ଦ୍ବାରା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ପାଇଁ କରାଯାଇଥିବା ନିୟମାବଳୀ ଅନୁସାରେ ଦିଆଯାଇଥିବା ପ୍ରାବଧାନର ଅନୁରୂପ ନିୟମ ପାଳନ କରିବା ପାଇଁ ଆଶା ରଖିଛନ୍ତି ।

danceଏହି ନିୟମ ଅନୁସାରେ ଟିଭି ଚ୍ୟାନେଲରେ କୌଣସି ଏମିତି କାର୍ଯ୍ୟକ୍ରମ ହେବ ନାହିଁ ଯାହା ଛୁଆମାନଙ୍କର ଅଭଦ୍ର ଛବି ଜାହିର କରିବ । ଛୁଆଙ୍କ କାର୍ଯ୍ୟକ୍ରମରେ ନୈତିକ ମୂଲ୍ୟକୁ ଗୁରୁତ୍ବ ଦେବା ଉଚିତ୍ । ଏଥିରେ ଭାଷା, ଛବି ଆଦି ବିଭିନ୍ନ ଜିନିଷରେ ବିଶେଷ ନଜର ଦେବା ଉଚିତ୍ । କୌଣସି ପ୍ରକାରର ହିଂସାତ୍ମକ ଛବି ନଥିବା ଉଚିତ୍ । ଛୁଆ ମାନଙ୍କ ଭିତରେ ଏମିତି କୌଣସି ଆୟୋଜନ କରିବା ଉଚିତ୍ ନୁହେଁ ଯାହା ବୟଷ୍କ ମାନଙ୍କ ଦୃଷ୍ଟିକୋଣ ହିସାବରେ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.