ଆଗରୁ କେବେ ଦେଖିନଥିବେ ଏଭଳି ଜବରଦସ୍ତ ଫୁଟବଲ୍‌ ଡ୍ୟାନ୍ସ, ଦେଖିଲେ ଆଁ କରି ରହିଯିବେ

ଫୁଟବଲ ଖେଳିବାର ପ୍ରାୟ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଲୋକମାନେ ମଧ୍ୟ ଏଭଳି ଭିଡିଓକୁ ଖୁବ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଫୁଟବଲ ଖେଳିବା ବେଳର ଭିଡିଓ ସେୟାର ହୋଇଛି ଯାହାକୁ ଦେଖିଲେ ଆପଣ କ୍ଷଣିକ ପାଇଁ ଆଁ କରି ଚାହିଁ ରହିବେ। ଭିଡିଓକୁ ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ୍‌ ସେୟାର କରିଛନ୍ତି। ଭିଡିଓ ସେୟାର କରି ରବୀନା କ୍ୟାପସନ୍‌ରେ ଲେଖିଛନ୍ତି ‘ସାବାସ୍‌ ପୁଅମାନେ, ମୁଁ ପୂର୍ବରୁ କେବେ ବି ଏଭଳି ପ୍ରତିଭା ଦେଖିନଥିଲି। ଏହା ବେଶ୍‌ ଅଦ୍ଭୁତ’।

ଦେଖନ୍ତୁ ଭିଡିଓ:

ଭିଡିଓରେ ଆପଣ ଦେଖିପାରୁଥିବେ ତିନି ଜଣ ଯୁବକ ଫୁଟବଲ ସହ ଡ୍ୟାନ୍ସ କରୁଛନ୍ତି। ସାଧାରଣତଃ ପ୍ୟାଣ୍ଟ ସାର୍ଟ ପିନ୍ଧି ଫୁଟବଲ୍‌ ଖେଳିବା ସହଜ ହୋଇଥିବା ବେଳେ ଭିଡିଓରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଦକ୍ଷିଣ ଭାରତୀୟ ଷ୍ଟାଇଲରେ ଧୋତି ଓ ସାର୍ଟ ପିନ୍ଧିଛନ୍ତି ଖେଳିଛନ୍ତି। ଧୋତି ପିନ୍ଧିଥିଲେ ମଧ୍ୟ ଯୁବକ ଜଣକ ଖୁବ୍‌ ସହଜରେ ଫୁଟବଲରେ ଡ୍ୟାନ୍ସ କରିଛନ୍ତି। ସବୁଠୁ ମଜା କଥା ହେଉଛି ତିନି ଜଣଯାକ ଏକା ଭଳି ନାଚୁଛନ୍ତି। ସେମାନେ ଡ୍ୟାନ୍ସ କରିବା ବେଳେ କେତେବେଳେ ଠିଆ ହୋଇ ତ ଆଉ କେତେବେଳେ ଆଣ୍ଠେଇକି ଫୁଟବଲରେ ନାନା କଳା କୌଶଳ ଦେଖାଉଛନ୍ତି।

Raveena Tandon on playing both the hero and villain in KGF sequel

ଭିଡିଓରେ ଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଦୀପ ରମେଶ। ପ୍ରଦୀପ ଫ୍ରି ଷ୍ଟାଇଲ୍‌ ଫୁଟବଲ୍‌ରେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେୟାର ହେବା ପରେ ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଏବେ ଯାଏଁ ୫.୩୯ ଲକ୍ଷ ଥର ଦେଖାସରିଲାଣି। ୪୩ ହଜାରରୁ ଅଧିକ ଲୋକ ଭିଡିଓରେ ଲାଇକ୍‌ କରିଥିବା ବେଳେ ୮ ହଜାରରୁ ଅଧିକ କମେଣ୍ଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.