ନିଜକୁ ଡାକ୍ତରୀ ଛାତ୍ର ବୋଲି ମିଛ କହି ଏମ୍ସ ଡାକ୍ତରୀ ଛାତ୍ରୀଙ୍କୁ ବିବାହ କରିଥିଲେ ଯୁବକ, ପାଞ୍ଚ ଦିନରେ ଖୋଲିଗଲା ଅସଲ ମୁଖା

କେନ୍ୟୁଜ୍(ବ୍ୟୁରୋ): ପାଞ୍ଚ ଦିନର ସ୍ୱାମୀ । ମିଛ କହି ବାହା ହୋଇଥିଲେ ଏମ୍ସ ଡାକ୍ତରୀ ଛାତ୍ରଙ୍କୁ । ଧରାପଡ଼ିଗଲା ଖେଳ । ବନ୍ଧା ହେଲେ, ଜେଲ୍‌ ଗଲେ । ସେହି ମିଛୁଆ ସ୍ୱାମୀଙ୍କ ନାଁ- ଶୈଳେନ୍ଦ୍ର ବିଶ୍ୱାଳ, ଘର- ଭୁବନେଶ୍ୱର ଡୁମଡୁମାରେ, ଶିକ୍ଷାଗତ ଯୋଗ୍ୟତା- ପ୍ଲସ୍‌ ଟୁ ଫେଲ୍‌, କିନ୍ତୁ ନିଜକୁ କାନାଡ଼ାରେ ଡାକ୍ତରୀ ପାଠ ପଢୁଥିବା କହିଥିଲେ । ବାହା ହୋଇଥିଲେ ଏମ୍ସର ଡାକ୍ତରୀ ପଢୁଆ ଝିଅକୁ । ବେଶ ଧୁମଧାମରେ ଗତ ୭ ତାରିଖ ଦିନ ବିବାହ ସମ୍ପନ୍ନ ହୋଇଥିଲା । ୪ ଦିନ ପରେ ଝିଅ ଜାଣିବାକୁ ପାଇଥିଲେ ସାଂଘାତିକ ସତ । ସେ ଡାକ୍ତରୀ ଛାତ୍ରଙ୍କୁ ବାହା ହୋଇ ନାହାନ୍ତି, ଜଣେ ପ୍ଲସ ଟୁ ଫେଲର ହାତ ଧରିଛନ୍ତି ।

fake doctor arrested

ଏକଥା ଜାଣିବା ପରେ ନବବିବାହିତାଙ୍କ ପାଦ ତଳୁ ଖସିଯାଇଥିଲା ମାଟି । ଏହାର ବିରୋଧ କରିବାରୁ ମିଳିଥିଲା ମାଡ଼ । ପୂରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ ଝିଅ । ପୋଲିସରେ ରୁଜୁ କରିଥିଲେ ମାମଲା । ଶେଷରେ ବନ୍ଧା ହୋଇ ଜେଲ୍‌ ଗଲେ ମିଛୁଆ ସ୍ୱାମୀ । ଶୈଳେନ୍ଦ୍ରଙ୍କ ସଇତାନୀ ବୁଦ୍ଧିକୁ ବିବାହ ପୂର୍ବରୁ କେହି ଠଉରାଇ ପାରି ନଥିଲେ । ଜଣେ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପୁଅ ଶୈଳେନ୍ଦ୍ର । ତାଙ୍କର ଏଭଳି କୁତ୍ସିତ କାମକୁ ନେଇ ଏବେ ସବୁଛି ଚର୍ଚ୍ଚା

Leave A Reply

Your email address will not be published.