Below header

କ୍ରୀଡ଼ା ଶକ୍ତିକୁ ଭଲ କରି ବୁଝିଲେ, ପଛୁଆ ରାଜ୍ୟକୁ କ୍ରୀଡ଼ା ରାଜ୍ୟରେ ପରିଣତ କରିଦେଲେ ନବୀନ

ଆଜି ଓଡ଼ିଶା ନିଜକୁ ବଦଳାଇ ଖାଲି ଦେଶ ନୁହେଁ ସାରା ବିଶ୍ୱ ପାଇଁ ପାଲଟିଛି ସ୍ପୋର୍ଟସ ହବ୍‌ ।

()କଥାରେ ଅଛି ତୁମେ ନିଜକୁ ବଦଳାଅ ଦେଖିବ ଦୁନିଆଁ ତୁମ ପାଇଁ ବଦଳିଯିବ । ଠିକ୍‌ ସେମିତି ଆଜି ଓଡ଼ିଶା ନିଜକୁ ବଦଳାଇ ଖାଲି ଦେଶ ନୁହେଁ ସାରା ବିଶ୍ୱ ପାଇଁ ପାଲଟିଛି ସ୍ପୋର୍ଟସ ହବ୍‌ । କ୍ରୀଡ଼ାର ଅପାର ଶକ୍ତିକୁ ବୁଝିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ କ୍ରୀଡ଼ାର ପ୍ରସାର ନିମନ୍ତେ ହାତ ଖୋଲି ଦେଇଛନ୍ତି । କ୍ରୀଡ଼ା ଭିତ୍ତିଭୂମିରୁ ଆରମ୍ଭ କରି କ୍ରୀଡ଼ାବିତଙ୍କ ପ୍ରୋତ୍ସାହନ ପାଇଁ ନେଇଛନ୍ତି ଅନେକ ପଦକ୍ଷେପ । ଯାହା କେବଳ ନଥିପତ୍ରରେ ବନ୍ଧା ହୋଇ ନାହିଁ ଦୃଶ୍ୟମାନ ହେଉଛି ସର୍ବସମକ୍ଷରେ । ଗୋଟିଏ ଗୋଟିଏ ବିଶ୍ୱସ୍ତରୀୟ କ୍ରୀଡ଼ା ଇଭେଣ୍ଟର ସଫଳ ଆୟୋଜନ କରି ବିଶ୍ୱକ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି । ସେ କ୍ରୀଡ଼ା ଓ ଯୁବସେବା ବିଭାଗ ହେଉ ଅବା ପର୍ଯ୍ୟଟନ ସବୁଥିରେ ଯୋଡ଼ି ହୋଇଛି କ୍ରୀଡ଼ାର ବିକାଶ କଥା । ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା ଅନୁଯାୟୀ କାର୍ଯ୍ୟ, କାର୍ଯ୍ୟର ଅଗ୍ରଗତି ନେଇ ରୀତିମତ ସମୀକ୍ଷା ଏବଂ ଲକ୍ଷ୍ୟ ହାସଲର ଯୋଜନାବଦ୍ଧ ଉଦ୍ୟମ ଆଜି ଓଡ଼ିଶାକୁ ସଫଳ କ୍ରୀଡ଼ା ରାଜ୍ୟରେ ପରିଣତ କରିଛି ।

୨୦୧୮ ଓ ୨୦୨୩ରେ ଏଫଆଇଏଚ୍‌ ହକି ବିଶ୍ୱକପର ସଫଳ ଆୟୋଜନ କରି ଖୁବ୍‌ ପ୍ରଶଂସିତ ହୋଇଛି । ତା ସହିତ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌, ପ୍ରୋ ଲିଗ୍‌, ଏଫ୍‌ଆଇଏଚ୍‌ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ, ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲର ଆୟୋଜନ ଓଡ଼ିଶାକୁ ବିଶ୍ୱ ଦରବାରରେ ଦେଇଛି ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ । ହକି ପାଇଁ ବିଶ୍ୱବିଦିତ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ।
ଖାଲି ହକି ନୁହେଁ ଅନ୍ୟ କ୍ରୀଡ଼ା ଆୟୋଜନରେ ମଧ୍ୟ ପଛରେ ନାହିଁ ଓଡ଼ିଶା । ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଫୁଟବଲ, ସାଫ ୨୦ ବର୍ଷରୁ କମ୍‌ ଚାମ୍ପିଅନସିପ୍‌, ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚାମ୍ପିଅନସିପ ଭଳି ଅନେକ ଆନ୍ତର୍ଜାତିକ ବୃହତ୍‌ କ୍ରୀଡ଼ା ପ୍ରତିଯୋଗିତା ସହିତ ଜାତୀୟ ପ୍ରତିଯୋଗିତାର ଆୟୋଜଜନ କରି ନିଜକୁ ଦେଶର ଏକ ନମ୍ବର ସ୍ପୋର୍ଟସ ହବ୍‌ରେ ପରିଣତ କରିଛି ଓଡ଼ିଶା ।

