ଚଳିତ ବର୍ଷ ଶକ୍ତ ଏଲ-ନିନୋ, କମିଯିବ କି ବର୍ଷାର ପରିମାଣ!

ଚଳିତ ବର୍ଷ ଶକ୍ତ ଏଲ-ନିନୋ । ମୌସୁମୀ ଋତୁରେ ୯୦ ପ୍ରତିଶତ ଏଲ-ନିନୋ ପାଣିପାଗ ଢାଞ୍ଚାର ପ୍ରଭାବ ପଡ଼ିବ ବୋଲି ମଡେଲ ଆକଳନ କରିଛନ୍ତି । ଫଳରେ ସାଧାରଣ ବର୍ଷାଠୁ କମ ବର୍ଷା ଦେଖିବାକୁ ମିଳିବ । ବିଗତ ଏଲ-ନିନୋ ବର୍ଷ ମାନଙ୍କରେ ଭାରତରେ ସାଧାରଣଠୁ କମ ବର୍ଷା ଦେଖିବାକୁ ମିଳିଛି ।

କେନ୍ୟୁଜ୍‌(ବ୍ୟୁରୋ): ଏ ବର୍ଷ ହେବ ସାଧାରମ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏପରି ଆକଳନ କରାଯାଇଛି । କିନ୍ତୁ ଜୁନ-ସେପ୍ଟେମ୍ବର ମୌସୁମୀ ଋତୁରେ ୯୦ ପ୍ରତିଶତ ଏଲ-ନିନୋ ପାଣିପାଗ ଢାଞ୍ଚାର ପ୍ରଭାବ ପଡ଼ିବ । ଫଳରେ ସାଧାରଣ ବର୍ଷାଠୁ କମ ବର୍ଷା ଦେଖିବାକୁ ମିଳିବ । ବିଗତ ଏଲ-ନିନୋ ବର୍ଷ ମାନଙ୍କରେ ଭାରତରେ ସାଧାରଣଠୁ କମ ବର୍ଷା ଦେଖିବାକୁ ମିଳିଛି । କିଛି କିଛି ବର୍ଷ ମାନଙ୍କରେ ତ ମରୁଡ଼ି ଭଳି ସମସ୍ୟାର ସାମନା କରିବାକୁ ପଡ଼ିଛି ।

ଏଲ-ନିନୋ କଣ? ଭାରତର ମୌସୁମୀରେ ଏହାର ପ୍ରଭାବ

ଯେବେ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରର ତାପମାତ୍ରାରେ ବୃଦ୍ଧି ହୋଇଥାଏ ଏଲ-ନିନୋ ଇଫେକ୍ଟ ଦେଖିବାକୁ ମିଳିଥାଏ । ଏହାଦ୍ୱାରା ବାୟୁମଣ୍ଡଳୀୟ ଢାଞ୍ଚାରେ ପରିବର୍ତ୍ତନ ହୋଇଥାଏ । ଫଳରେ ଇଣ୍ଡିଆନ ସବ-କଣ୍ଟିନେଣ୍ଟରେ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇ ପଡ଼ିଥାଏ । ତେଣୁ ଏଲ-ନିନୋ ବର୍ଷରେ ମୌସୁମୀ ବର୍ଷାର ପରିମାଣ କମି ଯାଇଥାଏ । ବେଳେ ବେଳେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।

ଏଲ-ଲିନୋ ଓ ମୌସୁମୀ ବର୍ଷା ମଧ୍ୟରେ ସମ୍ପର୍କ

ଗତ ୭ ଦଶନ୍ଧି ଧରି ଏଲ-ନିନୋ ପାଣିପାଗ ଢାଞ୍ଚା ୧୫ଥର ଦେଖାଦେଇଛି । ଏଥିରୁ ୬ଥର ସାଧାରଣ ଓ ସାଧାରଣଠୁ ଅଧିକ ବର୍ଷା ଦେଖିବାକୁ ମିଳିଛି । କିନ୍ତୁ ଗତ ଶେଷ ୪ ଏଲ-ନିନୋ ବର୍ଷରେ ଲଗାତାର ଭାବେ ମରୁଡ଼ି ଦେଖାଦେଇଛି । ବର୍ଷା ୯୦ ପ୍ରତିଶତ କମ ଦେଖାଦେଇଛି । ତାପମାତ୍ରାକୁ  ଭିତ୍ତିକରି ଏଲ-ନିନୋକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଦୁର୍ବଳ, ମଧ୍ୟମ ଓ ଶକ୍ତ । ୨୦୦୯ରେ ଏକ ଦୁର୍ବଳ ଏଲ-ନିନୋ ଇଫେକ୍ଟ ଦେଖିବାକୁ ମିଳିଥିଲା । ଫଳରେ ବର୍ଷାର ପରିମାଣରେ କମ ଦେଖାଦେଇଥିଲା । ୭୮.୨ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଥିଲା ଯାହା ୩୭ ବର୍ଷରେ ସବୁଠୁ କମ ରହିଥିଲା । ସେହପରି ୧୯୯୭ରେ ଏକ ଶକ୍ତ ଏଲ-ନିନୋ ଦେଖିବାକୁ ମିଳିଥିଲା ଫଳରେ ଦେଶରେ ସାଧାରଣ ବର୍ଷାଠୁ ୧୦୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ବିଭିନ୍ନ ପାଣିପାଗ ମଡେଲ ଗୁଡ଼ିକ ଏବର୍ଷ ମଧ୍ୟ ଏକ ଷ୍ଟ୍ରଙ୍ଗ ଏଲ-ନିନୋ ଦେଖିବାକୁ ମିଳିବ ବୋଲି ଆକଳନ କରିଛନ୍ତି ।

ମୌସୁମୀ କାହିଁକି ଗୁରୁତ୍ୱପୂର୍ଣ୍ଣ

ମୌସୁମୀ ବାର୍ଷିକ ବର୍ଷାର ୭୦ ପ୍ରତିଶତ ଭାଗକୁ ପୂରଣ କରିଥାଏ । ଧାନ, ଗହମ, ଆଖୁ, ସୋୟାବିନ ଓ ବାଦାମ ଉତ୍ପାଦନରେ ଏହା ପ୍ରଭାବିତ କରିଥାଏ । ଭାରତର ଇକୋନୋମିରେ ପ୍ରାୟ ୧୯ ପ୍ରତିଶତ ଏହିସବୁ ଫସଳର ଭୂମିକା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.