Below header

୧୯ ବର୍ଷ ତଳେ ଅଲଗା ହୋଇଥିଲେ ୨ ଯାଆଁଳା ଭଉଣୀ, ଗଣମାଧ୍ୟମ ଯୋଗୁଁ ହେଲେ ଏକାଠି

ଜନ୍ମ ହେବା ପରେ ଦୁଇ ଯାଆଁଳା ଭଉଣୀ ହୋଇଯାଇଥିଲେ ଅଲଗା । ୧୯ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ଦୁଇ ଭଉଣୀ ।

ଜନ୍ମ ହେବା ପରେ ଦୁଇ ଯାଆଁଳା ଭଉଣୀ ହୋଇଯାଇଥିଲେ ଅଲଗା । ୧୯ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି ଦୁଇ ଭଉଣୀ । ଏହାକୁ ଭଗବାନଙ୍କ ଚମତ୍କାର କହିବା ନାହିଁ ତ ଆଉ କଣ କହିବା । ପ୍ରତ୍ୟେକ ମଣିଷ ଜୀବନରେ କିଛି ନାଁ କିଛି ଦୁଃଖ ରହିଥାଏ ଯାହାଫଳରେ ସେମାନେ ଏପରି କିଛି ନିଷ୍ପତ୍ତି ନେଇଯାଆନ୍ତି ଯାହା ପିଲା ମାନଙ୍କ ଭବିଷ୍ୟତ ଉପରେ ବହୁତ ପ୍ରଭାବ ପକାଇଥାଏ । ନିକଟରେ ଏହି ଦୁଇ ଯାଆଁଳା ଭଉଣୀ ପିଲା ଦିନେ ଅଲଗା ହୋଇଯାଇଥିଲେ କିନ୍ତୁ ସାମାଜିକ ଗଣମାଧ୍ୟମ ଯୋଗୁଁ ଆଜି ସେମାନେ ଏକାଠି ହୋଇପାରିଛନ୍ତି ।

ଏଭଳି ଘଟଣା ପୂର୍ବ ୟୁରୋପ ଜର୍ଜିୟାରୁ ଘଟଣା ସାମ୍ନାକୁ ଆସିଛି । ଭାରତରେ ନିସିଦ୍ଧ ହୋଇଥିବା ସାମାଜିକ ଗଣମାଧ୍ୟମ ଟିକ୍‌ଟକ୍‌ ଏହା ଦ୍ୱାରା ହିଁ ଦୁଇ ଭୁଣୀ ଏକାଠି ହୋଇପାରିଛନ୍ତି । ୨୦୨୧ ମସିହାରେ୨୧ ବର୍ଷୀୟା ଆନୋ ସାର୍ତାନିଆ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ଏକ ଟିକ୍ଟକ୍ ଭିଡିଓ ପାଇଥିଲେ। ସେହି ଟିକ୍‌ ଟକ୍‌ ଭିଡିଓରେ ଜଣେ ଯୁବତୀ ଅବିକଳ ସାର୍ତାନିଆଙ୍କ ଭଳି ଦେଖାଯାଉଥିଲେ । ଭିଡିଓଟିକୁ ଦେଖିବା ପରେ ସାର୍ତାନିଆ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ସେ ଏହି ଯୁବତୀଙ୍କ ବିଷୟରେ ତାଙ୍କ ବନ୍ଧୁଙ୍କୁ ପଚାରି ବୁଝିବା ସହ ତାଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଥିଲେ । ଆଉ ସେ ମଧ୍ୟ ଏକ ଭିଡିଓ କରି ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ । ତା ପରେ ସେ ଭିଡିଓ ସହ ସେହି ଯୁବତୀଙ୍କ ଭିଡିଓ ପୋଷ୍ଟ୍‍ କରି ଭେଟିବାକୁ ନିବେଦନ କରିଥିଲେ । ଶେଷରେ ସାର୍ତାନିଆଙ୍କ ଭିଡିଓ ସେହି ଯୁବତୀଙ୍କ ପାଖରେ ପହଞ୍ଚିଥିଲା । ଆଉ ସେମାନେ ପରସ୍ପରକୁ ଜର୍ଜିଆ ରାଜଧାନୀ ଟ୍ବିଲିସିର ରୁସ୍ତାଭେଲି ପୋଲ ଉପରେ ଭେଟିଥିଲେ ପରେ ଦୁହେଁ ଦୁହିଁଙ୍କୁ ଭଉଣୀ ବୋଲି ପରିଚୟ ଦେଇଥିଲେ । ସାମ୍ନା ସାମ୍ନୀ ନିଜ ନିଜ ଅବିକଳକୁ ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ ଦୁହେଁ । କିନ୍ତୁ ତାପରେ ଉଭୟ କଥାବାର୍ତ୍ତା ହୋଇଥିଲେ । ଯାହାଫଳରେ ପ୍ରକୃତ ସତ୍ୟାସତ୍ୟ ସାମନାକୁ ଆସିଥିଲା।
ତେବେ ଦୁଇ ଭଉଣୀ ଅଲଗା ହେବାର ପ୍ରକୃତ କାରଣ ହେଉଛନ୍ତି ତାଙ୍କ ବାପା । ୟୁରୋପରେ କିର୍ତସ୍ଖି ନାମକ ଏକ ଛୋଟ ଗାଆଁରେ ଆଜା ସୋନି ନାମକ ମହିଳା୨୦୦୨ ଜୁନ୍ ୨୦ରେ ଏହି ଦୁଇ ଝିଅଙ୍କୁ ଜନ୍ମ ଦେଇଥିଲେ । ଜନ୍ମ ଦେବା ପରେ ମହିଳା ଜଣକ କୋମାକୁ ଚାଲିଯାଇଥିଲେ । ତେବେ ମହିଳା ଜଣକ ପୂର୍ବରୁ ୩ ସନ୍ତାନର ମା ହୋଇଥିବା ବେଳେ ତାଙ୍କ ସ୍ୱାମୀ ଗୋଚା ଗୋଚା ଗାଖାରିଆ ଏହି ଯାଆଁଳା କନ୍ୟା ସନ୍ତାନଦ୍ୱୟଙ୍କୁ ଅଲଗା ଅଲଗା ପରିବାରଙ୍କୁ ବିକ୍ରି କରିଦେଇଥିଲେ । ତେବେ ସାର୍ତାନିଆ ଟ୍ବିସିଲିରେ ଜଣକ ପରିବାରରେ ପ୍ରତିପାଳିତ ହୋଇଥିବା ବେଳେ ସେଠାରୁ ୨୫୦ କି.ମି. ଦୂର ଜୁଗଡିଡିରେ ଖ୍ବିତିଆ ବଡ଼ ହୋଇଥିଲେ।ଏହି କଥା ସାମ୍ନାକୁ ଆସିବା ପରେ ଦୁଇ ଭଉଣୀ ପରସ୍ପରକୁ ପାଇ ବହୁତ ଖୁସି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.