Kiss day : ପ୍ରେମୀ ଯୁଗଳ ଚୁମ୍ବନ ଦେଇ ନିଜ ପ୍ରେମର ଗଭୀରତାକୁ ସାଥୀଙ୍କ ସାମ୍ନାରେ ପରିପ୍ରକାଶ କରନ୍ତି

ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରି ନିଜ ଭାବନା ଦର୍ଶାଇଥା’ନ୍ତି । ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଶେଷ ଦିନ ବା ଭାଲେଣ୍ଟାଇନ୍ ଦିନ ପୂର୍ବରୁ ଫେବ୍ରୁଆରୀ ୧୩ ତାରିଖରେ ପାଳିତ ହୋଇଥାଏ କିସ୍ ଡେ’।

ପ୍ରେମ ସପ୍ତାହର ସପ୍ତମ ଦିନ କିସ୍‌ ଡେ । ଫେବୃଆରୀ ୧୩ ତାରିଖକୁ ପ୍ରେମୀ ଯୁଗଳ କିସ୍ ଡେ’ବା ଚୁମ୍ବନ ଦିବସ ଭାବେ ପାଳନ କରିଥାନ୍ତି । ଆଜିର ଦିନରେ ପ୍ରେମୀଯୁଗଳ ପରସ୍ପରକୁ କିସ୍ କରି ନିଜ ଭାବନା ଦର୍ଶାଇଥା’ନ୍ତି । ସପ୍ତାହେ ବ୍ୟାପୀ ଚାଲିଥିବା ପ୍ରେମ ସପ୍ତାହର ଶେଷ ଦିନ ବା ଭାଲେଣ୍ଟାଇନ୍ ଦିନ ପୂର୍ବରୁ ଫେବ୍ରୁଆରୀ ୧୩ ତାରିଖରେ ପାଳିତ ହୋଇଥାଏ କିସ୍ ଡେ’। ଆଜିର ଦିନରେ ପ୍ରେମୀମାନେ ଚୁମ୍ବନ ଦେଇ ନିଜ ପ୍ରେମର ଗଭୀରତାକୁ ସାଥୀଙ୍କ ସାମ୍ନାରେ ପରିପ୍ରକାଶ କରିଥାନ୍ତି ।

ତେବେ କିସ୍‌ ଡେର ଇତିହାସ ଫ୍ରାନ୍ସ ସହିତ ଜଡିତ । ଫ୍ରାନ୍ସରେ ପ୍ରେମୀଯୁଗଳ ପରସ୍ପର ସହିତ ଡ୍ୟାନ୍ସ କରି ନିଜର ପ୍ରେମର ଭାବନାକୁ ପରିପ୍ରକାଶ କରନ୍ତି । ଶେଷରେ ଡ୍ୟାନ୍ସ ଶେଷ ହେବା ପରେ ପରସ୍ପରକୁ କିସ୍‌ କରନ୍ତି । ସେହିପରି ରୁଷରେ ବିବାହ ସମୟରେ ବରକନ୍ୟା ପରସ୍ପରକୁ କିସ୍‌ କରିବାର ପରମ୍ପରା ରହିଛି । ଫ୍ରାନ୍ସ ଏବଂ ରୁଷ ପରମ୍ପରାରୁ କିସ୍‌ ଡେ ଆରମ୍ଭ ହୋଇଛି ।

ଯେତେବେଳେ ପ୍ରେମୀ ଯୁଗଳ ପରସ୍ପରକୁ କିସ୍‌ କେବଳ ନିଜର ପ୍ରେମ ସଂପର୍କ ଦେଖାଇବାକୁ ନୁହେଁ ବରଂ ପ୍ରେମର ଗଭୀରତାକୁ ମଧ୍ୟ ଦର୍ଶାଇଥାନ୍ତି । ପରସ୍ପରର ଭାବନାକୁ ବୁଝନ୍ତି ।

• ଶରୀରରୁ କ୍ୟାଲୋରୀ କମ୍ କରିବାରେ କିସ୍ ସାହାଯ୍ୟ କରେ । ପ୍ରାୟ ୧ ମିନିଟ୍ କିସ୍ କଲେ ୨ରୁ ୩ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । କେବଳ ଏତିକି ନୁହେଁ, କିସ୍ ଦ୍ୱାରା ଶରୀରର ମେଟାବଲିକ୍ ରେଟ୍ ବି ବଢ଼େ ।

• କିସ୍ କରିବା ବେଳେ ମୁହଁରୁ ବାହାରୁଥିବା ଲାଳ ଦାନ୍ତର କ୍ୟାଭିଟି ଦୂର କରିବା ସହ ବ୍ୟାକ୍ଟେରିଆକୁ ମାରିଥାଏ । କିସ୍ କରିବା ଦ୍ୱାରା ମହିଳାଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧିପାଏ । ଏହା ମହିଳାଙ୍କୁ ସାଇଟୋମେଗାଲୋ ଭାଇରସ୍ରୁ ରକ୍ଷା କରେ । ଏହି ଭାଇରସ୍ ଗର୍ଭାବସ୍ଥାରେ ଶିଶୁଙ୍କୁ ଅନ୍ଧ କରିଥାଏ ।

• କିସ୍ କରିବା ଦ୍ୱାରା ଶରୀରରୁ ଆଡ୍ରେନାଲିନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ । ଏହି ହରମୋନ୍ ହାର୍ଟ ପାଇଁ ଲାଭଦାୟକ ହୋଇଥାଏ । ଶରୀରରେ ରକ୍ତ ସଞ୍ଚାଳନ ଲାଗି ହାର୍ଟକୁ ପମ୍ପ କରିବାରେ ଏହି ହରମୋନ୍ ସାହାଯ୍ୟ କରେ । ଏହା ବ୍ଲଡ ପ୍ରେସରକୁ କମ୍ କରିବା ସହ ରକ୍ତ ସଞ୍ଚାଳନକୁ ତ୍ୱରାନ୍ଵିତ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.