ନିଜ ଭାଗ୍ୟ ବଦଳାଇବା ପାଇଁ ମୃତ ଶିଶୁର ସଂସ୍କାର କରନ୍ତି ଥାଇଲାଣ୍ଡର ବୌଦ୍ଧ ଭିକ୍ଷୁ

ନିଜର ଭାଗ୍ୟ ବଦଳାଇବା ପାଇଁ କିଏ କେତେ ପ୍ରକାର ବାଟ ଆପଣାନ୍ତି । କିଏ ଗ୍ରହଶାନ୍ତି ପାଇଁ ପୂଜା କରେ ତ କିଏ ତନ୍ତ୍ରମନ୍ତ୍ରର ଆଶ୍ରୟ ନିଏ । ସେ କର୍ତ୍ତବ୍ୟନିଷ୍ଠ ହେଉ କି ଅଳସୁଆ, ସମସ୍ତେ ନିଜ ଭାଗ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି କିଛି ଉପାୟ ଖୋଜିଥାନ୍ତି । ଆଉ କିଛି ଅନ୍ଧବିଶ୍ୱାସ ପଛରେ ଗୋଡ଼ାନ୍ତି । ଏମିତି ଏକ ଅନ୍ଧବିଶ୍ୱାସ ରହିଛି ଥାଇଲାଣ୍ଡର ବୌଦ୍ଧ ଭିକ୍ଷୁଙ୍କ ମଧ୍ୟରେ । ସେମାନେ ନିଜର ଅଶେଷ ମଙ୍ଗଳ ଏବଂ ସବୁ ବାଧାବିଘ୍ନ ଦୂର କରିବା ପାଇଁ ମୃତ ଶିଶୁ ଏବଂ ମଣିଷ ଭ୍ରୂଣକୁ ଦାହ ସଂସ୍କାର କରିଥାନ୍ତି ।
ଇଏ କୌଣସି ଅଦେଖା କଥା ନୁହେଁ । ବିଭିନ୍ନ ବୌଦ୍ଧ ମନ୍ଦିରରେ ଏଭଳି ଘଟଣା ଘଟିବା ପରେ କେତେକ ବୌଦ୍ଧଭିକ୍ଷୁ ପୋଲିସ୍‌ ଦ୍ୱାରା ଗିରଫ ହୋଇଛନ୍ତି ଏବଂ ଶାସ୍ତି ମଧ୍ୟ ପାଇଛନ୍ତି । ଯଦିଓ ସରକାର ଏଭଳି ଏକ ଅନ୍ଧବିଶ୍ୱାସକୁ ବେଆଇନ୍‌ ବୋଲି ଘୋଷଣା କରିଛନ୍ତି ତଥାପି ଅନେକ ବୌଦ୍ଧଭିକ୍ଷୁ ଲୁଚି ଲୁଚି ଏହି କାମ କରିଥାନ୍ତି ।
ଅବଶ୍ୟ ଅନେକ ବୌଦ୍ଧ ସନ୍ନ୍ୟାସୀ କୁହନ୍ତି କି ଯେଉଁମାନେ ପ୍ରକୃତ ସନ୍ନ୍ୟାସୀ ସେମାନେ ଏଭଳି କୁତ୍ସିତ କାର୍ଯ୍ୟରେ ବିଶ୍ୱାସ କରନ୍ତି ନାହିଁ । ସେମାନେ କେବଳ ପ୍ରାର୍ଥନା ଏବଂ ଧ୍ୟାନରେ ବିଶ୍ୱାସ ରଖନ୍ତି । ଅନ୍ୟପଟେ ମୃତ ଶିଶୁ ଏବଂ ଭ୍ରୂଣ ପୋଡ଼ି ନିଜ ଭାଗ୍ୟ ବଦଳାଇବା ପାଇଁ ଚେଷ୍ଟା କରୁଥିବା ବୌଦ୍ଧଭିକ୍ଷୁଙ୍କ କହିବା କଥା ହେଉଛି ଏହା ଦ୍ୱାରା ପ୍ରକୃତରେ ମଙ୍ଗଳ ହୁଏ । ଦାହ ପୂର୍ବରୁ ଆମେ ପ୍ରାର୍ଥନା କରି ପ୍ରଥମେ ମୃତ ଶିଶୁର ଆତ୍ମାକୁ ଜୀବନ ଦେଇଥାଉ । ଯାହାଫଳରେ ତାର ଆତ୍ମା ଶାନ୍ତି ପାଇବା ସହ ଆମର ମଧ୍ୟ ଦୁର୍ଭାଗ୍ୟ ଦୂର ହୋଇଥାଏ ।

Leave A Reply

Your email address will not be published.