Below header

କେବେ ଟ୍ରାଏ କରିଛନ୍ତି କି ମୁଗଲାଇ ପରଟା? ଟେଷ୍ଟ ପୂରା ଲାଜବାବ୍‌

ଏମିତି ତ ପରଟା ବହୁତ ପ୍ରକାର ରହିଛି । ଯେମିତିକି କୋବି ପରଟା, ପନୀର ପରଟା କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ମୁଗଲାଇ ପରଟାର ରେସିପି ନେଇଆସିଛୁ । କିନ୍ତୁ ସବୁ ପରଟା ମଧ୍ୟରୁ ମୁଗଲାଇ ପରଟାର ସ୍ୱାଦ ନିଆରା । ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ ।

ବ୍ରେକଫାଷ୍ଟ ପାଇଁ ପରଟା ସବୁଠାରୁ ଭଲ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ପେଟ ପୁରିବା ସହିତ ଶିଘ୍ର ଭୋକ ଲାଗିନଥାଏ । ଏମିତି ତ ପରଟା ବହୁତ ପ୍ରକାର ରହିଛି । ଯେମିତିକି କୋବି ପରଟା, ପନୀର ପରଟା କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ମୁଗଲାଇ ପରଟାର ରେସିପି ନେଇଆସିଛୁ । କିନ୍ତୁ ସବୁ ପରଟା ମଧ୍ୟରୁ ମୁଗଲାଇ ପରଟାର ସ୍ୱାଦ ନିଆରା । ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ ।

ଆବଶ୍ୟକୀୟ ସାମଗ୍ରୀ:

୪ ଟି ପରଟା, ୨ଟି ଅଣ୍ଡା, କଞ୍ଚା ଲଙ୍କା, ଧନିଆ ପତ୍ର, ଦୁଇଟି ପିଆଜ, ୪ ଚାମଚ କଟା ଯାଇଥିବା କ୍ୟାପ୍ସିକମ, ଅଧା ଚାମଚ ଚିଲ୍ଲୀ ଫ୍ଲେକ୍ସ

ପ୍ରସ୍ତୁତି ପ୍ରଣାଳୀ:

ମୁଗଲାଇ ପରଟା ତିଆରି କରିବା ପାଇଁ ପ୍ରଥମେ ଦୁଇଟି ଅଣ୍ଡା ଭାଙ୍ଗି ଏକ ପାତ୍ରରେ ରଖନ୍ତୁ । ଏଥିରେ ପିଆଜ, କ୍ୟାପ୍ସିକମ, କଞ୍ଚା ଲଙ୍କା, ଲୁଣ, ଧନିଆ ପତ୍ର, ସିଝା ଅଣ୍ଡା, ରେଡ ଚିଲ୍ଲୀ ଫ୍ଲେକ୍ସ ଦେଇ ପୁର ତିଆରି କରନ୍ତୁ । ଏବେ ଅଟା ଲୁଣ, ତେଲ ପକାଇ ଏହାକୁ ଦଳି ଦିଅନ୍ତୁ । ଏହା ପରେ ତାଓ୍ବା ଗରମ କରି ପରଟାକୁ ବେଲି ସେକନ୍ତୁ ।

ତା’ ଉପରେ ତିଆରି ହୋଇଥିବା ପୁରକୁ ପକାଇ ତାହା ଉପରେ ଆଉ ଏକ ପରଟା ରଖନ୍ତୁ । ଏହାକୁ ଧିମା ଆଞ୍ଚରେ ସେକି ଦିଅନ୍ତୁ । ଦୁଇପାର୍ଶ୍ୱ ଭଲ ଭାବେ ହୋଇଗଲେ ଗ୍ୟାସ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ମୁଗଲାଇ ପରଟା । ଏହି ପରଟାକୁ ଚିକେନ କଷା, ଚିଲ୍ଲୀ ଚିକେନ, ପନିର ତରକାରୀ କିମ୍ବା ଅନ୍ୟ କୌଣସି ସ୍ୱାଦିଷ୍ଟ ତରକାରୀ ସହ ଖାଇ ମଜା ଉଠାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.