ପାନୀୟ ଜଳ ସମସ୍ୟାକୁ ନେଇ ଧାରଣାରେ ବସିଲେ ଗ୍ରାମବାସୀ, ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

ଖରା ଦିନ ନ ହେଉଣୁ ଗାଁ ରେ ହେଲାଣି ପାନୀୟ ଜଳ ସମସ୍ୟା। ଦୀର୍ଘ ଦିନ ହେବ ସ୍ଥାନୀୟ ସରପଞ୍ଚକୁ ପାଣିର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଏହାର ସମାଧାନ ନ ହେବାରୁ ଆଜି ଗ୍ରାମବାସୀ ଦେଇଛନ୍ତି ଧାରଣା।

ମୟୂରଭଞ୍ଜ (କେନ୍ୟୁଜ୍‌) : ଖରା ଦିନ ନ ହେଉଣୁ ଗାଁ ରେ ହେଲାଣି ପାନୀୟ ଜଳ ସମସ୍ୟା। ଦୀର୍ଘ ଦିନ ହେବ ସ୍ଥାନୀୟ ସରପଞ୍ଚକୁ ପାଣିର ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଏହାର ସମାଧାନ ନ ହେବାରୁ ଆଜି ଗ୍ରାମବାସୀ ଦେଇଛନ୍ତି ଧାରଣା। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ପଞ୍ଚାୟତର ୧୧ ନମ୍ବର ୱାର୍ଡ ଚର୍ଚ୍ଚ ସାହି ରେ ଏକ ନଳକୂପ ଥିବାବେଳେ ତାହା ସମ୍ପୂର୍ଣ୍ଣ ଅଚଳ ହୋଇଛି। ତେବେ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ପାଇବାରୁ ଆଜି ଶରତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରେ ଗୋରା ବାଲ୍ଟି ଧରି ଧାରଣା ଦେଇଥିଲେ। ତେବେ ସ୍ଥାନୀୟ ସରପଞ୍ଚ ପହଞ୍ଚି ୭ ଦିନ ଭିତରେ ନଳକୂପ ମରାମତି ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.