Below header

ମାନବିକତା ଦେଖାଇଲେ ଟ୍ରାଫିକ କର୍ମଚାରୀ, ରାସ୍ତାରୁ ଗୋଡ଼ି ସଫା କରି ଲୋକଙ୍କ ହୃଦୟ ଜିତିଲେ

ରାସ୍ତାରେ ପଡିରହିଥିଲା ବଡ଼ ବଡ଼ ଗୋଡି । ଗୋଡି ପଡିବା କାରଣରୁ ଦୁର୍ଘଟଣା ର ସମ୍ମୁଖୀନ ହେଉଥିଲେ ସାଧାରଣ ଲୋକ। ଏହି ଗୋଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ମୋଟର ଅନେକ ଥର ଚକା ସ୍ଲିପ୍‌ କରି ଦୁର୍ଘଟଣାଗ୍ରସ୍ତ ହୋଇଛି ।

କଟକ : ସକାଳୁ ସକାଳୁ ରାଜ ରାସ୍ତାରେ ଗାଡ଼ି ମୋଟରର ବେଶ୍‌ ଭିଡ଼ ଲାଗିଛି । ଲୋକମାନେ ନିଜ ନିଜ କାର୍ଯ୍ୟସ୍ଥଳିରେ ପହଞ୍ଚିବା ପାଇଁ ବ୍ୟସ୍ତତା ଭିତରେ ଧାଉଁଛନ୍ତି । କିଏ ସାଏଁ କରି ବାଇକ୍‌ ଚଳାଇ ଚାଲି ଯାଉଛି ତ । ଅଟୋ ପୁଣି ପଛରୁ ପେଁ ପେଁ କରି ମାଡ଼ି ଆସୁଛି । ଏମିତି ସବୁ ଗାଡ଼ି ମୋଟର ଗୁଡ଼ିକ ରାସ୍ତାରେ ଯିଏ ଯୁଆଡ଼େ ଯିବା କଥା ଚାଲି ଯାଉଛନ୍ତି । କିନ୍ତୁ ଏହାରି ଭିତରେ ଟ୍ରାଫିକ୍‌ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ କାହାରି ନଜର ହଟୁ ନଥାଏ । ସମସ୍ତେ ଯିବା ବେଳେ ଟିକିଏ ଏହି ଟ୍ରାଫିକ୍‌ କର୍ମଚାରୀଙ୍କୁ ଚାହିଁ ମୁହଁ ବୁଲାଇ ନିଜ କାମରେ ଚାଲି ଯାଉଥାଆନ୍ତି ।
କିନ୍ତୁ ଟ୍ରାଫିକ୍‌ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଦେଖି ଜଣେ ବ୍ୟକ୍ତି ନିଜକୁ ରୋକି ପାରି ନଥିଲେ । ସେ ଆସି ତାଙ୍କ କାମରେ ସହଯୋଗ କରିଥିଲେ ।

ରାସ୍ତାରେ ପଡିରହିଥିଲା ବଡ଼ ବଡ଼ ଗୋଡି । ଗୋଡି ପଡିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ ସାଧାରଣ ଲୋକ। ଏହି ଗୋଡ଼ି ଯୋଗୁଁ ରାସ୍ତାରେ ଗାଡ଼ି ମୋଟର ଅନେକ ଥର ଚକା ସ୍ଲିପ୍‌ କରି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅନେକଙ୍କ ଜୀବନ ଯାଇଛି । କେତେ ପରିବାର ମୂରବୀ ଶୂନ୍ୟ ହୋଇଥିବା ବେଳେ ତା ଭେଣ୍ଡିଆ ପୁଅକୁ ହରାଇ ଆଜି ବି ଦୁଃଖରେ ଦିନ କାଟୁଛନ୍ତି । ତାଙ୍କ ଆଖିରୁ ଶୁଖୁନି ଲୁହ । କିନ୍ତୁ ଏହି କଥାକୁ ଅନେକ ଲୋକ ମନରୁ ପାସୋରି ଦେଇଥିବା ବେଳେ ସତେ ଯେମିତି ଭୁଲି ନାହାଁନ୍ତି ଏହି ଟ୍ରାଫିକ୍‌ କର୍ମଚାରୀ ଜଣକ । ସେଥିପାଇଁ ତ ହାତରେ ଝାଡ଼ୁ ଧରି ରାସ୍ତାରେ ସଫା କରୁଛନ୍ତି ଗୋଡ଼ି । ତେବେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ବେଲଭିୟୁ ଟ୍ରାଫିକ ଛକ ନିକଟରେ। ଗୋଡି ପାଇଁ ଦୁର୍ଘଟଣା ଘଟୁଥିବାରୁ ନିଜେ ଝାଡ଼ୁ ଧରି ରାସ୍ତାକୁ ଓଳାଇ ସଫା କରିଥିଲେ ସେଠାରେ କାର୍ଯ୍ୟରତ ଥିବା ଟ୍ରାଫିକ କର୍ମଚାରୀ ଶ୍ୟାମ ସୁନ୍ଦର ମୁର୍ମୁ। ସେ ନିଜର କର୍ତ୍ତବ୍ୟ କରିବା ସହ ଏଭଳି କାର୍ଯ୍ୟ ପାଇଁ ସମସ୍ତେ ଶ୍ୟାମସୁନ୍ଦର ଲୋକେ ପ୍ରସଂଶା କରିଥିଲେ। କିଛି ସମୟ ପରେ ରାସ୍ତାରେ ଗୋଡ଼ି ସଫା ହେବା ପାଇଁ ଯନ୍ତ୍ର ଆସି ପହଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.