ସାଲେପୁରର ସରକାରୀ ପାଥୋଲାବ୍‌ରେ ଅବ୍ୟବସ୍ଥା, ଘରୋଇ ହସପିଟାଲକୁ ଦୌଡୁଛନ୍ତି ରୋଗୀ

ସାଧାରଣ ଲୋକେ କିଭଳି ଉତ୍ତମ ସ୍ୱାସ୍ଥ୍ୟସେବା ପାଇବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । ମାଗଣା ଚିକିତ୍ସାରୁ ଆରମ୍ଭ କରି ବିନା ମୂଲ୍ୟରେ ଔଷଧ ଏବଂ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା ବି କରାଇଛନ୍ତି । ତେବେ ଏସବୁ ଭିତରେ ସରକାରୀ ମେଡିକାଲରେ କାହିଁକି ହଇରାଣ ହେଉଛନ୍ତି ରୋଗୀ ? କାହିଁକି ସରକାରୀ ହସପିଟାଲର ସେବା ଛାଡ଼ି ଘରୋଇ ଲାବ୍‌କୁ ଦୌଡୁଛନ୍ତି ? ଆଉ ଅନେକ ଘରୋଇ ଲାବ୍‌ ଅଛି ଯେଉଁଠି ଆଇନ୍‌ ବି ବେଆଇନ୍‌ ହୋଇଯାଇଛି। କଟକ ଜିଲ୍ଲା ସାଲେପୁରରେ ଏଭଳି ଅବ୍ୟବସ୍ଥାକୁ ନେଇ ସ୍ପେଶାଲ ରିପୋର୍ଟ…

SALEPUR-2

ଦିନ ୧୦ଟା ରେ ବି ଖୋଲି ନାହିଁ ସାଲେପୁର ଓ ନିଶ୍ଚିନ୍ତ କୋଇଲିର ସରକାରୀ ଡାକ୍ତର ଖାନାରେ ଥିବା ପାଥୋଲାବ୍‌ । ଡାକ୍ତର ଲେଖି ଦେଉଛନ୍ତି ବିଭିନ୍ନ ନମୂନା ପରୀକ୍ଷା ପାଇଁ ହେଲେ ରୋଗୀ ଏପଟେ କେବଳ ଅପେକ୍ଷା କରିବା ହିଁ ସାର ହେଉଛି । ଅନ୍ୟପଟେ ଏହାର ଖୁବ୍‌ ଫାଇଦା ଉଠାଉଛନ୍ତି ଛତୁ ଫୁଟିଲା ପରି ଖୋଲିଥିବା ଘରୋଇ ପଥୋଲବ ସେଣ୍ଟର ସବୁ । ଅଧିକାଂଶ ପଥୋଲାବ୍‌ କୋଭିଡ ନିୟମ ମାନୁ ନାହାନ୍ତି । ପୁଣି କାହାର ଲାଇସେନ୍ସ ନାହିଁ ତ ଆଉ କାହାର ନବୀକରଣ ହୋଇନାହିଁ । କିଛି ପାଥୋଲାବ୍‌ ସବୁ ନିୟମ ମାନିଥିବା ବେଳେ ଆଉ କିଛି ବେନିୟମ ଭାବେ ଚାଲିଥିବା ଅଭିଯୋଗ ହୋଇଛି । ବିନା ତାଲିମରେ ମଧ୍ୟ କର୍ମଚାରୀଙ୍କୁ ନେଇ ଖୁଲମଖୁଲା ବ୍ଯବସାୟ ଚଳାଉଛନ୍ତି । ଦୁର୍ଭାଗ୍ୟର କଥା ହେଉଛି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଯାଞ୍ଚ ଆଦି କରାଯାଉ ନାହିଁ ।

SALEPUR-3

ସରକାରୀ ମେଡିକାଲରେ ଥିବା ପାଥୋଲାବ୍‌ଗୁଡ଼ିକ ଠିକଣା ସମୟରେ ଖୋଲୁ ନାହିଁ । ଏମିତିକି କର୍ମଚାରୀ ଅଭାବ ଯୋଗୁଁ ଅଧିକ ରୋଗୀ ଆସିଲେ କିମ୍ବା ବିଳମ୍ବ ହେଲେ ଘରୋଇ ପାଥୋଲାବ୍‌କୁ ଯିବା ପାଇଁ କହୁଛନ୍ତି । ଏ ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ରୋଗୀଙ୍କୁ ଅଯଥାରେ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଏ ସମ୍ପର୍କରେ ଉପରିସ୍ଥ ଜିଲ୍ଲା ଅଧିକାରୀଙ୍କୁ ଜଣାଇ ତଦନ୍ତ ପାଇଁ କହିବେ ବୋଲି ହସପିଟାଲର ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ଏହା ସହିତ ସରକାରୀ ମେଡିକାଲରେ କିଭଳି ପଥୋଲାବ୍‌ ସେବା ସବୁ ଦିନ ସମସ୍ତଙ୍କୁ ମିଳି ପାରିବ ସେ ବ୍ୟବସ୍ଥା କରିବାକୁ ମଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.