ଯାଜପୁର: ନିର୍ବାଚନ ପୂର୍ବରୁ ହୃଦଘାତରେ ଆଖିବୁଜିଲେ ବିଂଝାରପୁର ଉଡ଼ରଙ୍ଗ ପଞ୍ଚାୟତର ଲୋକପ୍ରିୟ ସରପଞ୍ଚ

ଦାସରଥୀପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା  ବିଂଝାରପୁର ବ୍ଲକ  ଉଡ଼ରଙ୍ଗ ପଞ୍ଚାୟତର ସରପଞ୍ଚଙ୍କ ପରଲୋକ। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ଉଡ଼ରଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀ ନିଗମାନନ୍ଦ ଭଦ୍ରଙ୍କ ଆଜି ସକାଳେ ଭୁବନେଶ୍ୱର  ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି।  ମୃତ୍ୟୁ ବେଳେକୁ ତାଙ୍କୁ ପାଖାପାଖି ୫୮ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁ ହୃଦଘାତରେ ହୋଇଥିବା ଜଣାଯାଇଛି।

ସେ ୨୦୦୭ ରୁ ୨୦୧୨ ପର୍ଯ୍ଯନ୍ତ ସରପଞ୍ଚ ଥିଲେ ଓ ପରେ ପୁଣି ୨୦୧୭ରୁ ୨୦୨୨ ପର୍ଯ୍ଯନ୍ତ ସରପଞ୍ଚ ଅଛନ୍ତି।  ସେ ଜଣେ ପରଉପକାରୀ ଲୋକ ଥିଲେ।  ତାଙ୍କ ମୃତ୍ୟୁ ଖବର ପାଇ ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ତାଙ୍କ ବସଭବନକୁ ଆସି ଶେଷ ଦର୍ଶନ କରିଥିଲେ।  ତାଙ୍କ ମୃତ୍ୟୁରେ ପୁରା ଉଡ଼ରଙ୍ଗ ପଞ୍ଚାୟତବାସୀ ଦୁଃଖ ପ୍ରକାଶ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.