ଏହି ବର୍ଷ ଶନି ମହଗ୍ରହଙ୍କ ଏହି ୮ ରାଶି ଉପରେ ରହିବ କ୍ରୁର ଦୃଷ୍ଟି, କାହିଁ ଆପଣଙ୍କ ରାଶି ଏହା ଭିତରେ ନାହିଁ ତ !

ଏମିତିରେ ତ ଶନି ଏକ ସମୟରେ ୫ ରାଶିକୁ ପ୍ରଭାବିତ କରିଥାନ୍ତି । ହେଲେ ଚଳିତ ବର୍ଷ ଅର୍ଥାତ ୨୦୨୨ରେ ଶନିଙ୍କ ଦୃଷ୍ଟି ୮ ରାଶି ଉପରେ ପଡ଼ିବ । ଏଥିପାଇଁ ଯେ ୨୦୨୨ ରେ ଶନି ଦୁଇଥର ରାଶି ବଦଳାଇବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି କୌଣସି ରାଶିରେ ଅଢ଼େଇ ବର୍ଷ ଯାଏ ବିରାଜମାନ କରିଥାନ୍ତି । ହେଲେ କିଛି ବର୍ଷରେ ଶନି ଦୁଇ ଥର ମଧ୍ୟ ରାଶି ବଦଳାଇଥାନ୍ତି । ଏମିତି ହୋଇଥାଏ ଶନି ଯେତେବେଳେ ବକ୍ରୀ ହୋଇଥାନ୍ତି ।

୨୦୨୨ ରେ ଶନି ଦୁଇ ଥର ରାଶି ବଦଳାଇଥାଏ । ଶନିଙ୍କର ପ୍ରଥମ ରାଶି ପରିବର୍ତ୍ତନ ୨୯ ଅପ୍ରେଲରେ ହେବ । ଏହି ସମୟରେ ଶନି ମକର ରାଶିକୁ ଛାଡି କୁମ୍ଭ ରାଶିକୁ ଚଳନ କରିବେ । ସେହିପରି ଶନିଙ୍କ ଦ୍ୱିତୀୟ ଚଳନ ବା ରାଶି ପରିବର୍ତ୍ତନ ୧୨ ଜୁଲାଇରେ ହେବ । ଶନି ଏତେବେଳେ ମକର ରାଶିରେ ଚଳନ କରିବେ । ଏହି ରାଶିରେ ଶନି ୧୭ ଜାନୁଆରୀ ୨୦୨୩ ଯାଏ ରହିବେ । ୨୦୨୨ ରେ ଶନିଙ୍କ ଏହି ସ୍ଥିତି ୮ ରାଶି ବାଲାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବେ ।

ନୂଆ ବର୍ଷର ଆରମ୍ଭରୁ ୨୯ ଅପ୍ରେଲ ଯାଏ ଶନି ମକର ରାଶିରେ ରହିବେ । ଏହି ସମୟରେ ମିଥୁନ ଓ ତୁଳା ରାଶି ବାଲାଙ୍କ ପାଇଁ ଶନି ଦେଢ଼୍ୟା ହେବ । ଆଉ ଧନୁ,ମକର ଓ କୁମ୍ଭ ରାଶିବାଲାଙ୍କ ପାଇଁ ଶନି ସାଢ଼େ ସାତି ହେବ । ପୁଣି ୨୯ ଅପ୍ରେଲ ୨୦୨୨ରୁ ୧୨ ଜୁଲାଇ ୨୦୨୨ ଯାଏ ଶନି କୁମ୍ଭ ରାଶିରେ ବିରାଜମାନ ହେବେ । ଏହି ସମୟରେ କର୍କଟ ଓ ବିଚ୍ଛା ରାଶି ବାଲାଙ୍କ ପାଇଁ ଶନି ଦେଢ଼୍ୟା ରହିବେ । ଏବଂ ମୀନ, ମକର ଓ କୁମ୍ଭ ରାଶି ବାଲାଙ୍କ ପାଇଁ ଶନି ସାଢ଼େ ସାତି ହେବେ । ଏହି ସମୟରେ ଧନୁ ବାଲାଙ୍କୁ ସାଢ଼େ ସାତିରୁ ମୁକ୍ତି ମିଳିବ ଓ ମିଥୁନ ଓ ତୁଳା ରାଶି ବାଲାଙ୍କୁ ଶନି ଦେଢ଼୍ୟା ହେବ ।

ପୁଣି ୧୨ ଜୁଲାଇରୁ ଶନି ମକର ରାଶିରେ ପୁଣି ପ୍ରବେଶ କରିବେ । ଯେଉଁଥିପାଇଁ ଯେଉଁ ରାଶି ଶନି ପ୍ରଭାବରୁ ମୁକ୍ତି ହୋଇଥିବେ ପୁଣି ଶନିଙ୍କ ପ୍ରଭାବରେ ଆସିଯିବେ । ଅର୍ଥାତ ଏହି ସମୟରେ ଧନୁ,ମକର ଓ ମୀନ ରାଶି ଲୋକେ ଶନିଙ୍କ ସାଢ଼େ ସାତିରେ ରହିବେ । ମିଥୁନ ଓ ତୁଳା ରାଶି ଉପରେ ଦେଢ଼୍ୟା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.