Below header

କୁହୁଡ଼ିରେ ଗାଡ଼ି ଚଲାଉଥିବା ବେଳେ ଏସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ, ହେବନି ଦୁର୍ଘଟଣା

ବର୍ତ୍ତମାନ ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ଥଣ୍ଡା ଯେତେ ଯେତେ ବଢ଼ୁଛି ସେହି ଅନୁପାତରେ କୁହୁଡ଼ି ମଧ୍ୟ ପରିବେଶକୁ ଆଚ୍ଛାଦିତ କରି ରଖୁଛି। କୁହୁଡ଼ି ଯୋଗୁ ଖାସ୍‌ କରି ସକାଳେ ଓ ରାତିରେ ରାସ୍ତାରେ ଗାଡ଼ି ଚଳାଇବାରେ ସମସ୍ୟା ଦେଖାଯାଉଛି। ଫଳସ୍ୱରୂପ ଅଧିକ ଦୁର୍ଘଟଣା ଘଟୁଛି। କୁହୁଡ଼ି ଯୋଗୁ କେତେକ ସ୍ଥାନରେ ବିମାନ ଉଡ଼ାଣ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏଭଳି ସ୍ଥିତିରେ କୁହୁଡ଼ିରେ ଗାଡ଼ି ଚଳାଇବା ବେଳେ ସାବଧାନ ରହିବା ଆବଶ୍ୟକ। ଆସନ୍ତୁ ଜାଣିବା କୁହୁଡ଼ିରେ ଗାଡ଼ି ଚଲାଇବା ବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ…

କୁହୁଡ଼ିରେ ଦ୍ରୁତ ଗତିରେ ଗାଡ଼ି ଚଲାଇବାରୁ ନିବୃତ୍ତ ରୁହନ୍ତୁ। ନଚେତ୍‌ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇପାରନ୍ତି।

କୁହୁଡ଼ିରେ ଗାଡ଼ି ଚଲାଇବା ବେଳେ ମ୍ୟୁଜିକ ବନ୍ଦ କରି, ରାସ୍ତା ଉପରେ ଅଧିକ ଧ୍ୟାନ ଦିଅନ୍ତୁ।

କାରର ହେଡ ଲ୍ୟାମ୍ପକୁ ହାଇ ବିମ୍‌ରେ ରଖିଲେ ସାମ୍ନା ପଟ କିଛି ଦେଖାଯିବ ନାହିଁ। ତେଣୁ ଗାଡ଼ି ଲାଇଟ୍‌କୁ ଲୋ ବିମ୍‌ରେ ରଖନ୍ତୁ। ଯଦି ସମ୍ଭବ ହେଉଛି ତେବେ ଫଗ୍‌ ଲ୍ୟାମ୍ପ ବ୍ୟବହାର କରନ୍ତୁ।

ଶୀତଦିନେ ଗାଡ଼ିର ସାମ୍ନା କାଚ ଝାଳେଇ ଯାଇଥାଏ ଫଳରେ ରାସ୍ତା ଦେଖାଯାଏ ନାହିଁ। ଏଣୁ ଡ୍ରାଇଭିଂ ପୂର୍ବରୁ ଗାଡ଼ିର ହିଟର ଅନ୍‌ କରିଦିଅନ୍ତୁ।

କୁହୁଡ଼ି ରାସ୍ତାରେ ଯିବା ବେଳେ ଯଦି ରାସ୍ତା ମଝିରେ ଗାଡ଼ି ଖରାପ ହେଉଛି ତେବେ ଏହାକୁ ତୁରନ୍ତ ରାସ୍ତା କଡ଼କୁ ନେଇ ଆସନ୍ତୁ। ନଚେତ୍‌ ଅନ୍ୟପଟୁ ଆସୁଥିବା ଗାଡ଼ି ସହ ଦୁର୍ଘଟଣା ହେବା ଆଶଙ୍କା ରହିଛି।

ଘରୁ ବାହାରିବା ପୂର୍ବରୁ ଗାଡ଼ିର ବ୍ୟାଟେରୀ, ଇଞ୍ଜିନ୍‌ ଅଏଲ୍‌, ବ୍ରେକ, ଟାୟାର ଆଦି ଥରେ ନିଶ୍ଚୟ ଯାଞ୍ଚ କରନ୍ତୁ।

ରାସ୍ତାରେ ଅଧିକ କୁହୁଡ଼ି ଥିଲେ ପାର୍କିଂ ଲାଇଟ୍‌ ଅନ୍‌ କରି ଗାଡ଼ି ଚଲାନ୍ତୁ।

ଗାଡ଼ି ଚଲାଇବା ବେଳେ ହଜାର୍ଡ ଲାଇଟ୍‌ ବା ଉଭୟ ଇଣ୍ଡିକେଟକୁ ବିଲକୁଲ ଅନ୍‌ କରନ୍ତୁ ନାହିଁ। ଏହା ଦ୍ୱାରା ପଛରୁ ଆସୁଥିବା ଗାଡ଼ିକୁ ଆପଣଙ୍କ ଯିବା ରାସ୍ତା ଜଣାପଡ଼ିବ ନାହିଁ। ଫଳସ୍ୱରୂପ ଦୁର୍ଘଟଣା ଘଟିପାରେ।

କୁହୁଡ଼ି ରାସ୍ତାରେ ଯିବା ବେଳେ ରାସ୍ତା ମଝିରେ ହଠାତ୍‌ ବ୍ରେକ୍‌ ମାରନ୍ତୁ ନାହିଁ। ଏହାର ଦ୍ୱାରା ପଛରୁ ଆସୁଥିବା ଗାଡ଼ି ଆପଣଙ୍କ ସହ ଧକ୍କା ହେବା ସମ୍ଭାବନା ରହିଛି।

କୁହୁଡ଼ି ରାସ୍ତାରେ ଆଦୌ ଅନ୍ୟ ଗାଡ଼ିକୁ ଓଭରଟେକ୍‌ କରିବାକୁ ଚେଷ୍ଟା କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.