Below header

ନାସା ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା, ଚନ୍ଦ୍ରଙ୍କ ପଛରେ ଲୁଚି ରହିଛି ସୂର୍ଯ୍ୟଙ୍କ ଇତିହାସ

ନାସାର ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା । ଚନ୍ଦ୍ରଙ୍କ ଉପରେ ରହିଛି ସୂର୍ଯ୍ୟଙ୍କ ପ୍ରାଚୀନ ରହସ୍ୟ । ଯାହା ଜୀବନର ବିକାଶକୁ ବୁଝାଇବାରେ ମହତ୍ୱପୂର୍ଣ୍ଣ ଅଟେ। ପାଖାପାଖି ଚାରି ଶହ କୋଟି ବର୍ଷ ପୂର୍ବେ ସୂର୍ଯ୍ୟ ସୌର ମଣ୍ଡଳରେ ତୀବ୍ର ବିକିରଣ, ଉଗ୍ର ବେଗ, ଉଚ୍ଚା ଶକ୍ତ ବାଦଲ ବାହାରୁଥିଲା । ଆମେରିକାରେ ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ ସେଣ୍ଟରର ବୌଜ୍ଞାନିକମାନଙ୍କ କହିବା ଅନୁଯାୟୀ ଏହି ପ୍ରକୋପ ପୃଥିବୀର ସୃଷ୍ଟି ସମୟରେ ଜୀବନର ଅଙ୍କୁରଣ କରିବାରେ ସାହାଯ୍ୟ କରିଥିଲା। ଏବଂ ଏହା ରାସାୟନିକ ପ୍ରତିକ୍ରିୟା ଦ୍ବାରା ପୃଥିବୀକୁ ଗରମ ରଖିଥିଲା।

nasascientisସେଣ୍ଟରର ତାରା ଭୌତିକବିଦ୍ ପ୍ରବଳ ସକ୍ସେନାଙ୍କ କହିବା ଅନୁଯାୟୀ ପୃଥିବୀର ମାଟି ତୁଳନାରେ ଚନ୍ଦ୍ରମାର ମାଟିରେ କମ ସୋଡିୟମ ଏବଂ ପୋଟାସିୟମ କାହିଁକି ରହିଛି। କାରଣ ଚନ୍ଦ୍ର ଏବଂ ପୃଥିବୀର ସରଞ୍ଚନା ଏକ ସମାନ ତତ୍ତ୍ବ ଅଟେ। ଏହି ପ୍ରଶ୍ନର ଉତ୍ତର ଆପୋଲୋ ଯୁଗରେ ଚନ୍ଦ୍ରଙ୍କର ନମୁନା ଏବଂ ପୃଥିବୀରେ ପାଇଥିବା ଚନ୍ଦ୍ରଙ୍କର ଉଲ୍ଳକାପିଣ୍ଡର ବିଶ୍ଲେଷଣ କରିବାରେ ଯାହା ଜାଣିବାକୁ ମିଳିଥିଲା, ତାହା ବୌଜ୍ଞାନିକମାନଙ୍କ ପାଇଁ ପ୍ରଥମ ଥିଲା।

ନାସାର ଗ୍ରହ ସମ୍ବନ୍ଧୀ ବୌଜ୍ଞାନିକ ରୋଜମେରୀ କିଲନଙ୍କ କହିବା ଅନୁଯାୟୀ, ‘ପୃଥିବୀ ଏବଂ ଚନ୍ଦ୍ର ଯଦି ଗୋଟିଏ ତତ୍ତ୍ବରେ ତିଆରି ତେବେ ଚନ୍ଦ୍ରଙ୍କର ଏହି ତତ୍ତ୍ବ କ୍ଷରଣ କଣ ପାଇଁ ହୋଇଯାଇଛି।’ ଶେଷରେ ଦୁଇ ବୈଜ୍ଞାନିକ ମତ ରଖିଛନ୍ତି ସୂର୍ଯ୍ୟଙ୍କ ଇତିହାସ ଚନ୍ଦ୍ରଙ୍କ ପଛରେ ଳୁଚି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.