Below header

ଶ୍ରୀ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦେଢ଼ ବର୍ଷର ଛୁଆକୁ କାମୁଡିଲା ବୁଲା କୁକୁର

ଦେଢ଼ ବର୍ଷର ଛୁଆକୁ କାମୁଡିଲା ବୁଲା କୁକୁର । ଶ୍ରୀ ମନ୍ଦିର ସିଂହଦ୍ବାର ସମ୍ମୁଖରେ ଛୁଆକୁ କାମୁଡି ରକ୍ତାକ୍ତ କରିଛି କୁକୁର। ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ନିଜର ଦେଢ଼ ବର୍ଷର ଶିଶୁ ପୁତ୍ର ସହ ଜଗା ଦର୍ଶନ କରିବା ପାଇଁ ଆସିଥିଲେ ।

ପୁରୀ : ଦେଢ଼ ବର୍ଷର ଛୁଆକୁ କାମୁଡିଲା ବୁଲା କୁକୁର । ଶ୍ରୀ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଛୁଆକୁ କାମୁଡି ରକ୍ତାକ୍ତ କରିଛି କୁକୁର। ଖୋର୍ଦ୍ଧା ବାଲୁଗାଁ ଅଞ୍ଚଳର ଏକ ପରିବାର ନିଜର ଦେଢ଼ ବର୍ଷର ଶିଶୁ ପୁତ୍ର ସହ ଜଗା ଦର୍ଶନ କରିବା ପାଇଁ ଆସିଥିଲେ । ଶ୍ରୀମନ୍ଦିର ଭିତରକୁ ଦର୍ଶନ କରିବାକୁ ଯାଉଥିବା ବେଳେ ସିଂହଦ୍ଵାର ସମ୍ମୁଖ ବ୍ୟାରିକେଡ୍ ଭିତରକୁ ପଶିଯାଇ କୁକୁରଟି ଶିଶୁକୁ କାମୁଡି ରକ୍ତାକ୍ତ କରିଥିଲା । ତୁରନ୍ତ ପରିବାର ଲୋକେ ଓ ଅନ୍ୟମାନେ ବୁଲା କୁକୁର କବଳରୁ ଶିଶୁପୁତ୍ରକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ। ବାରମ୍ବାର ଏପରି ଅଘଟଣ ହେଉଥିବାରୁ ଶ୍ରୀମନ୍ଦିର ସୁରକ୍ଷାରେ ଥିବା ସୁରକ୍ଷା କର୍ମୀ ଓ ପୋଲିସ ଏ ଦିଗରେ ଯତ୍ନବାନ ହେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.