ଜଣେ ପୁରୁଷକୁ ବାହାହେବେ ଦୁଇ ସାଙ୍ଗ, ସୋସିଆଲ ମିଡିଆରେ ଦେଲେ ଆଡ଼

ଇଣ୍ଟରନେଟ ଦୁନିଆରେ ଲୋକେ ନିଜ ନିଜ ପ୍ରେମର ସନ୍ଧାନ ସୋସିଆଲ ମିଡିଆରେ କରୁଛନ୍ତି । ଏବେକା ସମୟରେ ଥିବା ଶହ ଶହ ଡେଟିଂ ଆପ୍ଲିକେସନ ସାହାଯ୍ୟରେ ଲୋକେ ନିଜ ନିଜ ଜୀବନ ସାଥି ଖୋଜି ପାଉଛନ୍ତି । କିନ୍ତୁ ଏବେ ଜଣାଶୁଣା ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ପୋଷ୍ଟକୁ ଯିଏ ପଢିବ ନିଶ୍ଚିତ ରୂପେ ଦଣ୍ଡେ ଠିଆ ହୋଇଯିବ । ଭାଇରଏଲ ହେଉଥିବା ଏହି ପୋଷ୍ଟଟିରେ ଦର୍ଶାଯାଇଛିଯେ ଦୁଇ ଜଣ ଝିଅ ଗୋଟିଏ ଜୀବନ ସାଥି ଚାହୁଁଛନ୍ତି । ଅର୍ଥାତ ଜୀବନ ବିତେଇବା ପାଇଁ ସିମାନଙ୍କୁ ଗୋଟିଏ ଜୀବନ ସାଥି ଦରକାର । ଇଏ ତ ଖୁବ ଅସମ୍ଭବ କଥା । ଏମିତି କଣ କେବେ ହୋଇପାରେ । ଦୁଇ ଝିଅ ପୁଣି ଗୋଟିଏ ପୁଅକୁ ବାହା ହୋଇ କେବେ କଣ ଖୁସିରେ ରହିପାରିବେ । ଏମିତିରେ ତ ଦେଖାଯାଏ ଝିଅ ମାନେ ନିଜ ନିଜ ବୟ ଫ୍ରେଣ୍ଡଙ୍କୁ ସାଙ୍ଗ ମାନଙ୍କ ସହ ଭେଟ କରେଇବାକୁ ବି ପସନ୍ଦ କରନ୍ତି ନାହିଁ । ଆଉ ଯଦି କେବେ ଜଣେ ବୟ ଫ୍ରେଣ୍ଡ ଅନ୍ୟ କେହି ଝିଅ ସହିତ କଥା ହୁଅନ୍ତି ତେବେ ଦୁହିଁଙ୍କ ମଧ୍ୟରେ ଝଗଡା ବଢିଯାଏ ।

ନିଜ ପାର୍ଟନର ମାମଲାରେ ଝିଅମାନେ କୌଣସି ପ୍ରକାର ବୁଝାମଣା କରିବାକୁ ଚାହାନ୍ତି ନାହିଁ । ଆଉ ଏମିତି ସ୍ଥିତି ଦୁଇ ଝିଅ ଯେ ଜଣେ ପୁଅକୁ ବିବାହ କରିବେ ସେ କଥା ହୁଏତ ବିଶ୍ୱାସ କରିହେବ ନାହିଁ । ଫେସବୁକରେ “ସେନଶାସି ମାଲେସିଆ” ଦୁଇ ମହିଳାଙ୍କ କାହାଣୀ ସେୟାର କରିଛନ୍ତି । ଆଉ ଏହି ଦୁଇ ଜଣ ଜଣେ ପୁରୁଷ ସନ୍ଧାନରେ ଅଛନ୍ତି ଯାହା ସହିତ ସେମାନେ ବିବାହ କରିପାରିବେ । ସନ୍ଧାନରୁ ଜଣାଯାଇଛିଯେ ଦୁଇ ଜଣଙ୍କ ବୟସ ଯଥାକ୍ରମେ ୩୧ ବର୍ଷ ଓ ୨୭ବର୍ଷ ହେବ । ଏମାନେ ଦୁହେଁ ଏମିତି ସାଙ୍ଗ ପାଲଟିଛନ୍ତି ଯେ ଆଗକୁ ପରସ୍ପରକୁ ଛାଡି଼ ବି ରହିପାରିବେ ନାହିଁ ବୋଲି ଚିନ୍ତା କରୁଛନ୍ତି । ଆଉ ଏହି କାରଣରୁ ଯାହାକୁ ବି ବିବାହ କରିବେ ଜଣଙ୍କୁ ବିବାହ କରିବେ ବୋଲି ମନେ ମନେ ସ୍ଥିର କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.