ଚଳିତବର୍ଷ ଲାଗିବ ୪ଟି ଗ୍ରହଣ, ବୈଶାଖ ପୂର୍ଣ୍ଣିମାରେ ଲାଗିବ ପ୍ରଥମ ଚନ୍ଦ୍ରଗ୍ରହଣ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତବର୍ଷ ୪ଟି ଗ୍ରହଣ ଲାଗିବ। ଏଥିରେ ୨ଟି ସୂର୍ଯ୍ୟଗ୍ରହଣ ଏବଂ ୨ଟି ଚନ୍ଦ୍ର ଗ୍ରହଣ ରହିଛି। ପ୍ରଥମ ସୂର୍ଯ୍ୟଗ୍ରହଣ ୩୦ ଏପ୍ରିଲକୁ ଲାଗିସାରିଛି। ଯାହା ବହୁତ ଆଶିଂକ ରହିଥିଲା ଏବଂ ଭାରତରେ ଦେଖିବାକୁ ମିଳିନଥିଲା। ଏବେ ଏହାପରେ ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ସବୁବେଳେ ପୂର୍ଣ୍ଣିମା ତିଥିରେ ଲାଗିଥାଏ। ତେଣୁ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ଦିନ ଲାଗିବ। ଯାହା ୧୬ ମଇରେ ପଡୁଛି। ବୈଶାଖ ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣିମା ବୋଲି କୁହାଯାଏ।

ପ୍ରଥମ ଚନ୍ଦ୍ରଗ୍ରହଣ ତିଥି ଏବଂ ସମୟ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୨ପ୍ରଥମ ଚନ୍ଦ୍ରଗ୍ରହଣ ୧୬ ମଇରେ ହେବ। ଚନ୍ଦ୍ରଗ୍ରହଣ ଭାରତ ସମୟ ଅନୁସାରେ ୭.୦୨ ମିନିଟରେ ଆରମ୍ଭ ହୋଇ ଦ୍ୱିପ୍ରହର ୧୨.୨୦ ରେ ଶେଷ ହେବ।

କେବେ ହେବ ଦ୍ୱିତୀୟ ଚନ୍ଦ୍ରଗ୍ରହଣ :

ବର୍ଷ ୨୦୨୨ରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ ୮ ନଭେମ୍ବରକୁ ଲାଗିବ। ଭାରତ ସମତେ ଅନ୍ୟ ଦେଶରେ ଦେଖିବାକୁ ମିଳିବ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବା କାରଣରୁ ସବୁକିଛି ବାରଣ କରାଯିବ। ଚନ୍ଦ୍ରଗ୍ରହଣ ଦିନ ୧.୩୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୨୭ ମିନିଟ୍‌ରେ ସରିବ। ଗ୍ରହଣ ସମୟରେ ସବୁ ନିୟମକୁ ପାଳନ କରିବା ଜରୁରୀ ବୋଲି କୁହାଯାଇଛି। ଚନ୍ଦ୍ରଗ୍ରହଣ ଲାଗିବାର ବେଳର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ। ଏହି ସମୟରେ ସୂତକ ଆରମ୍ଭ ହେବ।

chandra grahan

ସୂର୍ଯ୍ୟ ପରାଗ ହେଉ ଅବା ଚନ୍ଦ୍ର ଗ୍ରହଣ କିଛି ଜରୁରୀ ନିୟମ ରହିଛି ଯାହାକୁ ମାନିବା ଜରୁରୀ। ଯାହାକୁ ହିନ୍ଦୁ ଧର୍ମରେ ଓ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମନାଯାଏ। ଏମିତିରେ ଏହି ନିୟମକୁ ମାନିବା ଉଚିତ। ଯାହାର ଖରାପ ପ୍ରଭାବ ପଡ଼ିବ ନାହିଁ।

-ଗ୍ରହଣ ଓ ପରାଗ ସମୟରେ କିଛି ଖାଇବା ଅନୁଚିତ। ଏହାସହ ଖାଇବା ଜିନିଷରେ ତୁଳସୀ ପତ୍ରକୁ ପକାଇ ଦିଅନ୍ତୁ।

-ଏହିସମୟରେ ନକାରାତ୍ମକ ଶକ୍ତି ବଢ଼ିଯାଏ। ଏହାର ପ୍ରଭାବ ମନ ଉପରେ ପଡ଼ିଥାଏ। ଏମିତିରେ କିଛି ବି ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

-ବାହାରକୁ ବାହାରନ୍ତୁ ନାହିଁ। ମନ୍ଦିର ର ଦ୍ୱାର ବନ୍ଦ ରଖନ୍ତୁ।

-ଏହି ସମୟରେ ସୂର୍ଯ୍ୟ ତଥା ଚନ୍ଦ୍ର ଦେବଙ୍କର ବୀଜ ମନ୍ତ୍ରକୁ ଆପଣ ଜପ କରିପାରିବେ। ଏହାର ଶୁଭ ପ୍ରଭାବ ପଡ଼ିବ।

– ଏସବୁ ଶେଷ ହେବା ପରେ ସ୍ନାନ କରନ୍ତୁ। ଗରିବକୁ ଦାନ କରନ୍ତୁ।

-ଗର୍ଭବତୀ ସ୍ତ୍ରୀ ଅଧିକ ଧ୍ୟାନ ରଖନ୍ତୁ। ଘର ବାହାରକୁ ଯାଆନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.