Below header

JEE Mains ପରୀକ୍ଷାର ରେଜଲ୍ଟ ଆଉଟ୍‌, ଏମିତି ଚେକ୍‌ କରନ୍ତୁ ୱେବସାଇଟ

ଜେଇଇ ମେନ୍ସ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ର ସେସନ-୧ରେ ସାମିଲ ହୋଇଥିଲେ ସେମାନେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ https://jeemain.nta.ac.in/କୁ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ।

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ଜେଇଇ ମେନ୍ସ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ର ସେସନ-୧ରେ ସାମିଲ ହୋଇଥିଲେ ସେମାନେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ https://jeemain.nta.ac.in/କୁ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ ।

ଜେଇଇ ମେନ୍ସର ଦୁଇଟି ଯାକ ପେପରରେ ମୋଟ ୧୨,୩୧,୮୭୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୭୦,୦୩୬ ଜଣ ପରୀକ୍ଷା ଦେଇଥିଲେ । ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ ପ୍ରାର୍ଥୀଙ୍କୁ ନିଜର ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦେବାକୁ ପଡ଼ିବ । ଏହା ସହାୟତାରେ ପ୍ରାର୍ଥୀମାନେ ନିଜର ଜେଇଇ ମେନ୍ସ ରେଜଲ୍ଟ ଓ ସ୍କୋର କାର୍ଡ ଚେକ୍ କରିବା ସହିତ ଡାଉନଲୋଡ୍ କରିପାରିବେ ।

JEE Mains 2024 ରେଜଲ୍ଟ ଏପରି ଚେକ୍ କରନ୍ତୁ  :

୧: ପ୍ରଥମେ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।
୨: ହୋମପେଜରେ ‘JEE Main 2024 session 1 results’ଲିଙ୍କରେ କ୍ଲିକ୍ କରନ୍ତୁ ।
୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।
୪: ସବିଶେଷ ତଥ୍ୟ ପୂରଣ କରିବା ପରେ ‘ସବମିଟ୍’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
ତେବେ ଜେଇଇ ଦ୍ୱିତୀୟ ସେସନ ଏପ୍ରିଲ ମାସ ୪ରୁ ୧୫ ପର୍ଯ୍ୟନ୍ତ କରାଯିବା ନେଇ ନିର୍ଦ୍ଧାରିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.