ଗିରଫ ହେଲେ ତାମିଲର ଏହି ଚର୍ଚ୍ଚିତ ଆକ୍ଟର, ଜୁଆ ଖେଳୁଥିବା ବେଳେ ଧରିଲା ପୋଲିସ

ବଲିଉଡରେ ଯେଉଁଠି ବର୍ତ୍ତମାନ ନେପୋଟିଜିମ ଆଉ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାର ଖବର ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏକ ଏମିତି ଖବର ଆସିଛି ଯେଉଁ କାରଣରୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାଉଥ୍‌ ସିନେମାର ଚର୍ଚ୍ଚିତ ଆକ୍ଟର ଶାମଙ୍କୁ ଚେନ୍ନାଇ ପୋଲିସ୍‌ ଗିରଫ କରିଛି।

samତାଙ୍କ ଉପରେ ଅଭିଯୋଗ ହୋଇଛି ଯେ ସେ ନିଜ ଘରେ ଜୁଆ ଖେଳୁଥିବାବେଳେ ଧରାପଡିଛନ୍ତି। ପୋଲିସ ଶାମଙ୍କ ସହିତ ଅନ୍ୟ ୧୧ ଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛନ୍ତି। ତେବେ ଏବେ କିନ୍ତୁ ଶାମଙ୍କୁ ଜାମିନ ମିଳିଛି ବୋଲି ସୂଚନା ରହିଛି। ଆକ୍ଟରଙ୍କୁ ପୋଲିସ୍‌ ନିଜ ଘରେ ହିଁ ଗ୍ଲାମ୍ବଲିଙ୍ଗ ଆକ୍ଟିଭିଟିଜରେ ସାମିଲ ଥିବା ଅଭିଯୋଗରେ ଧରିଥିଲା।

actorସୂଚନା ଅନୁଯାୟୀ ତାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ଶାମ ଫ୍ଲାଟରେ ରାତିରେ ଜୁଆ ଚଲାଉଥିଲେ। ପୋଲିସ ଜୁଆରେ ବ୍ୟବହାର କରାଯାଉଥିବା ଟୋକନ ମଧ୍ୟ ଜବତ କରିଛି। ଶାମ ଫୋକର ନାମକ ଏକ କ୍ଲବ ଚଲାଉଥିଲେ। ଏଥିସହିତ ସେ ଅନେକ ଅସାମାଜିକ କାମରେ ମଧ୍ୟ ସକ୍ରିୟ ଥିଲେ।

Leave A Reply

Your email address will not be published.