ଘରେ ଏହି ଜୀବ ଚାଲିଲେ ଦେଇଥାଏ ସୌଭାଗ୍ୟର ସଂକେତ, ଆସିପାରେ ଭଲ ଦିନ

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ରରେ ଏପରି ଅନେକ କଥା ରହିଛି।  ପରିବାର ଉପରେ ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ। ଘରେ ଏବଂ ବାହାରେ ଅନେକ କଥା ବିଷୟରେ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଏମିତି ହିଁ ଏକ କଥା ହେଉଛି ଘରେ ବିଛା ରହିବା। ବର୍ଷା ଋତୁରେ ବିଛା ଘରେ ଦେଖିବାକୁ ମିଳିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାର ବିଛା ଦେଖିଲେ ଶୁଭ ହୋଇଥାଏ ଓ କେଉଁ ପ୍ରକାର ବିଛା ଦେଖିଲେ ଅଶୁଭ ହୋଇଥାଏ ।

ବିଛା କେଉଁଠି ଦେଖିଲେ ଅଶୁଭ ସଂକେତ

ବାସ୍ତୁ ଅନୁସାରେ ବିଛା ଯେତେବେଳେ ଘରର ଚଟାଣରେ ଚାଲୁଥିବାର ଦେଖାଇ ଦିଏ, ତାହା ବାସ୍ତୁ ଦୋଷର ସଂକେତ ଦେଇଥାଏ । ଏହାକୁ ମାରନ୍ତୁ ନାହିଁ । ଘରୁ ଉଠାଇ ବାହାରେ ପକାଇ ଦିଅନ୍ତୁ ।

ରୋଷେଇ ଘରେ ଚାଲୁଥିବା ବିଛା ଦେଖିଲେ, ଏହା ବାସ୍ତୁ ଦୋଷର ସଂକେତ ଦେଇଥାଏ । ଏମିତି ହେଲେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ଦେଖା ଦେଇଥାଏ ।

କୁଣ୍ଡଳୀରେ ରାହୁ ଦୁର୍ବଳ ହେଲେ ବିଛା ଆପଣଙ୍କ ଘରର ଶୌଚାଳୟ,ମୁଖ୍ୟ ଦ୍ୱାର ବନ୍ଧ ଓ ସିଡିରେ ଚାଲୁଥିବାର ଦେଖାଯାଏ । ରାହୁଙ୍କ ଦୁର୍ବଳ ଯୋଗୁ ବ୍ୟକ୍ତିଙ୍କ ସ୍ୱଭାବରେ ଚିଡଚିଡାପଣ ଆସିଥାଏ । ଆର୍ଥିକ କ୍ଷତି ହୋଇଥାଏ । ରାହୁ ଦୋଷ ଯୋଗୁ ମାନସିକ ଦୁଶ୍ଚିନ୍ତା ଆସିଥାଏ ।

ବିଛା ଯେବେ ବ୍ୟକ୍ତିର ମୁଣ୍ଡ ଉପରେ ପଡେ ତ ଏହାର ଅର୍ଥ ଯେ ବ୍ୟକ୍ତିଙ୍କୁ ଭବିଷ୍ୟତରେ ଗମ୍ଭୀର ରୋଗ ହୋଇପାରେ । ଏହି ଜୀବ ରାହୁଙ୍କ ପ୍ରତିନିଧିତ୍ୱ କରିଥାଏ । ତେଣୁ ରାହୁଙ୍କ ଶୁଭ ଫଳ ପାଇା ପାଇଁ ଉପାୟ କରନ୍ତୁ ।

ବିଛା ଦେଇଥାଏ ଶୁଭ ସଂକେତ

ପୂଜା ଘରେ ବିଛା ଚାଲୁଥିବାର ଦେଖିଲେ, ଏହା ସୌଭାଗ୍ୟର ସଂକେତ ଦେଇଥାଏ । ଖୁବ ଶୀଘ୍ର କୌଣସି ଖୁସୀ ଖବର ମିଳିପାରେ । ଅଟକିଥିବା କାମ ପୂରଣ ହୋଇପାରେ । ଲକ୍ଷ୍ମୀଜୀଙ୍କ ଆଶିର୍ବାଦ ପ୍ରାପ୍ତ ହୋଇପାରେ ।

ବାସ୍ତୁ ଅନୁସାରେ ଘର ବାହାରକୁ ଯାଉଥିବା ବିଛା ସମସ୍ତ ସମସ୍ୟାକୁ ଶେଷ କରିବାର ସଂକେତ ଦେଇଥାଏ । କୁହାଯାଏ ଘର ବାହାରକୁ ଯାଉଥିବା ବିଛା ପରିବାରର କଷ୍ଟ ନେଇ କରି ଯାଇଥାଏ ।

ଯଦି ଘରର ଚଟାଣରେ କୌଣସି ବିଛା ଦେଖିବାକୁ ମିଳେ, ତେବେ ଆପଣଙ୍କ ଘରୁ ଆସୁଥିବା କୌଣସି ବିପଦ ଟଳିଗଲା ବୋଲି ସଂକେତ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.