Below header

୨୦୨୧ ଜନଗଣନାରେ ଜାତି ଭିତ୍ତିକ ଗଣନା ହେଉ, କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲା ଓଡ଼ିଶା

ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ୨୦୨୧ ସେନସସରେ ସାଧାରଣବର୍ଗଙ୍କ ସହ ସାମାଜିକ ଓ ଅର୍ଥନୈତିକ ପଛୁଆ ଶ୍ରେଣୀ ଓ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଗଣନା କରିବାକୁ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜବୀ ଗୌବ୍‌ଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଚିଠିରେ ଉଲ୍ଲେଖ ରହିଛି, SEBC ଓ OBCଙ୍କ ପାଇଁ ସେନ୍‌ସସରେ ସ୍ୱତନ୍ତ୍ର କଲମ୍‌ କରାଯାଉ । ଜାତିଭିତ୍ତିକ ଗଣନା ହେଲେ ସେମାନଙ୍କର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ସ୍ଥିତି ଜଣାପଡିବ । ୧୯୩୧ ପରଠାରୁ ଜନଗଣନାରେ ଜାତିଭିତ୍ତିକ ଗଣନା ହୋଇ ନାହିଁ । ତେଣୁ ସାମାଜିକ ଓ ଶିକ୍ଷା ପଛୁଆ ବର୍ଗ ଏବଂ ପଛୁଆ ବର୍ଗଙ୍କ ସଠିକ ତଥ୍ୟ ନାହିଁ । ଫଳରେ ସେହି ବର୍ଗଙ୍କ କଲ୍ୟାଣ ନେଇ ଥିବା ଯୋଜନାକୁ ଫୋକସ କରିବାରେ ଅସୁବିଧା ହେଉଛି । କିନ୍ତୁ ରାଜ୍ୟ ସରକାର ଅନ୍ତର୍ଭୁକ୍ତିକରଣ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତି ବଦ୍ଧ। ତେଣୁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ। ପୂର୍ବରୁ ଗତ ୧୧ ତାରିଖରେ ରାଜ୍ୟ ବିଧାନସଭାରେ ଏସମ୍ପର୍କିତ ସଂକଳ୍ପ ପାରିତ ହୋଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.