ଓଡ଼ିଶାରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର

ଓଡ଼ିଶାରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର । ହିଟ୍ ଏଣ୍ଡ ରନ୍ ଆଇନ ବିରୋଧରେ ଓଡ଼ିଶାରେ ଚାଲିଥିବା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି ।

ଓଡ଼ିଶାରେ ଆନ୍ଦୋଳନରୁ ଓହରିଲେ ଡ୍ରାଇଭର । ହିଟ୍ ଏଣ୍ଡ ରନ୍ ଆଇନ ବିରୋଧରେ ଓଡ଼ିଶାରେ ଚାଲିଥିବା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି । ଆନ୍ଦୋଳନରୁ ଓହରିବାକୁ ସେ ଡ୍ରାଇଭର ଭାଇମାନଙ୍କୁ ଅପିଲ୍ କରିଛନ୍ତି । ରାଜ୍ୟ ସରକାରଙ୍କ ସହ ସେମାନଙ୍କର ସକାରାତ୍ମକ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ନିଷ୍ପତ୍ତି ହୋଇଛି । ଫଳରେ ଏଣିକି ସ୍ବାଭାବିକ ହେବ ଗାଡ଼ି ଚଳାଚଳ ।

ରାଜ୍ୟ ସରକାରଙ୍କ ପାଖରେ ଥିବା ଦାବି ପୂରଣ ହୋଇଥିବା କହିଛି ଡ୍ରାଇଭର ମହାସଂଘ । ଆଜି ଡ୍ରାଇଭର ଏକତା ମଞ୍ଚ ସହ ଆଲୋଚନା କରିଥିଲେ ପରିବହନ କମିଶନର ଅମିତାଭ ଠାକୁର । ରାଜ୍ୟରେ ୩ ଦିନ ହେବ ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଡ୍ରାଇଭର। ଫଳରେ ବନ୍ଦ ରହିଛି ଟ୍ରକ୍ ଓ ବସ୍ ଚଳାଚଳ । ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.