ଲୋକୋ ପାଇଲଟଙ୍କ ଶୌଚ ସମସ୍ୟା, ରେଳବାଇର ନିଘା ନାହିଁ

ଭାରତୀୟ ରେଲୱେ ଅନୁସାରେ ଯାତ୍ରୀଙ୍କର ସୁବିଧାର ଅଧିକ ଧ୍ୟାନ ରଖାଯାଉଛି । ଯଦି ଯାତ୍ରୀଙ୍କୁ କୌଣସି ପ୍ରକାରର ସମସ୍ୟାର ସାମନା କରିବାକୁ ପଡୁଛି ତେବେ ରେଲୱେକୁ ଅଭିଯୋଗ କରିବା ପାଇଁ ବହୁତ ଉପାୟ ରହିଛି । କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ଏହି ଟ୍ରେନଗୁଡିକୁ ଚଳାଇବାର ଦାୟିତ୍ୱ ଯେଉଁମାନଙ୍କ ଉପରେ ଥାଏ ସେମାନଙ୍କର କେତେ ଧ୍ୟାନ ରଖାଯାଏ । ଆମେ କହୁଛୁ ଟ୍ରେନର ଲୋକୋ ପାଇଲଟ ଅର୍ଥାତ ଡ୍ରାଇଭର୍ସଙ୍କ କଥା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେମାନଙ୍କ ପାଇଁ ଟ୍ରେନ ଇଞ୍ଜିନରେ ଶୌଚାଳୟର ସୁବିଧା ନଥାଏ । ପରିସଂଖ୍ୟନ ଯଦି ଦେଖିବା ତେବେ ଶୌଚାଳୟର ସୁବିଧା କେବଳ ୯୭ଟି ଟ୍ରେନ ଇଞ୍ଜିନରେ ରହିଛି । ଏମିତିକି ଅନେକ ଷ୍ଟେସନରେ ମଧ୍ୟ ରନିଙ୍ଗ ରୁମରେ ବି ମହିଳାଙ୍କ ପାଇଁ ଅଲଗା ଶୌଚାଳୟ ନଥାଏ । ରନିଙ୍ଗ ରୁମ ଅର୍ଥାତ ଏମିତି ସ୍ଥାନ ଯେଉଁଠାରେ ଲୋକୋ ପାଇଲଟ, ସହୟକ ଲୋକୋ ପାଇଲଟ ଓ ମାଲ ଗାର୍ଡ ସମେତ ଚାଳକ ଦଳ, ଡ୍ୟୁଟିର ଘଣ୍ଟାକ ପରେ ଅଥବା ପାଳି ମଧ୍ୟରେ ନିଜ ଗୃହ ଷ୍ଟେସନ ଛଡା ଅନ୍ୟ ଷ୍ଟେସନରେ ଆରାମ କରନ୍ତି ।

ଅନ୍ୟ ଦେଶମାନଙ୍କରେ ତୁଳନା କରିବା ଯଦି ତେବେ ବ୍ରିଟେନ, ଅନେରିକା, ୟୁରୋପରେ ଲୋକୋ ପାଇଲଟଙ୍କୁ ପ୍ରତି ୪ଘଣ୍ଟାରେ ୨୦ ରୁ ୨୫ ମିନିଟର ବ୍ରେକ ମିଳିଥାଏ । ଏଭଳି କ୍ଷେତ୍ରରେ ଲୋକୋ ପାଇଲଟ ପ୍ରତି ସପ୍ତାହରେ ୪୮ଘଣ୍ଟା ଡ୍ୟୁଟି କରନ୍ତି । ଭାରତରେ ଏହି ସଂଖ୍ୟା ୫୪ଘଣ୍ଟା ଯାଏଁ ବଢିଯାଏ ।

ଟ୍ରେନ ଇଞ୍ଜିନରେ ଶୌଚାଳୟର ଅଭାବ କାରଣରୁ ମହିଳା ଡ୍ରାଇଭର ସାନିଟାରୀ ନାପକିନର ଉପଯୋଗ କରିଥାନ୍ତି । ଏମିତିକି କିଛି ପାଣି ପିଇବା କମ ମଧ୍ୟ କରିଦିଅନ୍ତି । ସେମାନଙ୍କ ମଧ୍ୟରେ କିଛି ଏମିତି ବି ଅଛନ୍ତି କି ନିଜ ସ୍ୱପ୍ନ ସହ ସମଝୋତା କରି କାର୍ଯ୍ୟାଳୟରେ ବସିବାର ବିକଳ୍ପ ବାଛିନିଅନ୍ତି । ମହିଳା ଲୋକୋ ପାଇଲଟଙ୍କ କହିବା କଥା କି ଏସବୁ ସହ ସମଝୋତା କରିବା ସେମାନେ ଶିଖିଗଲେଣି । ସୁବିଧା ଅଭାବରୁ ପୁରୁଷଙ୍କ ସହ ସମକକ୍ଷ ହେବାକୁ ମଧ୍ୟ ଏହା ଏକ ବଡ ସମସ୍ୟା । ଆଉ ଦେଖିବାକୁ ଗଲେ ମହିଳା ଚାଳକଙ୍କୁ ମହାମାରୀ ସମୟରେ ଅତିରିକ୍ତ ସମସ୍ୟାର ସାମନା କରିବାକୁ ପଡିଥାଏ ଏବଂ ଏହି ମଧ୍ୟରେ ଅଧିକାଂଶ ମହିଳା ଚାଳକ ଶୌଚାଳୟ ନହେବା କାରଣରୁ ଛୁଟିରେ ଯିବାକୁ ପସନ୍ଦ କରନ୍ତି ।

