ବୈଶାଖ ମାସର ବିନାୟକ ଚତୁର୍ଥୀ ଗଣେଶଙ୍କୁ ସମର୍ପିତ, ଜାଣନ୍ତୁ ଆଜି କେମିତି କରିବେ ପୂଜା

ଆଜି ବିନାୟକ ଚତୁର୍ଥୀ। ବୈଶାଖ ମାସର ବିନାୟକ ଚତୁର୍ଥୀ ଗଣେଶଙ୍କୁ ସମର୍ପିତ। ଗଣେଶକୁ ପୂଜା ଏବଂ ବ୍ରତ କରିବା ଦ୍ୱାରା ସବୁ ମନସ୍କାମନା ପୂଣ୍ଣ ର୍ହୋଇଥାଏ। ଏହି ବ୍ରତ ଶୁକ୍ଲପକ୍ଷରେ ରଖାଯାଏ। କିନ୍ତୁ କୃଷ ପକ୍ଷ ସଙ୍କଷ୍ଟୀ ଚତୁର୍ଥୀକୁ ଏହି ବ୍ରତ ରଖାଯାଏ। ଏହି ସମୟରେ ପୂଜା ମୁହୂର୍ତ୍ତ ଏବଂ ମନ୍ତ୍ର ବିଷୟରେ ନିହାତି ଜାଣିବା ଜରୁରୀ।

ଏହି ଦିନ ଶ୍ରୀଗଣେଶଙ୍କର ପୂଜା ମଧ୍ୟାହ୍ନ ସମୟରେ କରାଯିବା ଉଚିତ। ଅମାବାସ୍ୟା ପରେ ଆସୁଥିବା ବିନାୟକୀ ଚତୁର୍ଥୀରେ ଶ୍ରୀଗଣେଶଙ୍କର ପୂଜା-ଅର୍ଚ୍ଚନା କଲେ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏହି ଦିନ ଶ୍ରୀଗଣେଶଙ୍କର ପୂଜା କଲେ ଘରେ ସୁଖ-ସମୃଦ୍ଧି, ଧନ-ଦୌଲତ, ଆର୍ଥିକ ସମ୍ପନ୍ନତା ସହିତ ଜ୍ଞାନ ଏବଂ ବୁଦ୍ଧି ପ୍ରାପ୍ତି ହୋଇଥାଏ।

ବିନାୟକ ଚତୁର୍ଥୀର ଶୁଭ ମୁହୂର୍ତ୍ତ :

ବୈଶାଖ ଶୁକ୍ଲ ଚତୁର୍ଥୀ ତିଥି ଆଜି ସକାଳୁ ୭ଟାରୁ ଆରମ୍ଭ ହୋଇ ଗୁରୁବାର ସକାଳ ୧୦ଟାରେ ସମାପ୍ତ ହେବ। ଗଣେଶଙ୍କୁ ପୂଜା କରିବା ମୁହୂର୍ତ୍ତ ୧୦.୫୮ରୁ ଆରମ୍ଭ ହୋଇ ୧.୩୮ ପର୍ଯ୍ୟନ୍ତ ଚାଲିବ। ରବି ଯୋଗ ଏବଂ ସର୍ବାର୍ଥ ସିଦ୍ଧି ଯୋଗ ରହିଛି।

ବିନାୟକ ଚତୁର୍ଥୀ ଦିନ କିପରି କରିବେ ପୂଜା

ଏହି ଦିନ ବିନାୟକ ପୂଜା କରିପବା ପାଇଁ ପ୍ରଭାତରୁ ଉଠି ନିତ୍ୟ କର୍ମ ସାରନ୍ତୁ ଏବଂ ନାଲି ରଙ୍ଗର ବସ୍ତ୍ର ପରିଧାନ କରି ଭଗବାନ ଶ୍ରୀଗଣେଷଙ୍କ ପୂଜାର ସକଂଳ୍ପ କରନ୍ତୁ। ଏହାପରେ ମଧ୍ୟାହ୍ନ ପୂଜା କରନ୍ତୁ ଏବଂ ନିଜର ସାମର୍ଥ୍ୟ ଅନୁସାରେ ସୁନା, ଚାନ୍ଦୀ, ପିତଳ, ତମ୍ବା ଏବଂ ମାଟିରେ ନିର୍ମିତ ଗଣେଶ ମୂର୍ତ୍ତି ସ୍ଥାପନା କରନ୍ତୁ।

ganesh puja

ଏହାପରେ ଷୋଡ଼ଶ ଉପଚାର ପୂଜା କରି ଶ୍ରୀଗଣେଶଙ୍କୁ ଆଳତୀ କରନ୍ତୁ। ଆଳତୀ ପରେ ଗଣେଶଙ୍କ ପ୍ରତିମାରେ ସିନ୍ଦୁର ଚଢାନ୍ତୁ। ‘ଓଁ ଗଂ ଗଣପତୟେ ନମଃ’ ମନ୍ତ୍ର ଜପ କରି ୨୧ଟି ଦୁବ ଅର୍ପଣ କରନ୍ତୁ। ୨୧ଟି ଲଡ଼ୁ ଭଗବାନ ଗଶେଶଙ୍କୁ ଭୋଗ ଲଗାନ୍ତୁ।

ଏହି ଦିନ ପୂଜା କରିବା ସମୟରେ ଗଣେଶ ସ୍ତୋତ୍ର, ଅଥର୍ବଶୀର୍ଷ, ସଂକଟନାଶକ ଗଣେଶ ସ୍ତୋତ୍ର ପାଠ କରାଯାଇଥାଏ। ଏହା ସହିତ ଏହି ଦିନ ବ୍ରାହ୍ମଣଙ୍କୁ ଦାନ, ଦକ୍ଷିଣା ଦେଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି। ଏହି ଦିନ ଉପବାସ ସାରି ରାତି ସମୟରେ ଭୋଜନ ଗ୍ରହଣ କରନ୍ତୁ। ଶେଷରେ ‘ଓଁ ଗଣେଶାୟ ନମଃ’ ମନ୍ତ୍ର ଜପ କରି ପୂଜା କାର୍ଯ୍ଯ ସମାପନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.