ପୁଣି ଦେବଦୂତ ସାଜିଲେ ଡାକ୍ତର, କରୋନା ସଂକ୍ରମିତ ଗର୍ଭବତୀଙ୍କ ପ୍ରସୂତି କଲେ ପାଞ୍ଚ ଜଣିଆ ଡାକ୍ତରୀ ଦଳ

ଜୟପୁର: କୋଭିଡ ଭାଇରସ ଭଳି କଠିନ ପରିସ୍ଥିତିରେ ଦିନରାତି ଅହରହ ପରିଶ୍ରମ କରଛନ୍ତି ଡାକ୍ତର । ଯାହାଙ୍କୁ କରୋନା ଯୋଦ୍ଧା ଆଖ୍ୟା ମଧ୍ୟ ଦିଆଯାଇଛି । ନିଜ ଅହରହ ଚେଷ୍ଟାରେ ରୋଗୀଙ୍କୁ ନୂଆ ଜୀବନ ଦେଇ ପାରୁଛନ୍ତି ଏହି ଦେବଦୂତ ଡାକ୍ତର ମାନେ । ଏମିତି ଏକ ପରିସ୍ଥିତିରେ କୋରାପୁଟରେ ଘଟିଥିବା ଏକ ଘଟଣା ଡାକ୍ତର ମାନଙ୍କ ପାରିବା ପଣିଆ ଓ ମହନୀୟତାକୁ ଅନେକ ଗୁଣା ବଢ଼ାଇ ଦେଇଛି । ଜଣେ କରୋନା ସଂକ୍ରମିତ ଗର୍ବଭତୀଙ୍କ ଚିକିତ୍ସା କରି ଉଭୟ ମା ଓ ଶିଶୁଙ୍କ ନୂଆ ଜୀବନ ଦେଇ ପାରିଛନ୍ତି କୋରାପୁଟ ର ୫ ଜଣିଆ ଡାକ୍ତରୀ ଦଳ । ଘଟଣାଟି ଘଟିଛି କୋରାପୁଟରେ । କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଜଣେ କୋରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ପ୍ରସୂତି କରାଇ ଉଭୟ ମା ଓ ଛୁଆଙ୍କୁ ସୁରକ୍ଷିତ ରଖିଛନ୍ତି ।

ଆଉ ସବୁଠୁ ଖୁସିର କଥା ମା’ ସଂକ୍ରମିତ ଥିବା ବେଳେ ଛୁଆ ଟିର ରିପୋର୍ଟ ନେଗେଟିଭ ଆସିଛି | ଏଭଳି ଏକ ସଫଳତାରେ ଏହି ପାଞ୍ଚ ଜଣିଆ ଡାକ୍ତରୀ ଦଳକୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ମା ଓ ଛୁଆ ସୁସ୍ଥ ଥିଲେ ମଧ୍ୟ ସେମାନଙ୍କୁ ଅବସର୍ଭେସନରେ ସ୍ପେଶାଲ ଆଇସୋଲେସନରେ ରଖାଯାଇଛି । ଏହି ଟିମର ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଅର୍ପିକା,ନିଶ୍ଚେତକ ଡାକ୍ତର ଗୋପାଳ ନାୟକ ଓ ଅନ୍ୟ ତିନି ଓଟି ଷ୍ଟାପ ଏଭଳି ଏକ ଜଟିଳ ସମୟରେ ଦୁଇଟି ଜୀବନକୁ ସୁରକ୍ଷିତ ରଖି ପାରିଛନ୍ତି ।

Leave A Reply

Your email address will not be published.