ଆଜି ନବରାତ୍ରୀର ତୃତୀୟ ଦିନରେ ପୂଜା ପାଉଛନ୍ତି ମା ଚନ୍ଦ୍ରଘଣ୍ଟା

ଶାରଦୀୟ ନବରାତ୍ରୀ ର ତୃତୀୟ ଦିନ ରେ ଦେବୀ ଚନ୍ଦ୍ରଘଣ୍ଟା ନାମ ରେ ଆରାଧନା କରାଯାଏ । ମାତା ଙ୍କ ର ଏହି ସ୍ଵରୂପ ପରମ ଶାନ୍ତି ଦାୟକ ଓ କଲ୍ୟାଣକାରି ଅଟେ । ଏହାଙ୍କର ମସ୍ତକ ରେ ଘଣ୍ଟା ଆକାର ର ଅର୍ଦ୍ଧଚନ୍ଦ୍ର ବିରାଜିତ ହୋଇ ଥିବାରୁ ଏହା ଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଏ । ଚନ୍ଦ୍ରଘଣ୍ଟା ଙ୍କର ଦେହ ର ରଙ୍ଗ ସୁନା ପରି ଉଜ୍ଜ୍ଵଳ । ସେ ଦଶଭୁଜା,ଖଡ୍ଗ, ଗଦା, ତ୍ରିଶୂଳ ଧନୁତୀର, କମଣ୍ଡଳୁ ପଦ୍ମ, ଆଦି ରେ ବିଭୂଷିତ । ମା ସିଂହବାହିନୀ ଯୁଦ୍ଧ ନିମନ୍ତେ ଉଦ୍ୟତ ମୁଦ୍ରା ରେ ବିରାଜିତ ଘଣ୍ଟାର ଭୟଙ୍କର ଧ୍ୱନି ରେ ଅତ୍ୟାଚାରୀ ଦାନବ ଦୈତ୍ୟ ରାକ୍ଷସ ମାନେ ସର୍ବଦା ପ୍ରକମ୍ପିତ ହେଉଥାନ୍ତି । ଏହି ସମୟରେ ସାଧକମାନଙ୍କ ମନ ମଣିପୁର ଚକ୍ରରେ ପ୍ରବେଶ କରାଇଥାନ୍ତି। ମା ଚନ୍ଦ୍ରଘଣ୍ଟାକୁ ଆରାଧନା କରିବା ଫଳରେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.