ଟି-୨୦ ରାଙ୍କିଂ : ବିଶ୍ୱର ନଂ ୧ ଟି-୨୦ ବୋଲର ରବି ବିଷ୍ନୋଇ, ରାସିଦ ଖାନଙ୍କୁ ପଛରେ ପକାଇଲେ

ଆଇସିସି ଟି-୨୦ ଇଣ୍ଟରନ୍ୟାସନାଲ ରାଙ୍କିଂସରେ ଭାରତୀୟ ସ୍ପିନର ରବି ବିଷ୍ନୋଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନମ୍ବର ୧ ସ୍ଥାନରେ ରାଶିଦ ଖାନ କିଛି ଦିନ ହେଲାଣି ରହିଥିବା ବେଳେ ଏବେ ରବି ବିଷ୍ନୋଇ ପ୍ରଥମ ସ୍ଥାନ ନେଇଛନ୍ତି ।

ଆଇସିସି ଟି-୨୦ ଇଣ୍ଟରନ୍ୟାସନାଲ ରାଙ୍କିଂସରେ ଭାରତୀୟ ସ୍ପିନର ରବି ବିଷ୍ନୋଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ନମ୍ବର ୧ ସ୍ଥାନରେ ରାଶିଦ ଖାନ କିଛି ଦିନ ହେଲାଣି ରହିଥିବା ବେଳେ ଏବେ ରବି ବିଷ୍ନୋଇ ପ୍ରଥମ ସ୍ଥାନ ନେଇଛନ୍ତି ।

ରବି ବିଷ୍ନୋଇ ୬୯୯ ଅଙ୍କ ସହିତ ରାଶିଦ ଖାନ ୬୯୨ ସହିତ ୭ ପଏଣ୍ଟ ଆଗରେ ରହିଛନ୍ତି । ଏହି ଲିଷ୍ଟର ତୃତୀୟ ସ୍ଥାନ ଶ୍ରୀଲଙ୍କା ବନିଦୁ ହସରଙ୍ଗା ୬୭୯ ପଏଣ୍ଟ, ୫ମ ସ୍ଥାନରେ ମହୀଷ ତୀକ୍ଷଣା(୬୭୭), ୬ ନଂ ସ୍ଥାନରେ ଆଦିଲ ରାଶିଦ (୬୭୯) ରହିଛନ୍ତି । ଟି-୨୦ ଟପ୍‌ ୫ ସ୍ଥାନରେ ସ୍ପିନର ରହିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ୫ଟି-୨୦ ମ୍ୟାଚ ସରିବା ପରେ ରବି ବିଷ୍ନୋଇ ଫାଇଦାରେ ରହିଛନ୍ତି । ଏହି ସିରିଜରେ ବିଷ୍ନୋଇ ୫ଟି ମ୍ୟାଚରେ ୯ ଓ୍ଵିକେଟ ନେଇଛନ୍ତି । ଏହି ସିରିଜରେ ରବି ବିଷ୍ନୋଇଙ୍କୁ ‘ପ୍ଲେୟାର ଅଫ ଦ ସିରିଜ’ ଆଓ୍ଵାର୍ଡ ମିଳିଥିଲା ।

ରବି ବିଷ୍ନୋଇ ଗତବର୍ଷ କ୍ରିକେଟରେ ଇଣ୍ଟରନ୍ୟାସନାଲ ଡେବ୍ୟୁ କରିଥିଲେ । ଫେବୃଆରୀ ୨୦୨୨ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଇଡେନ ଗାର୍ଡେନରେ ପ୍ରଥମ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିଲେ । ଡେବ୍ୟୁ ମ୍ୟାଚରେ ‘ପ୍ଲେୟାର ଅଫ ଦ ମ୍ୟାଚ୍‌’ ପାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.