Below header

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସୁସ୍ଥତା ପାଇଁ ଯୋଗ’

ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ ରହିଛି ‘ସୁସ୍ଥତା ପାଇଁ ଯୋଗ’ । ଯାହା ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅଭ୍ୟାସ ଉପରେ ଧ୍ୟାନ ଦେଇଥାଏ । କରୋନା କଟକଣା ମଧ୍ୟରେ ଯୋଗ ଦିବସକୁ ପାଳନ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଛି।

କରୋନାରେ ଯୋଗ’ ଆଶାର କିରଣ ପାଲଟିଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା କହିଛନ୍ତି। କରୋନା କାଳରେ ‘ଯୋଗ’ ଲୋକଙ୍କ ସୁରକ୍ଷା କବଜ ହୋଇଛି। ଯୋଗକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଛି। ଯୋଗ ଆମ ସମସ୍ତଙ୍କର ଶକ୍ତି ପାଲଟିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଅବସାଦରୁ ଉତ୍ସାହ ପର୍ଯ୍ୟନ୍ତ ନେଇଥାଏ ଯୋଗ। ‘ଯୋଗ ପାଇଁ କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.