ଅଳ୍ପ ଦୂର ଟ୍ରେନ ଚଳାଉଥିବା ଜଣେ ସହାୟକ ଲୋକୋ ପାଇଲଟଙ୍କର କହିବା କଥା କି ଶୌଚାଳୟର ଅଭାବ ସମସ୍ୟା ପୁରୁଷ ମହିଳା ଉଭୟଙ୍କ ମଧ୍ୟରେ ସାଧାରଣ । ଜଣେ ମହିଳା ପେଶୱର ଭାବରେ ମତେ ବହୁତ ଅପମାନ ଲାଗେ । ପ୍ରତିଥର ମହାମାରୀ ସମୟରେ ମତେ ଛୁଟି ନେବାକୁ ପଡିଥାଏ ବୋଲି ସେ କହିଛନ୍ତି ।

ରେଲୱେ ଅଧିକାରୀ କହିଛନ୍ତି କି ୬ବର୍ଷ ପୂର୍ବରୁ ତତ୍କାଳୀନ ରେଲୱେ ମନ୍ତ୍ରୀ ସୁରେଶ ପ୍ରଭୁ ବାୟୋଟଏଲେଟ ପୂର୍ବରୁ ଲୋକୋମୋଟିବର ଆରମ୍ଭ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ କେବଳ ୯୭ବାୟୋ ଟଏଲେଟ ଲଗାଯାଇଛି ।

ଭାରତୀୟ ରେଲୱେ ପାଖରେ ୧୪୦୦୦ରୁ ଅଧିକ ଡିଜେଲ ଇଲେକ୍ଟ୍ରିକ ଇଞ୍ଜିନ ଲଗାଯାଇଛି । ୬୦,୦୦୦ରୁ ଅଧିକ ଲୋକୋ ପାଇଲଟରୁ ପାଖାପାଖି ୧୦୦୦ମହିଳା ରହିଛନ୍ତି । ସେମଧ୍ୟରୁ ଅଧିକାଂଶ ଲୋକୋପାଇଲଟ କମ ଦୂରର ମାଲଗାଡି ଚଳାଉଛନ୍ତି ।

ରେଲୱେ ତରଫରୁ ଏହା ମଧ୍ୟ କୁହାଯାଇଛି କି ୨୦୧୩ରେ ରେଳ ବଜେଟର ଘୋଷଣା ଓ ଲଗାତାର ଦାବି ପରେ ସିଏଲଡବ୍ଲୁ ଦ୍ୱାରା ବନାଯାଇତିବା ଇଲେକ୍ଟ୍ରିକ ଇଞ୍ଜିନରେ ଶୌଚାଳୟ ଉପଲବ୍ଧ କରାଇବା ପାଇଁ ନିର୍ଣ୍ଣୟ ନିଆଗଲା । ଏତିରେ କୁହାଗଲା କି ଏପର୍ଯ୍ୟନ୍ତ ୯୭ ଇଲେକ୍ଟ୍ରିକ ଲୋକୋରେ ୱାଟର କ୍ଲୋସେଟ ଲଗାଯାଇଛି ।

ପିଟିଆଇ ରିପୋର୍ଟ ଅନୁସାରେ ଏକ ଅନ୍ୟ ଜଣେ ମହିଳା ଲୋକୋ ପାଇଲଟ ନାମ ନନେବାର ସର୍ତ୍ତରେ କହିଥିଲେ କି ସମସ୍ୟା କମ ନାହିଁ । ୟାର୍ଡରେ ଅପେକ୍ଷା କରିବା, ଯାତ୍ରୀଙ୍କ ପ୍ରସ୍ଚୁତି କରିବା ତାପରେ ମାଲଗାଡିକୁ ୪୦କିଲୋମିଟର ପ୍ରତି ଘଣ୍ଟା ବେଗରେ ପାଞ୍ଚରୁ ସାତ ଘଣ୍ଟା ମଧ୍ୟରେ କୋଉଁଠାକୁ ବି ଯିବାକୁ ପଡେ । ଏସବୁ ଭିତରେ ମହିଳାଙ୍କ ପାଇଁ କୌଣସି ବି ସ୍ଥାନରେ କୌଣସି ସୁବିଧା ନାହିଁ । କୌଣସି ସମସ୍ୟାକୁ ଆଖି ଆଗରେ ରଖି ସାନିଟାରୀ ପ୍ୟାଡର ବ୍ୟବହାର କରୁ ।

