ରାତିଅଧରେ ପୂର୍ବତନ ମିସ୍ ଇଣ୍ଡିଆଙ୍କ ସହ ଅସଦାଚରଣ, ଫେସବୁକରେ ବୟାନ୍ କଲେ କଷ୍ଟ

ପୂର୍ବତନ ମିସ୍ ଇଣ୍ଡିଆଙ୍କ ସହ ଦୁର୍ବ୍ୟବହାର । କୋଲକାତାରେ ଉଶୋଶୀ ସେନଗୁପ୍ତାଙ୍କ ସହ ଅଦଦାଚରଣ କରିଛନ୍ତି କିଛି ଯୁବକ । ଘଟଣାଟି ଘଟିଛି ସୋମବାର ରାତିରେ । ଖବର ମୂତାବକ ଉଶୋଶୀ ନିଜ କାମ ସାରି ଏକ ହୋଟେଲରୁ ଘରକୁ ଫେରିବା ପାଇଁ କ୍ୟାବ ବୁକ୍ କରିଥିଲେ । ଏହି ସମୟରେ ଉଶୋଶୀଙ୍କ ସହ ତାଙ୍କର ସହକର୍ମୀ ମଧ୍ୟ ଥିଲେ ।

ତେବେ କ୍ୟାବରେ କିଛି ବାଟ ଯିବା ପରେ କିଛି ଅସାମାଜିକ ଯୁବକ ଆସି ସେମାନଙ୍କ ବାଇକରେ ଉଶୋଶୀଙ୍କ କାରକୁ ଧକ୍କା ଦେଇଥିଲେ । ଏହା ପରେ କ୍ୟାବର ଡ୍ରାଇଭରକୁ ବାହାରକୁ ଆଣି ପିଟିଥିଲେ । ଏହି ସମୟରେ ଜଣେ ପୋଲିସ୍ ଅଧିକାରୀଙ୍କୁ ଘଟଣାସ୍ଥଳରେ ଦେଖି ସାହାଯ୍ୟ ମାଗିଥିଲେ ଉଶୋଶୀ । ହେଲେ ମାମଲାଟି ଅନ୍ୟଏକ ଥାନା ଅଧିନରେ ଯାଉଥିବା କହି ମନା କରିଦେଇଥିଲେ ପୋଲିସ ଜଣକ । ଏହାପରେ ଅନେକ ଅନୁରୋଧ ପରେ ପୋଲିସ୍ ଜଣକ ଜଣେ ଯୁବକଙ୍କୁ ଧରିବା ବେଳେ ସେ ଧକ୍କା ମାରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ତେବେ ଅନ୍ୟକିଛି ପୋଲିସ୍ ଅଧିକାରୀ ଆସି ଉଶୋଶୀଙ୍କୁ ସାହାଯ୍ୟ କରିଥିଲେ । ଏହା ପରେ କ୍ୟାବରେ ନିଜ ସହକର୍ମୀଙ୍କୁ ଘରକୁ ପଠାଇ ପୋଲିସ୍ ଷ୍ଟେସନ୍ ଯାଇଥିଲେ ଉଶୋଶୀ ।

ଘଟଣାକୁ ନିଜ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ଏହି ପୂର୍ବତନ ମିସ୍ ଇଣ୍ଡିଆ । ଏହା ସହ ପୋଲିସ୍, ସମସ୍ତ ଗଣମାଧ୍ୟମଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟ୍ୟାଗ୍ କରିଛନ୍ତି । ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ୭ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ୍ । ସୂଚନାଯୋଗ୍ୟ ୨୦୧୦ରେ ଉଶୋଶୀ ମିସ୍ ଇଣ୍ଡିଆ ୟୁନିଭର୍ସର କ୍ରାଉନ୍ ନିଜ ନାଁରେ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.