Below header

ଚାଣକ୍ୟ ନୀତି : ଏହି ମାମଲାରେ ପତ୍ନୀ କେବେ ବି କରନ୍ତୁ ନାହିଁ ଲାଜ, ନଚେତ ବରବାଦ ହୋଇଯିବ ବୈବାହିକ ଜୀବନ

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା ।

ଚାଣକ୍ୟଙ୍କ ଅନୁସାରେ ଜୀବନରେ ଯଦି ସଫଳତା ଓ ଧନ ପାଇବାକୁ ଚାହାଁନ୍ତି ତେବେ କିଛି କଥାକୁ ବିଶେଷ ଧ୍ୟାନ ଦେବା ଜରୁରୀ । ଚାଣକ୍ୟଙ୍କ ଏହି କଥାରେ ଲୁଚି ରହିଛି ସଫଳତା ଓ ଧନ ପ୍ରାପ୍ତିର ରହସ୍ୟ ।ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ପତି-ପତ୍ନୀଙ୍କ ସମ୍ପର୍କ ବହୁତ ପବିତ୍ର, ଜଣେ ଅନ୍ୟ ଜଣଙ୍କ ଉପରେ ଭରଷା କରିବା ଓ ପ୍ରେମ କରିବା ଏହାର ମୂଳ ମନ୍ତ୍ର । ଏହି ସମ୍ପର୍କରେ ଦୁହିଁଙ୍କର ବରାବର ତ୍ୟାଗ ରହିବା ଦରକାର । ମଜବୁତ ସମ୍ପର୍କ ପାଇଁ ପତି-ପତ୍ନୀଙ୍କ ଉପରେ ଧର୍ମ ପୁରାଣରୁ ଆରମ୍ଭ କରି ଆଇନ ମଧ୍ୟରେ କିଛି କର୍ତ୍ତବ୍ୟ ନ୍ୟସ୍ତ ରହିଛି । ଆଚାର୍ଯ୍ୟ ଚାଣକ୍ୟ ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ପତ୍ନୀଙ୍କ କଥା ପତି ବୁଝିବା କଥା :

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେ ପତିଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ପତ୍ନୀଙ୍କର ଆବଶ୍ୟକତା ଓ ସୁରକ୍ଷାର ପୁର୍ଣ୍ଣ ଦାୟିତ୍ୱ ନେବା । ତାଙ୍କର ବ୍ୟଥା ବୁଝିବା କଥା । ସେହିପରି ପତ୍ନୀ ଭଲ ଓ ମନ୍ଦ ସମୟରେ ପତିଙ୍କ ସହିତ ରହିବା ମଧ୍ୟ ପତ୍ନୀଙ୍କର କର୍ତ୍ତବ୍ୟ । ଏହା କରିବା ଉଭୟଙ୍କର ଉଭୟଙ୍କ ପ୍ରତି କର୍ତ୍ତବ୍ୟ ଓ ଅଧିକାର ମଧ୍ୟ ।

ପତ୍ନୀ ନିଜ ପତିଙ୍କୁ ବିନା ସର୍ତ୍ତରେ ଏହି ଜିନିଷ ଦେବା ଉଚିତ୍‌ :

ଚାଣକ୍ୟଙ୍କ ମତରେ ଯଦି ପତି ନିରାଶ କିମ୍ବା ଚିନ୍ତାରେ ଅଛନ୍ତି ତେବେ ପତ୍ନୀଙ୍କର ଏହା ଦାୟିତ୍ୱ ଯେ ପତିଙ୍କୁ ଏହି ସମୟରେ ସମ୍ଭାଳିବା । ପତି ଯଦି ତାଙ୍କର ପ୍ରେମ ଇଚ୍ଛା କରନ୍ତି ତେବେ ପତ୍ନୀଙ୍କୁ ବିନା ସର୍ତ୍ତ ଓ କଷ୍ଟରେ ପତିଙ୍କୁ ପ୍ରେମ କରିବା ଉଚିତ୍‌ । ନଚେତ ପତି ବାହାର ବ୍ୟକ୍ତିର ସାହାଯ୍ୟ ନେଇ ପାରନ୍ତି ।

ପତ୍ନୀଙ୍କୁ ଜରୁରୀ ଯେ ତାଙ୍କ ପତିଙ୍କୁ ସବୁ ପ୍ରକାର ଖୁସି ଦେବା ଉଚିତ୍‌ । ପତ୍ନୀଙ୍କର ଏହା ଅଧିକାର ଓ କର୍ତ୍ତବ୍ୟ ମଧ୍ୟ ଯେ ପତିଙ୍କୁ ସର୍ବଦା ପ୍ରେମ ଦେବା । ଏହି ମାମଲାରେ ତାଙ୍କୁ ନିରାଶ ନ କରିବା ଓ ମନା ନ କରିବା ଉଚିତ୍‌ । ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ସର୍ବଦା ଖୁସି ଭରି ରହିଥାଏ ଓ ସର୍ବଦା ସେମାନଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.