ଆଉ ଜଣେ କହିଥିଲେ କି ମାଲଗାଡିରେ ଶୌଚାଳୟର ସୁବିଧା ନାହିଁ । କିନ୍ତୁ ଯାତ୍ରୀ ଟ୍ରେନର ସ୍ଥିତି ମଧ୍ୟ ଖରାପ କାରଣ ସେମାନଙ୍କ ପାଖରେ ଶୌଚାଳୟ ଯିବା ପାଇଁ ଅନ୍ୟ ଡବାରେ ଚଢିବା ପାଇଁ ପର୍ଯ୍ୟାପ୍ତ ସମୟ ନଥାଏ ।

ଆଇଆର ଏଲ ଆରଓ ର ପୂର୍ବ ଅଧ୍‌କ୍ଷ ଆଲୋକ ବର୍ମା ଏହି ପ୍ରସଙ୍ଗ ଉପରେ ରାଷ୍ଟ୍ରୀୟ ମାନବଧିକାର ଆୟୋଗଙ୍କ ସହ ସମ୍ପର୍କ କରିଥିଲେ ଓ କହିଥିଲେ କି ରୋଲୱେ, ଲୋକୋ ପାଇଲଟଙ୍କୁ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରୁଛି । ଏହା ପରେ ରୋଲୱେ ତାର ଉତ୍ତର ରଖିଥିଲା କି ସମସ୍ତ ଟ୍ରେନରେ ଶୌଚାଳୟ ସ୍ଥାପିତ କରାଯିବ । କିନ୍ତୁ ଏନଏଚଆରସିଙ୍କ ଆଦେଶକୁ ଲାଗୁ କରାଯାଇନାହିଁ । ଜଣେ ଲୋକୋ ପାଇଲଟ ଅତି କମରେ ୧୦ରୁ ୧୨ଘଣ୍ଟା ଚାଳକ ରୂପରେ ବିତାଉଛନ୍ତି । ଯଦି ଯାତ୍ରୀ ଜାରି ଅଛନ୍ତି ତେବେ ତ ବ୍ରେକ ମିଳିବା ସମ୍ଭାବନା ନାହିଁ । ନା ତ ସେମାନେ ଖାଦ୍ୟ ଗ୍ରହଣ କରିପାରୁଛନ୍ତି ନା ଶୌଚାଳୟ ଯାଇପାରୁଛନ୍ତି । ଯାହା ଅମାନବୀୟ ଅଟେ ।

ସେ ଆହୁରି କହିଛନ୍ତି ଯେଉଁ ମହିଳାଙ୍କୁ ଲୋକୋ ପାଇଲଟ ଓ ସହାୟକ ଲୋକୋ ପାଇଲଟ ରୂପରେ ଭର୍ତ୍ତୀ କରାଯାଏ । ସେମାନେ ହୁଏତ କାର୍ଯ୍ୟାଳୟରେ ବସନ୍ତି ଅଥବା ମୁଖ୍ୟ ରୂପରେ ଶୌଚାଳୟର ଅଭାବ କାରଣରୁ ଛୋଟ ଯାତ୍ରାରେ ଯାଇଥାନ୍ତି ।

ଅଲ ଇଣ୍ଡିଆ ଲୋକୋ ରନିଙ୍ଗ ଷ୍ଟାଫ ଏସୋସେିସନ ର ମହାସଚିବ ଏମଏନ ପ୍ରସାଦଙ୍କ ଅନୁସାରେ ଇଞ୍ଜିନରେ ଶୌଚାଳୟ କରିବାର ଲଢେଇ ଲମ୍ବା ସମୟ ଧରି ଜାରି ରହିଛି । ସେ କହିଛନ୍ତି କି ଏହା ଦ୍ୱାରା ଅଧିକରୁ ଅଧିକ ମହିଳା କାମ କରିବାର ମହତ୍ତ୍ୱ ବଢିଯିବ । ଏହା ସମସ୍ତ ଲୋକୋ ପାଇଲଟଙ୍କ ପାଇଁ ନିଶ୍ଚୟ କଷ୍ଟଦାୟକ । କିନ୍ତୁ ମହିଳାଙ୍କ ପାଇଁ ଏହା ବେଶୀ କଷ୍ଟଦାୟକ । ଆମେ ଦାବି କରିଆସୁଛୁ ହେଲେ ଏହା ଉପରେ କୌଣସି ବାଟ ବାହାରିପାରୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.