ବାଘର ଦୁଃସାହସ: ଶିକାର କରୁଛି ବିଶାଳକାୟ ସାପ, ଦେଖନ୍ତୁ ଭାଇରଲ ଭିଡିଓ

ଦୁନିଆର ସବୁଠାରୁ ବିଷାକ୍ତ ଜୀବର ନା କହିଲେ ଆମ ମନକୁ ହଠାତ ସାପର ନାଁ ହିଁ ଆସିଥାଏ । କାରଣ ସାପ ହେଉଛି ଦୁନିଆରେ ସବୁଠାରୁ ବିଷାକ୍ତ ଜୀବ । ସାଧାରଣତଃ ଯେଉଁମାନେ ମାଂସ ଖାଆନ୍ତି ବା ମାଂସାସୀ ସେମାନେ ପ୍ରାୟତଃ ସବୁ ଜୀବଜନ୍ତୁଙ୍କୁ ଶିକାର କରି ଖାଇଥିବେ କିନ୍ତୁ କେହି କେବେ ସାପ ଶିକାର କରି ତାର ମାଂସ ଖାଇବା ବିଷୟରେ ଭାବିନଥିବେ । କାରଣ ସମସ୍ତେ ଜାଣନ୍ତି ସାପ ହେଉଛି ଏକ ବିଷାକ୍ତ ଯିବ । ଯଦି ତାକୁ କେହି ମାରି ଖାଏ ତାହେଲେ ସେ ନିଜେ ହିଁ ମରିଯିବ କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ଆଜ୍ଞା ହଁ ଏହି ଭିଡିଓରେ ସାପ ଶିକାର କରାଯାଉଛି । ଆଉ ଏହି ଶିକାର ଅନ୍ୟ କେହି ନୁହେଁ କରୁଛି ଏକ ବାଘ ।

ଭଲକରି ଦେଖନ୍ତୁ ଏହି ଭିଡିଓକୁ ଏଠାରେ ଏକ ବାଘଟି ଗୋଟେ ସାପକୁ ଶିକାର କରୁଛି । ଭିଡିଓରେ ଆପଣ ଦେଖି ପାରୁଥିବେ ଯେ କିପରି ବାଘଟି ଛକି ଛକି ବସି ସାପଟିକୁ ଶିକାର କରିବାକୁ ଚେଷ୍ଟା କରୁଛି। କେବଳ ସେତିକି ନୁହେଁ ଶେଷରେ ବାଘଟି ଶିକାର କରିବାରେ ସଫଳ ମଧ୍ୟ ହେଉଛି । ଦେଖନ୍ତୁ କିପରି ବାଘଟି ସାପ ଶିକାର କରିବା ପରେ ତାର ମୁଣ୍ଡଟିକୁ କାମୁଡି ନେଇଯାଉଛି । ତେବେ ସେ ଯାହାବି ହେଉ ବାଘର ଦୁଃସାହସକୁ କିନ୍ତୁ ମାନିବାକୁ ପଡିବ । ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ଆଇଏଫଏସ ଅଫିସର ସୁଶାନ୍ତ ନନ୍ଦ ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.