Below header

ଚୀନ ଲଞ୍ଚ କଲା ସବୁଠୁ ଶକ୍ତିଶାଳୀ ମିସାଇଲ୍‌, ଯାହାର ରେଞ୍ଜ ରହିଛି ୧୫ହଜାର କିଲୋମିଟର

ଆଜି ଚୀନ ପୃଥିବୀର ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା ମିସାଇଲ ଡିଏଫ-୪୧କୁ ଲଞ୍ଚ କରିଛି। ଏହି ମିସାଇଲର ରେଞ୍ଜ ୧୫ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହା ଏବେ ପର୍ଯ୍ୟନ୍ତର ଥିବା ମିସାଇଲ ମଧ୍ୟରୁ ସବୁଠାରୁ ବଡ। ଏହା ପ୍ରାୟ ୩୦ ମିନିଟରେ ଆମେରିକାକୁ ଟାର୍ଗେଟରେ ରଖିପାରିବ।

ଏହି ପରମାଣୁ ମିସାଇଲ ଜରିଆରେ ଏକା ସାଥିରେ ୧୦ ଅଲଗା ଅଲଗା ସ୍ଥାନକୁ ଟାର୍ଗେଟ କରିପାରିବ। ଚୀନ ନିଜର କମ୍ୟୁନିଷ୍ଟ ଶାସନରେ୭୦ତମ ବାର୍ଷିକ ଅବସରରେ ଏହାକୁ ଆଜି ଉପସ୍ଥାପନା କରିଛି। ୧୯୪୯ରେ ଚୀନ ଗଣରାଜ୍ୟର ସ୍ଥାପନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏଫ-୪୧ ମିସାଇଲ୍‌ ସହିତ ଅନେକ ନୂଆ ସୈନ୍ୟ ଉପକରଣ ମଧ୍ୟ ଉପସ୍ଥାପନା କରାଯାଇଥିଲା।

ଏହାସହ ପଢନ୍ତୁ : ସରକାର ଛଅ ଲକ୍ଷ ଗରିବଙ୍କୁ ମାଗଣାରେ ଦେଲେ ୩୨ ଇଞ୍ଚ ଟିଭି ସେଟ୍‌, ଲୋକଙ୍କ ମଧ୍ୟରେ ଖୁସିର ଲହରୀ

ନେସନାଲ ଡେ ପରେଡରେ ଚୀନ ପାରମ୍ପରିକ ଡ୍ରୋନ ବ୍ୟତୀତ ପାଣି ଭିତରେ କାମ କରୁଥିବା ବାହନ ଏବଂ ବହୁତ ଦ୍ରୁତ କୁହାଯାଉଥିବା ଡ୍ରୋନ ଡିଆର-୮କୁ ମଧ୍ୟ ଦେଖାଇଛି। କୁହାଯାଉଛି ଯେ ଏହି ଡ୍ରୋନ ଶବ୍ଦ ଠାରୁ ମଧ୍ୟ ପାଞ୍ଚ ଗୁଣା ଦୃତ ଗତିରେ ଦୌଡିପାରିବ। ଚୀନ ପାଖରେ ଦୁନିଆର ସବୁଠାରୁ ବଡ ସେନା ରହିଛି କେବଳ ଏତିକି ନୁହେଁ ତାଙ୍କ ପାଖରେ ତୃତୀୟ ସବୁଠାରୁ ବୃହତ ବାୟୁସେନା ମଧ୍ୟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.