ସେହିପରି ସୁପରକପ୍‌ ଚାମ୍ପିଅନ୍‌ ଓଡ଼ିଶା ଏଫ୍‌ସିର ହୋମଗ୍ରାଉଣ୍ଡ ହେଉଛି କଳିଙ୍ଗ ଷ୍ଟାଡିୟମ । ପୁଣି ଖୋଖୋ ଲିଗରୁ ଆରମ୍ଭ କରି ବିଭିନ୍ନ କ୍ରୀଡ଼ାର କେନ୍ଦ୍ର ପାଲଟିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପ୍ରତିଷ୍ଠା ହୋଇଛି ଅନେକ କ୍ରୀଡ଼ା ଉତ୍କର୍ଷ କେନ୍ଦ୍ର । ପିପିପି ମୋଡ୍‌୍‌ରେ କର୍ପୋରେଟ୍‌ ଏବଂ କ୍ରୀଡ଼ା ବ୍ୟକ୍ତିବିଶେଷଙ୍କ ସହଭାଗିତାରେ କ୍ରୀଡ଼ା ବିକାଶର ପଥ ଖୋଲିଛି । ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପୁଣି ହକିର ପ୍ରାୟୋଜକ ସାଜିଛି ଓଡ଼ିଶା । ପୁଣି ଫୁଟବଲ, ରଗବୀ, ସୁଇମିଂ, ଖୋଖୋ ଆଦି ଖେଳକୁ ବି ସମର୍ଥନ ଦେଇଛି ।

ଯଦି ଭିତ୍ତିଭୂମିକୁ ଦେଖାଯାଏ ତେବେ ରାଉରକେଲାର ବିର୍ସମୁଣ୍ଡା ହକି ଷ୍ଟାଡିୟମ ଗିନିଜ ବୁକ୍‌ ରେକର୍ଡ଼ରେ ସ୍ଥାନ ପାଇଛି ବିଶ୍ୱର ସର୍ବାଧିକ ଦର୍ଶକ ବସିବା ଭଳି ଷ୍ଟାଡିୟମ ଭାବରେ । ଯେଉଁଠି ରହିଛି ଅଲିମ୍ପିକ ଭଳି ହକି ଭିଲେଜ୍‌ ରହିଛି । ହକିର ଗଡ଼ ସୁନ୍ଦରଗଡ଼ରେ ମର୍ଯ୍ୟାଦାର ସହ ମୁଣ୍ଡ ଟେକି ରହିଛି ଏହି ଷ୍ଟାଡିୟମ । ଏହା ସହିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟେନିସ ସେଣ୍ଟର, କେନ୍ଦୁଝରର ଧରଣୀଧର ସ୍ପୋର୍ଟସ କଂପ୍ଲେକ୍ସ, ବିର୍ସାମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ ଆଦି ରହିଛି । ଆଥଲେଟଙ୍କ ପାଇଁ କରାଯାଛି ଅତ୍ୟାଧୁନିକ ତାଲିମ କେନ୍ଦ୍ର ।

ଖାଲି ସେତିକି ନୁହେଁ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ଓଡ଼ିଆ ଖେଳାଳିଙ୍କୁ ଧନ ବର୍ଷା କରିଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ସମ୍ବର୍ଦ୍ଧିତ କରି ପ୍ରୋତ୍ସାହିତ କରିବା ସହିତ ଆର୍ଥିକ ସହାୟତା ଯୋଗି ଦେଇଛନ୍ତି ଆଗାମୀ ଭବିଷ୍ୟତ ପାଇଁ ।

ଗତ ୪ ବର୍ଷ ମଧ୍ୟରେ ଓଡ଼ିଶା ସରକାର କ୍ରୀଡ଼ା ବଜେଟ୍‌କୁ ୧୨୧୭ କୋଟିରେ ପହଞ୍ଚାଇଛନ୍ତି । ଯାହା କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ । ସେଇଥି ଲାଗି ତ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ଭାବେ ଓଡ଼ିଶାକୁ ମିଳିଛି ଶ୍ରେଷ୍ଠ ରାଜ୍ୟ ପୁରସ୍କାର । ଆଉ କୁହାଯାଉଛି ଓଡ଼ିଶା ମଡେଲ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.