Below header

ଶୁଖିଲା ତୁଳସୀ ପତ୍ର ମଧ୍ୟ କରିପାରେ ଭାଗ୍ୟୋଦୟ ,ଏହାର ପ୍ରୟୋଗ ଦ୍ୱାରା ହୋଇପାରେ ଧନ ଦୌଲତର ବୃଦ୍ଧି

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବିଶେଷ ସ୍ଥାନ ଦିଆଯାଇଛି | ତୁଳସୀ ଗଛ ମା’ ଲକ୍ଷ୍ମୀଙ୍କର ବାସ ସ୍ଥାନ ବୋଲି କୁହାଯାଏ | ଭଗବାନ ବିଷ୍ଣୁଙ୍କର ପୂଜା ମଧ୍ୟ ତୁଳସୀ ପତ୍ର ବିନା ଅସମାପ୍ତ ହୋଇଥାଏ | ନିୟମିତ ତୁଳସୀ ଗଛରେ ପାଣି ଦେଲେ ଏବଂ ଦୀପ ଜଳାଇଲେ ସୁଖ ସମୃଦ୍ଧି ମିଳିଥାଏ | ଯେତିକି ମହତ୍ୱ ତୁଳସୀ ଗଛର ଅଛି ସେତିକି ମହତ୍ୱ ତୁଳସୀର ଶୁଖିଲା ପତ୍ରର ମଧ୍ୟ ଅଛି | ଆସନ୍ତୁ ଜାଣିବା ତୁଳସୀର ଶୁଖିଲା ପତ୍ରକୁ କେମିତି ବ୍ୟବହାର କରି ପରିବା |

ତୁଳସୀର ଶୁଖିଲା ପତ୍ରର ବ୍ୟବହାର

–  ଭଗବାନ ଶ୍ରୀ କୃଷ୍ଣଙ୍କର ଶୁଖିଲା ତୁଳସୀ ପତ୍ର ବହୁତ ପ୍ରିୟ ହୋଇଥାଏ | ଏଣୁ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ପାଇବା ପାଇଁ ତୁଳସୀ ପତ୍ରର ବ୍ୟବହାର ଶ୍ରୀକୃଷ୍ଣଙ୍କ ଭୋଗରେ କରନ୍ତୁ | ଶୁଖିଲା ତୁଳସୀ ପତ୍ରର ବ୍ୟବହାର 15 ଦିନ ପର୍ଯ୍ୟନ୍ତ କରାଯାଇ ପାରେ |

   ଭଗବାନ ଶ୍ରୀ କୃଷ୍ଣଙ୍କୁ ସ୍ନାନ କରାଇବା ସମୟରେ ସ୍ନାନ ଜଳରେ ଶୁଖିଲା ତୁଳସୀ ପତ୍ର ପକାଇ ପାରିବେ |

–   ଯଦି ଶୁଖିଲା ତୁଳସୀ ପତ୍ରକୁ ପାଣିରେ ମିଶାଇ ସ୍ନାନ କରିବେ ତେବେ ଏହାଦ୍ୱାରା ଶରୀରରୁ ନକାରାତ୍ମକ ଶକ୍ତି ବାହାରି ଯାଇଥାଏ | ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ତୁଳସୀର ଶୁଖିଲା ପତ୍ରକୁ ଲାଲ ରଙ୍ଗର କପଡ଼ାରେ ବାନ୍ଧି ନିଅନ୍ତୁ ,ତାପରେ ଏହାକୁ ତିଜୋରୀ କିମ୍ବା ଅଲମାରୀରେ ରଖି ଦିଅନ୍ତୁ | ଏହାଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ |

–   ଶୁଖିଲା ତୁଳସୀ ପତ୍ରକୁ ଗଙ୍ଗା ଜଳରେ ପକାଇ ଘରର ଚାରିଆଡେ ଛିଞ୍ଚିବାଦ୍ୱାରା ନକରାତ୍ମକ ଶକ୍ତିର ନାଶ ହୋଇଥାଏ | ଏବଂ ପରିବାରରେ ଖୁସିର ବାତାବରଣ ତିଷ୍ଠି ରହିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.