କାନ୍ଦି ପକାଇଲେ କିମ୍‌ ଜୋଙ୍ଗ୍‌ ଉନ୍‌, ଜାଣନ୍ତୁ ଉତ୍ତର କୋରିଆର ଶାସକ କାହିଁକି ହୋଇଗଲେ ଭାବପ୍ରବଣ

କାନ୍ଦି ପକାଇଲେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଦେଶର ମହିଳାମାନଙ୍କ ସାମ୍ନାରେ ଭାଷଣ ଦେଉଥିବା ବେଳେ ଆଖିରୁ ତାଙ୍କର ଲୁହ ବାହାରି ଆସିଥିଲା।

କାନ୍ଦି ପକାଇଲେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଦେଶର ମହିଳାମାନଙ୍କ ସାମ୍ନାରେ ଭାଷଣ ଦେଉଥିବା ବେଳେ ଆଖିରୁ ତାଙ୍କର ଲୁହ ବାହାରି ଆସିଥିଲା। ସେପଟେ କିମ୍‌ଙ୍କ ଆଖିରେ ଲୁହ ଦେଖି ଉପସ୍ଥିତ ସମସ୍ତ ମହିଳା କାନ୍ଦିବାକୁ ଲାଗିଥିଲେ। ସୋସିଆଲ ମିଡିଆରେ କୋରିଆନ୍‌ ବାଦଶାହ ଭାବପ୍ରବଣ ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

କିମ୍‌ ଜୋଙ୍ଗ୍‌ ଉନ୍‌ ତାଙ୍କ ଭାବପ୍ରବଣ ନିବେଦନରେ ଦେଶର ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ କରିବାକୁ ଏବଂ ସେମାନଙ୍କୁ କମ୍ୟୁନିଷ୍ଟଙ୍କ ପରି ବଢ଼ାଇବାକୁ କହିଛନ୍ତି। ଏହି ଭାଷଣ ଦେବା ବେଳେ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା। ଉତ୍ତର କୋରିଆର ପ୍ୟୋଙ୍ଗୟାଙ୍ଗରେ ମା’ମାନଙ୍କ ପଞ୍ଚମ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି କିମ୍ ଦେଶରେ ହ୍ରାସ ପାଉଥିବା ଜନ୍ମହାରକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଭିଡିଓରେ କିମ୍‌ ରୁମାଲରେ ଲୁହ ପୋଛୁଥିବାର ନଜର ଆସିଛନ୍ତି। ଏହି ସମୟରେ ସେ କହିଥିଲେ କି, ଜନ୍ମହାର ହ୍ରାସକୁ ରୋକିବା, ପିଲାମାନଙ୍କ ଉତ୍ତମ ଲାଳନପାଳନ ଏବଂ ଶିକ୍ଷା ପ୍ରଦାନ ଆମର ସବୁ ପାରିବାରିକ ମାମଲା, ଯାହାକୁ ଆମେ ମା’ମାନଙ୍କ ସହ ମିଶି ସମାଧାନ କରିବା ଉଚିତ୍। ବାସ୍ତବରେ, କିମ୍‌ ଜୋଙ୍ଗ ପ୍ରଜନନ ହାର ବୃଦ୍ଧି, ଶିଶୁର ପାଳନପୋଷଣ ଏବଂ ଦେଶର ଶକ୍ତି ବୃଦ୍ଧିରେ ମହିଳାଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।

କହି ରଖୁଛୁ, ଉତ୍ତର କୋରିଆରେ ପ୍ରଜନନ ହାର ୧.୮ ରେକର୍ଡ କରାଯାଇଛି। ଉତ୍ତର କୋରିଆ ପ୍ରଥମ ଦେଶ ନୁହେଁ, ଯେଉଁଠି ପ୍ରଜନନ ହାର କମ୍ ରହିଛି। ଦକ୍ଷିଣ କୋରିଆରେ ମଧ୍ୟ ଜନ୍ମହାର କମ୍ ରେକର୍ଡ କରାଯାଇଛି। ଏଠାରେ ପ୍ରଜନନ ହାର ରହିଛି ୦.୭୮।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.