ସହବାସ ବେଳେ ବି ହୋଇପାରନ୍ତି ହାର୍ଟ ଆଟାକ୍‌ର ଶିକାର, ଏକ୍ସାଇଟ୍‌ମେଣ୍ଟରେ ଆଦୌ କରନ୍ତୁନି ଏସବୁ ଭୁଲ

ଶାରୀରିକ ସମ୍ପର୍କ ବେଳେ ଯେ କେହି ବି ମତୁଆଲା ହେବା ସ୍ୱାଭାବିକ୍‌। ଏହି ସମୟରେ ଲୋକମାନେ ଏକ୍ସାଇଟ୍‌ମେଣ୍ଟରେ ସବୁ ପ୍ରକାର ଶାରୀରିକ କଷ୍ଟ ଭୁଲି ଯାଇଥାନ୍ତି। ସମ୍ଭୋଗର ସମ୍ପର୍କ ସ୍ୱାସ୍ଥ୍ୟ ସହ ମଧ୍ୟ ଯୋଡ଼ି ହୋଇ ରହିଛି। ସହବାସ ଦ୍ୱାରା ଶରୀରକୁ ଅନେକ ସୁଫଳ ମିଳିଥାଏ। ଉଭୟ ପୁରୁଷ ଓ ମହିଳା ସହବାସ ପରେ ରିଲାକ୍ସ ଅନୁଭବ କରୁଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି। ଶରୀରର ବିଭିନ୍ନ ସମସ୍ୟା ଦୂର କରିବାରେ ମଧ୍ୟ ସେକ୍ସ କେତେକାଂଶ ସହାୟକ ହୋଇଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମାସକୁ ଥରେ ଶାରୀରିକ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କ ତୁଳନାରେ ସପ୍ତାହରେ ଦୁଇ ଥର ସମ୍ବନ୍ଧ ରଖୁଥିବା ବ୍ୟକ୍ତିଙ୍କ ଠାରେ ହାର୍ଟ ଆଟାକ୍‌ର ସମ୍ଭାବନା କମ୍‌ ରହିଥାଏ। କିନ୍ତୁ ଏହା ବି ସତ ଯେ ସହବାସ ବେଳେ କାହାକୁ ମଧ୍ୟ ହାର୍ଟଆଟାକ୍‌ ଆସିପାରେ।

Related image

ଶାରୀରିକ ସମ୍ପର୍କ ବେଳେ ଶରୀରର ଏକ୍ସରସାଇଜ୍‌ ମଧ୍ୟ ହୋଇଥାଏ। ଫଳରେ ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୋଇ ହୃଦସ୍ପନ୍ଦନ ବଢ଼ିଯାଏ। ଏହି କାରଣରୁ ହୃଦଘାତର ଆଶଙ୍କା ବୃଦ୍ଧିପାଏ। ଏକ ରିସର୍ଚ୍ଚ ମୁତାବକ, ଶାରୀରିକ ସମ୍ପର୍କ ବେଳେ ହାର୍ଟ ଆଟାକ୍‌ ହେବା ଆଶଙ୍କା ୩୦ ଲକ୍ଷ ଲୋକଙ୍କ ମଧ୍ୟରେ କେବଳ ଜଣଙ୍କ ପାଖରେ ଦେଖାଦିଏ। ଏଣୁ ହୃଦ୍‌ଘାତ ପୂର୍ବରୁ ହିଁ ଏଥିପ୍ରତି ସଜାଗ ହେବା ଆବଶ୍ୟକ।

Related image

ସପ୍ତାହରେ ଦୁଇ ଥର ସମ୍ବନ୍ଧ ରଖିବା ଶରୀର ପାଇଁ ଭଲ ହୋଇଥିଲେ ମଧ୍ୟ କିଛି ଲୋକ ଦିନକୁ ୨-୩ ଥର ମଧ୍ୟ ସମ୍ପର୍କ ସ୍ଥାପନ କରିଥାନ୍ତି। ଫଳରେ ହାର୍ଟ ଉପରେ ପ୍ରଭାବ ପଡ଼ିଥାଏ।

Image result for wild couple in bedroom

ବେଡ୍‌ରୁମ୍‌ ଲାଇଫ୍‌କୁ ଅଧିକ ରୋମାଞ୍ଚିତ କରିବାକୁ ବେଳେ ବେଳେ ପାର୍ଟନର ବିଭିନ୍ନ ନୂଆ ନୂଆ ପୋଜିସନ୍‌ ବି ଟ୍ରାଏ କରିଥାନ୍ତି। ଫଳରେ ରକ୍ତ ସଞ୍ଚାଳନ ବଢ଼ିଯାଏ ଓ ହାର୍ଟ ଆଟାକ୍‌ର ଆଶଙ୍କା ଦେଖାଦିଏ। ଏଣୁ ଶାରୀରିକ ସମ୍ପର୍କ ବେଳେ ସାଧାରଣ ଭାବେ ନିଜେ କମ୍ଫଟେବଲ ରହିବା ଭଳି ପୋଜିସନ୍‌ ଟ୍ରାଏ କରନ୍ତୁ।

Image result for heart attack

ବିଏସି ମେଡିସିନ୍‌ର ଏକ ରିପୋର୍ଟ ମୁତାବକ ସେକ୍ସ କ୍ଷମତା ବଢ଼ାଇବା ପାଇଁ ପୁରୁଷମାନେ ଖାଉଥିବା ଭାଏଗ୍ରା କେବଳ ପ୍ରାଇଭେଟ୍‌ ପାର୍ଟ ଉପରେ ନୁହେଁ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଏ। ଏହା ହାର୍ଟର ମାଂସପେଶୀକୁ ମୋଟା କରିଦିଏ, ଫଳରେ ହାର୍ଟଆଟାକ୍‌ର ଆଶଙ୍କା ବଢ଼ିଯାଏ। ଏଣୁ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଏହି ମେଡିସିନ୍‌ ବ୍ୟବହାର କରିବା ଉଚିତ।

Related image

ବେଳେବେଳେ ଏକ୍ସାଇଟ୍‌ମେଣ୍ଟରେ କପଲ ଓ୍ଵାଇଲ୍ଡ ସେକ୍ସ ବି ଟ୍ରାଏ କରିଥାନ୍ତି। ମାତ୍ର ଏହା ଶାରୀରିକ ସହ ମାନସିକ ଭାବେ ମଧ୍ୟ ବ୍ୟକ୍ତିଙ୍କୁ ଚାପଗ୍ରସ୍ତ କରିଥାଏ। ଫଳରେ ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୁଏ। ଏହା ଦ୍ୱାରା ରକ୍ତକୁ ପମ୍ପ୍‌ କରିବା ପ୍ରକ୍ରିୟା ତୀବ୍ର ଗତିରେ ହୁଏ ଓ ଏକ ନିର୍ଦ୍ଦିଷ୍ଟ ସମୟ ପରେ ହୃଦଘାତର ରୂପ ନେଇଥାଏ।

Image result for wild couple in bedroom

ତେଣୁ ଶାରୀରିକ ସମ୍ପର୍କ ବେଳେ ଯଦି ହାଲିଆ ହୋଇଯାଉଥାନ୍ତି କିମ୍ବା ଛାତିରେ ପୀଡ଼ା ଅନୁଭବ କରୁଥାନ୍ତି ତେବେ ଅଟକି ଯାଆନ୍ତୁ। ଅସହ୍ୟ ଯନ୍ତ୍ରଣା ଅନୁଭବ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବାକୁ ଯେମିତି ନ ଭୁଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.