ପିଏଫ୍ ଖାତାରୁ କିପରି ଉଠାଇବେ ଟଙ୍କା, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ସାଧାରଣତଃ କର୍ମଚାରୀ ଯେକୌଣସି ସ୍ଥାନରେ ଚାକିରି ଛାଡ଼ିବା ପରେ ତାଙ୍କୁ ସଂପୂର୍ଣ୍ଣ ପିଏଫ୍ ଟଙ୍କା ମିଳିବା ପାଇଁ ଲାଗିଥାଏ ଦୁଇ ମାସ। ତେବେ, ପିଏଫର ୭୫ ପ୍ରତିଶତ ଅଂଶ ଚାକିରି ଛାଡ଼ିବାର ଏକ ମାସ ମଧ୍ୟରେ ମିଳିଯାଇଥାଏ। ଏଥିପାଇଁ ଇପିଏଫଓ (କର୍ମଚାରୀ ଭବିଷ୍ୟ ନିଧି ସଂଗଠନ) ଅଥୋରିଟି ବେତନ ନେଉଥିବା ବ୍ୟକ୍ତିଙ୍କ ସମସ୍ତ ପିଏଫ୍ ଡ଼ାଟା ସୁରକ୍ଷିତ ରଖିଥାନ୍ତି। ତେବେ ଏହା ବିଷୟରେ କର୍ମଚାରୀ ଇଏଫଓ ୱେବସାଇଟରେ ଯାଇ ମଧ୍ୟ ନିଜର ୟୁଏଏନ୍ (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ମାଧ୍ୟମରେ ପିଏଫ୍ ରାଶି, ପାସବୁକ୍,ପିଏଫ୍ ଦାବି ସ୍ଥିତି ଆଦିର ଯାଞ୍ଚ କରିପାରିବେ।

ପିଏଫ୍ ରାଶି ବାହାର କରିବା ପାଇଁ କିଛି ସ୍ତର ଦେଇ ଯିବାକୁ ପଡ଼ିବ। ଯଦି କୌଣସି କର୍ମଚାରୀ ଚାକିରି ଛାଡ଼ିବା ପରେ ନିଜ ପିଏଫ ଆକାଉଣ୍ଟ ବାହାର କରୁଛନ୍ତି ତେବେ ପ୍ରଥମେ ତାଙ୍କୁ ୟୁଏଏନ୍ ନମ୍ବରକୁ ଅକ୍ଟିଭେଟ କରିବାକୁ ପଡ଼ିବ। ୟୁଏଏନ ବିଷୟରେ କର୍ମଚାରୀ ନିଜ ସାଲାରୀ ସ୍ଲିଭ୍ରୁ ଜାଣିପାରିବେ ଅଥବା ନିଜ କମ୍ପାନିର ଏଚଆର ଡ଼ିପାର୍ଟମେଣ୍ଟକୁ ପଚାରିପାରିବେ।

epfo

ୟୁଏଏନ୍ ନମ୍ବର ଅକ୍ଟିଭେସନ ପାଇଁ କଣ କରିବେ 

-ପ୍ରଥମେ ନିଜ ପାନ୍ ନମ୍ବରକୁ ଭେରିଫାଏ କରନ୍ତୁ।

-ଏହାପରେ ନିଜ ବ୍ୟାଙ୍କର ରେଜିଷ୍ଟ୍ରର ଡ଼ିଟେଲ୍ସ ଏବଂ ଆଧାରକୁ ଭେରିଫାଏ କରନ୍ତୁ।

– ପାନ ଏବଂ ଆଧାର ଭେରିଫାଏ କରିବା ପରେ ଆପଣଙ୍କ ପୁରୁଣା କମ୍ପାନିକୁ ସମସ୍ତ ଡ଼ିଟେଲ୍ସ ପଳାଇବ। ଯାହାପରେ କମ୍ପାନି ଆପଣଙ୍କ ପିଏଫ ଆମାଉଣ୍ଟକୁ ଏକ୍ସେସ କରିଦେବ।

epfo

-କମ୍ପାନି ତରଫରୁ ଆବଶ୍ୟକୀୟ ଭେରିଫିକେସନ ପରେ ଆପଣଙ୍କ ପିଏଫ୍ ଟଙ୍କା ଆପଣଙ୍କ ରେଜିଷ୍ଟର ଆକାଉଣ୍ଟକୁ ଚାଲିଆସିବ।

-ଆପଣଙ୍କ ସୂଚନା ପାଇଁ ପାନ୍ , ୟୁଏଏନ୍ ଏବଂ ବ୍ୟାଙ୍କ ଡ଼ିଟେଲ୍ସ ଆଦି ଇପିଏଫଓର ୱେବସାଇଟରେ ଭେରିଫାଏ ହେବ।

ୟୁଏନ୍ ଭେରିଫିକେସନ୍ ପରେ ପିଏଫ୍ ଉଇଥଡ୍ରଲ କରିପାରିବେ। ଏଥିପାଇଁ ଆପଣଙ୍କୁ ନିଜ ବ୍ୟାଙ୍କର ସୂଚନା ସହ କିଛି ଅନ୍ୟ ସୂଚନା ଦେବାକୁ ପଡ଼ିବ। ଏହାର କିଛି ଦିନ ପରେ ଆପଣଙ୍କ ଆକାଉଣ୍ଟ ପିଏଫ୍ ଟଙ୍କା ପଳାଇଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.